
odisha government extends additional rice distribution on till march
ରାଜ୍ୟବାସୀଙ୍କ ପାଇଁ ବଡ ଖବର । ଡିସେମ୍ବରରୁ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ମାସକୁ ୫ କେଜି ଅତିରିକ୍ତ ଚାଉଳ ମାଗଣାରେ ପାଇବେ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମାଗଣାରେ ଆଉ ୪ ମାସ ମିଳିବ ଚାଉଳ । ଡିସେମ୍ବର ମାସରୁ ମାର୍ଚ୍ଚ ୨୦୨୨ ଯାଏ ପ୍ରତିମାସ ମୁଣ୍ଡ ପିଛା ଅତିରିକ୍ତ ୫ କେଜି ମାଗଣା ଚାଉଳ ହିତାଧିକାରୀଙ୍କୁ ଦିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି ।

odisha government extends additional rice distribution on till march
ପ୍ରଚଳିତ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଚାରିମାସ ପାଇଁ ଅଧିକ ଚାଉଳ ବଣ୍ଟନ କରିବେ। ଏଥିପାଇଁ ମାସିକ ୪,୫୮୭ ଟନ ଚାଉଳ ଯୋଗାଇ ଦିଆଯିବ । ୪ ମାସରେ ରାଜ୍ୟ କୋଟାରୁ ମୋଟ ୧୮,୩୧୦,୬୪୦ ଟନ ଚାଉଳ ଯୋଗାଣ ପାଇଁ ରାଜ୍ୟ ରାଜ୍ୟ ସରକାର ୬୮.୧୩ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ । ଏଥିରେ ୯ ଲକ୍ଷ ୧୫ ହଜାର ହିତାଧିକାରୀ ଉପକୃତ ହେବେ ।
ଏହା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ହିତାଧିକାରୀଙ୍କ ସହିତ ସମାନ ରହିବା ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ ସୁବିଧା କରିବ । ମାର୍ଚ୍ଚ ମାସ ଯାଏଁ ମିଳିବ ମାଗାଣା ଚାଉଳ । ଡିସେମ୍ବରରୁ ମାର୍ଚ୍ଚ ୨୨ ପର୍ୟ୍ୟନ୍ତ ମାସକୁ ୫ କେଜି ଅତିରିକ୍ତ ଚାଉଳ ମାଗଣାରେ ପାଇବେ ହିତାଧିକାରୀ । ପ୍ରତି ହିତାଧିକାରୀଙ୍କ ପିଛା ଅତିରିକ୍ତ ୫ କିଲୋ ଚାଉଳ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ ଆଉ ଚାରିମାସ ମିଳିବ ମାଗଣା ଚାଉଳ। ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କ ପାଇଁ ଖୁସିର ଖବର। ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ଚାଉଳ। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ରୋଷେଇ ଗ୍ୟାସ୍ ସିଲିଣ୍ଡରରେ ମିଳୁଛି ସବସିଡି: ଗ୍ରାହକଙ୍କ ଖାତାକୁ ଆସିଲା ୨୩୭ ଟଙ୍କା
Share your comments