1. କୃଷି ଖବର

ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମରେ ଓଡିଶାକୁ ମିଳିଛି ୧୦୦୯.୮୩ ଲକ୍ଷ

ହସ୍ତତନ୍ତର ବିକାଶ ତଥା ବୁଣାକାର ମାନଙ୍କର କଲ୍ୟାଣ ପାଇଁ ସାରା ଦେଶରେ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି । କାର୍ଯ୍ୟକ୍ରମରେ ଓଡିଶାକୁ ମିଳିଛି ୧୦୦୯.୮୩ ଲକ୍ଷ ।

Shuvanshu Kar
Shuvanshu Kar
Financial assistance of ୧୦୦୯.୮୩ Lakh provided to odisha under National Handloom Development Programme

Financial assistance of ୧୦୦୯.୮୩ Lakh provided to odisha under National Handloom Development Programme

ସାରା ଦେଶରେ ବୟନ ଶିଳ୍ପର ବିକାଶ(textile industry development) ପାଇଁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର । ଏହା ଅନ୍ତର୍ଗତ ବୟନ ମନ୍ତ୍ରଣାଳୟ ହସ୍ତତନ୍ତର ବିକାଶ ତଥା ବୁଣାକାର ମାନଙ୍କର କଲ୍ୟାଣ ପାଇଁ ସାରା ଦେଶରେ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ(National Handloom Development Programme ) କାର୍ଯ୍ୟକାରୀ କରୁଛି । କାର୍ଯ୍ୟକ୍ରମରେ ଓଡିଶାକୁ ମିଳିଛି ୧୦୦୯.୮୩ ଲକ୍ଷ ।

ଏହା ଅଧୀନରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କରୁ ପ୍ରାପ୍ତ ହୋଇଥିବା ପ୍ରସ୍ତାବ ଉପରେ ଆଧାର କରି, ରାଜ୍ୟ ହସ୍ତତନ୍ତ ଏଜେନ୍ସି ଏବଂ ହସ୍ତତନ୍ତ ସମବାୟ ସମିତି ଗୁଡିକର ଭିତିଭୂମିର ବିକାଶ ଏବଂ ବୁଣାକାର ମାନଙ୍କର ବିକାଶ, ନବୀକରଣ ହୋଇଥିବା ତନ୍ତ ଏବଂ ସହାୟକ ଉପକରଣ ଗୁଡିକର କ୍ରୟ ନିମନ୍ତେ, ସୌର ଆଲୋକ ୟୁନିଟ୍ ସମୂହର ନିର୍ମାଣ, ୱାର୍କସେଡ୍ ନିର୍ମାଣ, ଡିଜାଇନ୍ କ୍ଷେତ୍ରରେ ନବସୃଜନ, ଉତ୍ପାଦ ବିକାଶ ଏବଂ ବିବିଧକରଣ, ଦକ୍ଷତା ବିକାଶ ପାଇଁ , ହସ୍ତତନ୍ତ ଦ୍ରବ୍ୟର ମାର୍କେଟିଂ, ରିହାତି ମୂଲ୍ୟରେ ମୁଦ୍ରା ଋଣ ଇତ୍ୟାଦି ନିମନ୍ତେ ଯୋଗ୍ୟ ହସ୍ତତନ୍ତ ଏଜେନ୍ସି ମାନଙ୍କୁ ବିତୀୟ ସହାୟତା ପ୍ରଦାନ କରା ଯାଇଥାଏ ।

ଗତ ତିନି ବର୍ଷରେ ଏବଂ ଚଳିତ ବର୍ଷ ସମୁଦାୟ ୩୧,୦୯୪ ବୁଣାକାରଙ୍କୁ ଦେଶରେ ତନ୍ତ ଏବଂ ସହାୟକ ଉପକରଣ ଯୋଗାଇ ଦିଆ ଯାଇଛି । ଓଡିଶାକୁ ଗତ ତିନି ବର୍ଷ ଏବଂ ଚଳିତ ବର୍ଷର ଜୁନ୍ ମାସ ଶେଷ ସୁଦ୍ଧା ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୦୦୯.୮୩ ଲକ୍ଷ ଟଙ୍କାର ବିତୀୟ ସହାୟତା ପ୍ରଦାନ କରା ଯାଇଛି ।

ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ବୟନ ଶିଳ୍ପ । ଏହାର ବାନ୍ଧ କଳା ବିଶ୍ୱ ପ୍ରସିଦ୍ଧ । ସମ୍ବଲପୁରୀ ଶାଢ଼ୀ,ବରହମପୁରୀ ପାଟ , , ଖଣ୍ଡୁଆ ପାଟ, କୋଟପାଡ ବସ୍ତ୍ର ଆଦି କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଜନାଦୃତ ହୋଇପାରିଛି । ପିଢି ପିଢି ଧରି ଓଡ଼ିଶାର ଅଧିକାଂଶ ଗ୍ରାମ ନିଜ ଅଞ୍ଚଳର ପ୍ରସିଦ୍ଧ ବୟନ କଳାକୁ ପରମ୍ପରା, ବୃତ୍ତି ତଥା ରୋଜଗାର ଭାବରେ କରି ଆସୁଛନ୍ତି ।

ଓଡ଼ିଶାର ଅଧିକାଂଶ ଗ୍ରାମ ଗୁଡିକରେ ହିଁ ବୁଣାକାର୍ଯ୍ୟ କରାଯାଏ । ସାଧାରଣତଃ ପଶ୍ଚିମ ଓଡ଼ିଶା(ବରଗଡ,ସୋନପୁର)ର ଗ୍ରାମଗୁଡ଼ିକ ଅଧିକ ପରିମାଣରେ ବୁଣାବୁଣି କରିଥାନ୍ତି । ବୁଣାକାରମାନଙ୍କ ମଧ୍ୟରେ ବିଶେଷତଃ ମେହେର ଜାତିର ଲୋକମାନେ ଅଧିକ ବୁଣାବୁଣି କରିଥାନ୍ତି । କୋରାପୁଟ, ମାଲକାନାଗିରି ଆଦି ଜିଲ୍ଲା ଗୁଡିକରେ କନ୍ଧ, କୋହ୍ଲ, ସାନ୍ତାଳ ଜାତିର ଆଦିବାସୀମାନେ ବହୁତ ପରିମାଣରେ ଏହି ବୃତ୍ତି ସହିତ ଜଡ଼ିତ ।

Ramsar sites: ସାତକୋଶିଆକୁ ରାମସାର କ୍ଷେତ୍ର ମାନ୍ୟତା

ଦେଶରେ ପ୍ରତିଷ୍ଠା ହେବ 75 ଟେକ୍ସଟାଇଲ୍ ହବ୍, ମିଳିବ ଲକ୍ଷ ଲକ୍ଷ ନିଯୁକ୍ତି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments