
Odisha Govt appoints new chairpersons, advisors to different corporations, boards
ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ( chairpersons) ଏବଂ ବିଭିନ୍ନ ବିଭାଗର ପରାମର୍ଶଦାତା(advisors)ଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
କଳିକେଶ ନାରାୟଣ ସିଂହ ଦେଓ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇଛନ୍ତି । ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଏଗ୍ରିକଲଚରାଲ ପ୍ରମୋସନ ଆଣ୍ଡ ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡ (ଆପିକଲ)ର ଅଧ୍ୟକ୍ଷ, ଡି. ବିଶ୍ବନାଥଙ୍କୁ ଗ୍ରାମାଞ୍ଚଳ ଗୃହ ନିର୍ମାଣ ବିକାଶ ନିଗମର ଅଧ୍ୟକ୍ଷ, ଲେନିନ ମହାନ୍ତିଙ୍କୁ ଓଟିଡିସିର ଅଧ୍ୟକ୍ଷ, ଅମରେଶ ପତ୍ରିଙ୍କୁ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ, ସୁବାସ ମହାରଣାଙ୍କୁ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ, ବିଜୟ ନାୟକଙ୍କୁ ବିହନ ନିଗମ ଅଧ୍ୟକ୍ଷ, ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଅଧ୍ୟକ୍ଷ ପଦରେ ମିଳିଛି ନିଯୁକ୍ତି।
ସେହିପରି ସତ୍ୟବ୍ରତ ତ୍ରୀପାଠି ହୋଇଛନ୍ତି ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ ଅଧ୍ୟକ୍ଷ । ଶ୍ରୀମୟୀ ମିଶ୍ର ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ, ଚିନ୍ମୟ ସାହୁ- କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ, ମିନତୀ ବେହେରା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି।
ସେପଟେ କସ୍ତୁରୀ ମହାପାତ୍ର ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସଂଗ୍ରାମ ପାଇକରାୟ ଖଦୀ ଗ୍ରାମ୍ୟଶିଳ୍ପ ବୋର୍ଡ ଅଧ୍ୟକ୍ଷ, ସୁରେନ୍ଦ୍ର ପ୍ରଧାନ ଓଡ଼ିଶା ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡ, କୁନା ବିହାରୀ ଦାସ ୟୁଥ ୱେଲଫେୟାର ବୋର୍ଡର ଅଧ୍ୟକ୍ଷ ଏବଂ ସନ୍ତୋଷ ବେଜ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଛି ।
Share your comments