
Odisha Govt declared to give 7TH pay commission last phase pending 20 arrear to State Employees
ସୋମବାର ଦିନ (Monday)ସପ୍ତମ ବେତନ କମିଶନର ଶେଷ ୨୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ୪ ଲକ୍ଷ କର୍ମଚାରୀ ଉପକୃତ ହେବେ । ପୂର୍ବରୁ ୮୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ୮୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।
ସୂଚନା ଅନୁଯାୟୀ, ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସୋମବାର (Monday)ଏ ସଂକ୍ରାନ୍ତରେ ସରକାରୀ ଘୋଷଣାନାମା ପ୍ରକାଶ ପାଇଛି । ଏହାଦ୍ବାରା କର୍ମଚାରୀମାନେ ସପ୍ତମ ବେତନ କମିଶନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ । ପୂର୍ବରୁ ଏହି ବକେୟାର ୮୦ ପ୍ରତିଶତ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ (State Government Employees)ଉପକୃତ ହେବେ । ଏଥିପାଇଁ ୨୦୨୧-୨୨ ଅତିରିକ୍ତ ବଜେଟରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କର୍ମଚାରୀମାନେ ଏହି ବକେୟା ଅର୍ଥ ଚଳିତ ମାର୍ଚ୍ଚ ମାସ ଦରମାରେ ପାଇପାରିବେ ।
ରାଜ୍ୟ ସରକାର (State Government)ସପ୍ତମ ବେତନ କମିଶନର ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ମାସ ଠାରୁ ଲାଗୁ କରିଥିଲେ । ଆଉ ୨୦୧୭ ସେପ୍ଟେମ୍ବର ମାସ ଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ । କର୍ମଚାରୀମାନେ ସପ୍ତମ ବେତନ କମିଶନ ସୁପାରିଶ ଅନୁଯାୟୀ, ଜାନୁଆରୀ ୨୦୧୬ ରୁ ଅଗଷ୍ଟ ୨୦୧୭ ମଧ୍ୟରେ ୨୦ ମାସର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ହୋଇଥିଲା ।
ପ୍ରକାଶ ଥାଉ ଯେ,ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୭-୨୦୧୮ ରେ ୪୦ ପ୍ରତିଶତ, ୨୦୧୯-୨୦୨୦ ରେ ୧୦ ପ୍ରତିଶତ ଓ ୨୦୨୧-୨୦୨୨ ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲା । ତେବେ ପେନସନଭୋଗୀମାନେ ସେମାନଙ୍କ ଦରମାର ଶତକଡା ୧୦୦ ପ୍ରତିଶତ ପାଇସାରିଛନ୍ତି ।
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଖବର; ଏହି ଦିନ ଖାତାକୁ ଆସିବ ୨ ଲକ୍ଷ ଟଙ୍କା,ଜାଣନ୍ତୁ...
Share your comments