1. କୃଷି ଖବର

୧୬ ତାରିଖରୁ ଘଡଘଡ଼ି ସହ ଛେଚିବ ବର୍ଷା, ପାଣିପାଗ କେନ୍ଦ୍ର ଦେଲା ଏହି ଚେତାବନୀ

ରାଜ୍ୟକୁ ଅଦିନିଆ ବର୍ଷା ଭୟ । ପିଛା ଛାଡୁନି ପଶ୍ଚିମା ଝଡ଼ । ପଶ୍ଚିମା ଝଡ଼ ପ୍ରଭାବରେ ୧୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି ।

Sudesna Nayak
Sudesna Nayak
rain alert for odisha from 16th february on these districts

rain alert for odisha from 16th february on these districts

ରାଜ୍ୟକୁ ଅଦିନିଆ ବର୍ଷା (Rain)ଭୟ । ପିଛା ଛାଡୁନି ପଶ୍ଚିମା ଝଡ । ପଶ୍ଚିମା ଝଡ଼ ପ୍ରଭାବରେ ୧୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା (Rain)ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ୧୬ ତାରିଖରୁ ଓଡ଼ିଶା ପଶ୍ଚିମ ପ୍ରାନ୍ତରେ ଛେଚିବ ବର୍ଷା (Rain) । ଯାହାଫଳରେ ଆଜି ତଥା ସୋମବାର (Monday)ଠୁ ରାଜ୍ୟର ରାତି ତାପମାତ୍ରା ବଢିବ । ଆଉ ଏହି ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ (IMD)।

ଅନ୍ୟପଟେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହାବାଦ୍ ୧୬ତାରିଖରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା (Rain) ସମ୍ଭାବନା ଦେଖାଦେଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା ଓ ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା ହେବା ସହ ରାଜ୍ୟର କିଛି ଜିଲ୍ଲାରେ କୁଆପଥର ସହ ମଧ୍ୟ ବର୍ଷା (Rain)ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)।

ଏଥିସହିତ ଅନ୍ୟପଟେ ଟିଟିଲାଗଡ଼ (Titilagarh)ଓ ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି ।

ସେହିପରି ଶନିବାର (Saturday)ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି । ଫୁଲବାଣୀ ଓ ଦାରିଙ୍ଗିବାଡ଼ି( Daringbadi) ରେ ୯ ଡିଗ୍ରୀ, ଝାରସୁଗୁଡା ଜିଲ୍ଲାରେ ୯.୬, ସୋନପୁର ଜିଲ୍ଲାରେ ୧୦.୨, କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ୧୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ ଟିଟିଲାଗଡ଼ରେ ଦିନବେଳା ସର୍ବାଧିକ ୩୧.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ରାଜ୍ୟର ଅଧିକାଂଶ ସ୍ଥାନର ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ଆଜି ତଥା ସୋମବାର (Monday)ବଢ଼ିଛି । ଦକ୍ଷିଣ ଓ ପଶ୍ଚିମର ଅଧିକାଂଶ ଜିଲ୍ଲାର ତାପମାତ୍ରା ୧୨ ଓ ୧୩ ଡିଗ୍ରୀ ଉପରେ ରହିଛି । ଛତ୍ରପୁରରେ ରାତି ତାପମାତ୍ରା ସର୍ବାଧିକ ୧୭ ଡିଗ୍ରୀ ଥିଲା । ପୁରୀରେ ୧୬.୬ ଡିଗ୍ରୀ ପାରାଦୀପରେ ୧୫.୬, ଗୋପାଳପୁରରେ ୧୫.୪, ପାରଳାଖେମୁଣ୍ଡିରେ ୧୫ ଓ ଚାନ୍ଦବାଲିରେ ରାତି ତାପମାତ୍ରା ୧୪.୯ ଡିଗ୍ରୀ ଥିଲା ।

ପ୍ରକାଶ ଥାଉ ଯେ, ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଆସନ୍ତା ୧୬ ତାରିଖ ଓ ୧୭ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବ । ୧୬ ତାରିଖରେ କାଁ ଭାଁ କିଛି ସ୍ଥାନରେ ବର୍ଷା (Rain) ହୋଇପାରେ । ୨୧ ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ମେଘୁଆ ରହିବ। ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ୨୧ ତାରିଖରେ ଭୁବନେଶ୍ୱର (Bhubaneswar)ସମେତ ଉପକୂଳ ଓଡ଼ିଶାର ସର୍ବାଧିକ ତାପମାତ୍ରା ୩୩ ରୁ ୩୪ ଡିଗ୍ରୀ ରହିବ ବୋଲି ସେ ଆକଳନ କରି କହିଛନ୍ତି ।

Weather Updates : ଫେରୁଛି ଶୀତ, ପୁଣି ଥରିବ ଓଡ଼ିଶା

ଓଡିଶାରେ ଆଜି ବର୍ଷା, ୧୨ରେ ପାଗ ରହିବ ଶୁଖିଲା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments