1. କୃଷି ଖବର

ସଭିଙ୍କୁ ନୂଆଖାଇ ଜୁହାର !

ସଭିଙ୍କୁ ନୂଆଖାଇ ଜୁହାର !

KJ Staff
KJ Staff


ନୂଆ ଧାନ ଏବଂ ପରିଧାନ ସହ ମା ସମଲେଇ ଙ୍କ ଆଗରେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି କୃଷି ଜାଗରଣ ପରିବାର |ନୂଆ ଧାନ ର ଅମଳ ଏବଂ ଓଡ଼ିଶାର ସବୁଠାରୁ ବଡ କୃଷି ଅମଳ ପର୍ବ ର ପାଳନ ନିମନ୍ତେ ଆଜି ନୂଆଖାଇ ଭେଟଘାଟ ସମଗ୍ର ଓଡ଼ିଶାରେ ବେଶ ଧୁମ ଧାମ ରେ ପାଳିତ ହେଉଛି |ଏହି ପର୍ବ ର ପଶ୍ଚିମ ଓଡ଼ିଶାରେ ରେ ବିଶେଷ ମାନ୍ୟତା ରହିଛି |
ଆଜି ର ଦିବସ ରେ ନୂଆ ଧାନ ରାନ୍ଧି ଖାଇବା ସହ କାହିଁ କେତେ ଦୂର ରେ ରହୁଥିବା ଘର ର ସମସ୍ତ ସଦସ୍ୟ ଆଜି ଏକଜୁଟ ହୋଇ ସାଙ୍ଗରେ ଏହି ପର୍ବ ପାଳନ କରୁଥିବାରୁ ଏହାକୁ ନୂଆଖାଇ ଭେଟଘାଟ ବୋଲି ମଧ୍ୟ କୁହାଯାଏ |

ଇତିହାସ ପୃଷ୍ଠା ରୁ ?


ଦ୍ୱାଦଶ ଶତାବ୍ଦୀ ରେ ବଲାଙ୍ଗୀର ରାଜା ଚଊଭାନ ରାଜା ରମାଇ ଦେଓ ଏହାକୁ ପ୍ରଥମ ଥର ଲାଗି ପାଳନ କରିଥିଲେ |ନିଜ ରାଜ୍ୟ ରେ କୃଷି ଏବଂ କୃଷକ ର ମାନ୍ୟତା ବୃଦ୍ଧି କରିବାକୁ ସେ ଏହି ପର୍ବ କୁ ବେଶ ଧୁମ ଧାମ ରେ ପାଳନ କରୁଥିଲେ |

ନୂଆଖାଇ ପାଳନ ଲାଗି ପ୍ରସ୍ତୁତି ହାରାହାରି ୧ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥାଏ ଏବଂ ଏହି ପର୍ବ ର ୯ ଟି ରଙ୍ଗ ରହିଥିବାର ମାନ୍ୟତା ରହିଛି ଯାହା ୯ ଦିନ ପୂର୍ବ (ବେହରନ) ରୁ ଆରମ୍ଭ ହୋଇ ନୂଆଖାଇ ଭେଟଘାଟ ରେ ଶେଷ ହୋଇଥାଏ |ଏହି ଦିନ ଗୁଡିକ କ୍ରମ ଅନୁସାରେ ହେଲା ବେହରନ,ଲଗ୍ନ ଦେଖା ,ଡାକ ହକ୍କା ,ଲିପା ପୋଛା ,କିଣା ବିକା ,ନୂଆ ଦୋକାନ ଖୋଜ ,ବାଲି ପକ୍କା ,ନୂଆଖାଇ ଏବଂ ଜୁହାର ଭେଟ |
ପର୍ବ ର ଶେଷ ତିଥି ରେ ନୂଆ ବସ୍ତ୍ର ପିନ୍ଧି ଘର ର ସମସ୍ତ ଗୁରୁଜନ ଙ୍କୁ ଜୁହାର କରାଯାଇଥାଏ |
କୃଷି ଓ କୃଷକ ଙ୍କ ସମ୍ମାନ ଲାଗି ଏହି ପର୍ବ ର ବିଶେଷ ଅବଦାନ ରହିଛ |

ଏହି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ନୃତ୍ୟୁ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରିଯାଇଥାଏ ଏବଂ ହଁ ସହ ମା ସମଲେଇ ଙ୍କୁ ନୂଆ ଧାନ ଅର୍ପଣ କରାଯାଇ ସମସ୍ତଙ୍କ ସୁଖ ଶାନ୍ତି ର କାମନା କରାଯାଇଥାଏ |ବିଭିନ୍ନତା ମଧ୍ୟରେ ଏକତା ଆଣୁଥିବା ଏହି ପର୍ବ ସାରା ଭାରତ ରେ ମାନ୍ୟତା ପାଇଛି |୧୨ ମାସରେ ୧୩ ପର୍ବ ପାଳନ ହେଉଥିବା ଓଡିଶା ରାଜ୍ୟ ର ଏହି ପର୍ବ କୃଷି ଓ କୃଷକ ର ଏକ ଅଭିମାନ ର ସୁରକ୍ଷା ରେ ବିଶେଷ ଅଂଶ ଗ୍ରହଣ କରିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments