News

ଡରାଉଛି ପଶ୍ଚିମା ଝଡ଼, ୧୮ ରୁ ପୁଣି ଭିଜିବ ଓଡ଼ିଶା

ଆସନ୍ତା ୧୮ ତାରିଖ ଓ ୧୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।

16 February, 2022 10:15 AM IST By: Sudesna Nayak

ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ଦେଖାଦେଇଛି । ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ପୁଣି ଶୀତ କମିଛି । ସେପଟେ ପିଛା ଛାଡୁନି ପଶ୍ଚିମା ଝଡ଼ । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ବର୍ଷା (Rain)ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ରୁ ସୂଚନା ମିଳିଛି ।

ଆସନ୍ତା ୧୮ ତାରିଖ ଓ ୧୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା (Rain)ହୋଇପାରେ ।

ଆସନ୍ତା ୨ ଦିନ ପାଗ ଶୁଖିଲା ରହିବା ପରେ ୧୮ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷା (Rain) ହୋଇପା‌ରେ ।

ସେହିଭଳି ୧୯ ତାରିଖ ଦିନ ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଦେବଗଡ଼ ଜିଲ୍ଲା, ବାଲେଶ୍ବର ଜିଲ୍ଲା, ଯାଜପୁର ଜିଲ୍ଲା ଓ ଭଦ୍ରକ ଆଦି ଜିଲ୍ଲାରେ ହାଲୁକା ବର୍ଷା (Rain) ହେବ ।

୨୦ ତାରିଖରୁ ପାଗରେ ପରିବର୍ତ୍ତନ ଦେଖାଯିବ ଓ ପାଗ ଶୁଖିଲା  ଏବଂ ଖରାଟିଆ ରହିବ । ଆଜି ବୁଧବାର (Wednesday)ଠୁ ୨ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ (IMD) ଆକଳନ କରିଛି । 
ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଜିଲ୍ଲାଠାରେ ୮ ଡିଗ୍ରି ରେକର୍ଡ ହୋଇଛି । ଏହାସହ ଦାରିଙ୍ଗବାଡ଼ି ଓ ଜି. ଉଦୟଗିରିରେ ମଧ୍ୟ ୮ ଡିଗ୍ରି ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଥିଲା ।

ପ୍ରକାଶ ଥାଉ ଯେ, ସେପଟେ ରାଜଧାନୀ ଭୁବନେଶ୍ବର (Bhubaneswar)ରେ ତାପମାତ୍ରା ୨୮.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସିଲଭର ସିଟି କଟକ (Cuttack)ରେ ତାପମାତ୍ରା ମଧ୍ୟ ୨୮.୬ ଡିଗ୍ରୀ ସେଲସିୟସ ରହିଛି । ବଲାଙ୍ଗୀର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD)ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

୧୬ରୁ ପଶ୍ଚିମା ଝଡ଼ ପ୍ରଭାବ, ଓଡ଼ିଶାରେ ଘଡଘଡ଼ି ବିଜୁଳି ସହ ବର୍ଷା

୧୬ ତାରିଖରୁ ଘଡଘଡ଼ି ସହ ଛେଚିବ ବର୍ଷା, ପାଣିପାଗ କେନ୍ଦ୍ର ଦେଲା ଏହି ଚେତାବନୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)