1. କୃଷି ଖବର

Goat Bank: ‘ମନ୍ କି ବାତ୍’ରେ‌ ଓଡ଼ିଶା ଦମ୍ପତି

ପ୍ରଧାନମନ୍ତ୍ରୀ ଏହି ଦୁଇ ଦମ୍ପତିଙ୍କୁ ପ୍ରଶଂସା କଲେ l ତାଙ୍କ ଚେଷ୍ଟା ଗାଁବାସୀଙ୍କୁ ଦେଖାଇଛି ନୂଆ ଆଶା ....

Tanushree Mahapatra
Tanushree Mahapatra
Odisha couples goat bank initiative, images source - pixeles

Odisha couples goat bank initiative, images source - pixeles

ଓଡ଼ିଶା ରାଜ୍ୟରେ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସରକାରୀ ସହାୟତା ପ୍ରଚଳନ କରାଯାଇଛି l ବିହନ ଠାରୁ ଆରମ୍ଭ କରି କୃଷି ଯନ୍ତ୍ରପାତି ପର୍ଯ୍ୟନ୍ତ ସମସ୍ତ ସୁବିଧା ପ୍ରଦାନ କରାଯାଇଛି l ବିଭିନ୍ନ ସମୟରେ ଚାଷୀଙ୍କ ପାଇଁ ଅନେକ ପ୍ରକାର ମେଳାର ଆୟୋଜନ ହୋଇଥାଏ l ଯେଉଁଠାରେ ଆଲୋଚନାଚକ୍ର ଆୟୋଜିତ କରାଯାଇଥାଏ l ଯାହା ଚାଷୀଙ୍କୁ ଦେଇଥାଏ ଅନେକ ନୂଆ ନୂଆ ଉପାୟ l ଯାହାକୁ ଆପଣେଇ ଚାଷୀ ଆୟକୁ ଦ୍ଵିଗୁଣ କରିଥାଏ l ତେବେ ଗତକାଲି ଓଡ଼ିଶାର ଜଣେ ଦମ୍ପତିଙ୍କୁ ପ୍ରଧାନମନ୍ତ୍ରୀ ଖୁବ ଶଂସା କରିଛନ୍ତି ନିଜ ମନ କି ବାତ କାର୍ଯ୍ୟକ୍ରମରେ l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରବିବାର ଦିନ ଓଡିଶାର ଏକ ଦମ୍ପତିଙ୍କ ‘ଛେଳି ବ୍ୟାଙ୍କ’ ପଦକ୍ଷେପକୁ ଖୁବ ପ୍ରଶଂସା କରିଛନ୍ତି । ଏହା ଗୋଷ୍ଠୀ ସ୍ତରରେ ଛେଳି ପାଳନ ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛି l ଗ୍ରାମବାସୀଙ୍କୁ ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ମଧ୍ୟ ସହାୟକ ହୋଇଛି ବୋଲି ସେ କହିଛନ୍ତିି ।

ପ୍ରଧାନମନ୍ତ୍ରୀ ନିଜ ମାସିକ ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି, ଯେତେବେଳେ ଲୋକମାନେ ପଶୁପାଳନ କଥା କହିଥାନ୍ତି, ସେମାନେ ସାଧାରଣତଃ କେବଳ ଗାଈ ଓ ବଳଦରେ ହିଁ ଅଟକି ଯାଇଥାନ୍ତି, କିନ୍ତୁ ଛେଳି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଶୁ ସମ୍ପଦ l ଯାହା ସମ୍ପର୍କରେ ଅଧିକ ଆଲୋଚନା କରାଯାଇ ନଥାଏ । ଯାହାଦ୍ୱାରା ଜଣେ ଚାଷୀ ଅଧିକ ଲାଭ ପାଇ ପାରିବ l ଯେଉଁଥିପାଇଁ ସରକାର ମଧ୍ୟ ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ସବସିଡି ମଧ୍ୟ ଦେଉଛନ୍ତି l

ଦେଶର ବିଭିନ୍ନ କ୍ଷେତ୍ରରେ ଅନେକ ଲୋକ ଛେଳି ପାଳନ ସହ ସମ୍ପୃକ୍ତ ଅଛନ୍ତି । ଏଥିସହ ସେ ଓଡ଼ିଶାର କଳାହାଣ୍ଡି ଜିଲ୍ଳାର ସାଲେଭାଟା ଗାଁର ଉଦାହରଣ ଦେଇଥିଲେ ସମସ୍ତଙ୍କୁ । ଛେଳି ପାଳନ ଏହି ଗାଁର ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି ।

ସେ କହିଛନ୍ତି, “ ଏହି ବଳିଷ୍ଠ ପ୍ରୟାସ ପଛରେ ଜୟନ୍ତୀ ମହାପାତ୍ର ଏବଂ ତାଙ୍କ ସ୍ୱାମୀ ବିରେନ ସାହୁଙ୍କର ବଡ଼ ନିଷ୍ପତ୍ତି ରହିଥିଲା । ଏହି ଦୁଇଜଣ ବେଙ୍ଗାଲୁରୁରେ ମେନେଜମେଣ୍ଟ ପ୍ରଫେସନାଲ୍‌ ଥିଲେ l କିନ୍ତୁ ସେମାନେ ଦିନେ ଗାଁ କୁ ଫେରି ଆସିବାକୁ ନିଷ୍ପତ୍ତି ନେଲେ । ସେମାନେ ଏପରି କିଛି ନୂଆ କରିବାକୁ ଚାହୁଁଥିଲେ ଯାହାଦ୍ୱାରା ଗ୍ରାମାଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ହେବ ଚାଷ କ୍ଷେତ୍ରରେ l ତା’ସହିତ ସେମାନେ ନିଜ ସ୍ତରରେ ସଶକ୍ତ ହୋଇପାରିବେ । ସେବା ଓ ଉତ୍ସର୍ଗୀକୃତ ମନୋଭାବ ସହିତ ସେମାନେ ‘ମାଣିକାସ୍ତୁ ଏଗ୍ରୋ’ ସ୍ଥାପନ କଲେ l ଚାଷୀଙ୍କ ସହିତ ମିଶି କାମ ଆରମ୍ଭ କରିଦେଲେ ଦୁହେଁ ।

ମାଣିକାସ୍ତୁ ଛେଳି ବ୍ୟାଙ୍କ ଜରିଆରେ ସେମାନେ ଏକ ବ୍ୟବସ୍ଥା କରିଛନ୍ତି । ତା’ ମାଧ୍ୟମରେ ଚାଷୀଙ୍କୁ ୨୪ ମାସ ପାଇଁ ପ୍ରାୟ ୨ଟି ଛେଳି ଦିଆଯାଏ । ଦୁଇ ବର୍ଷରେ ଛେଳି ୯ ରୁ ୧୦ଟି ଛୁଆ ଜନ୍ମ କରିଥାନ୍ତି l ସେଥିରୁ ୬ଟି ଛୁଆଙ୍କୁ ବ୍ୟାଙ୍କ ରଖେ ଏବଂ ବାକି ଛୁଆଙ୍କୁ ସେହି ପରିବାରକୁ ଦେଇ ଦିଆଯାଏ l ଯେଉଁ ଚାଷୀ ସେଗୁଡ଼ିକୁ ପାଳନ କରନ୍ତି । ସେହି ଛେଳିଙ୍କ ଲାଳନପାଳନ ପାଇଁ ସେବାଯତ୍ନ ମଧ୍ୟ ପ୍ରଦାନ କରାଯାଏ । ଆଜି ଏହି ନିଷ୍ପତ୍ତି ଯୋଗୁଁ ପ୍ରାୟତଃ ୫୦ଟି ଗାଁର ୧୦୦୦ ରୁ ଅଧିକ ଚାଷୀ ଏହି ଦମ୍ପତିଙ୍କ ସହ ଯୋଡ଼ି ହୋଇଛନ୍ତି । ଯାହାକି ସେଠାରେ ରହୁଥିବା ଅନ୍ୟ ପରିବାରକୁ ଉତ୍ସାହିତ କରିଛି l ଆତ୍ମନିର୍ଭରଶୀଳ କରିବା କ୍ଷେତ୍ରରେ ପ୍ରେରଣା ପ୍ରଦାନ କରୁଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments