1. କୃଷି ଖବର

Odisha Govt: ଗ୍ରୀନ ହାଉସ ପ୍ରଭାବରୁ ବଞ୍ଚିତ ହେବ ଓଡ଼ିଶା

ଗତକାଲି ଓଡିଶା ରାଜ୍ୟ ସରକାର ଆଉ ଏକ ପଦକ୍ଷେପକୁ ଅନୁମୋଦନ ଦେଇଛନ୍ତି l ଏହି ପଦକ୍ଷେପ ଦ୍ୱାରା ଗ୍ରୀନ ହାଉସ ପ୍ରଭାବରୁ ଓଡ଼ିଶାକୁ ମିଳିଯିବ ମୁକ୍ତି । ଏବେ ରାଜ୍ୟର ଘରେ ଘରେ ମିଳିବ ଗ୍ରୀନ୍ ଏନର୍ଜି ।

Tanushree Mahapatra
Tanushree Mahapatra
odisha green house effect issue

odisha green house effect issue

ରାଜ୍ୟର ଉନ୍ନତି ପାଇଁ ରାଜ୍ୟ ଦ୍ଵାରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥାନ୍ତି l ଗତକାଲି ଓଡିଶା ରାଜ୍ୟ ସରକାର ଆଉ ଏକ ପଦକ୍ଷେପକୁ ଅନୁମୋଦନ ଦେଇଛନ୍ତି l ଯେଉଁ ପଦକ୍ଷେପ ସାରା ରାଜ୍ୟକୁ ଏବଂ ରାଜ୍ୟ ଅକ୍ଷୟ ଶକ୍ତିରେ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ l ଏହି ପଦକ୍ଷେପ ଦ୍ୱାରା ଗ୍ରୀନ ହାଉସ ପ୍ରଭାବରୁ ଓଡ଼ିଶାକୁ ମିଳିଯିବ ମୁକ୍ତି । ଏବେ ରାଜ୍ୟର ଘରେ ଘରେ ମିଳିବ ଗ୍ରୀନ୍ ଏନର୍ଜି ।

ତାପଜ ବିଦ୍ୟୁତ ଶକ୍ତି ବଦଳରେ ରାଜ୍ୟରେ ଘରେ ଘରେ ସୌର, ଜଳ ବିଦ୍ୟୁତ ଶକ୍ତିକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ୨୦୩୦ ସୁଦ୍ଧା ଓଡିଶା ରାଜ୍ୟରେ ୭୦ ପ୍ରତିଶତ ବିଦ୍ୟୁତ ଚାହିଦା ମେଣ୍ଟାଇବ ସୌର, ପବନ ଓ ଜଳ ବିଦ୍ୟୁତ ଶକ୍ତି ଯାହା ଏକ ବଳିଷ୍ଠ ପଦକ୍ଷେପ । କାରଣ ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅକ୍ଷୟଶକ୍ତି ପରିଚାଳନା ମାର୍ଗଦର୍ଶିକାକୁ ଅନୁମୋଦନ କରିଛନ୍ତି । ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଅନୁଯାୟୀ ରାଜ୍ୟରେ ଅକ୍ଷୟ ଶକ୍ତି ଉତ୍ପାଦନ, ପରିବହନ ଓ ବିକ୍ରି ପାଇଁ ନୋଡାଲ ଏଜେନ୍ସି ଭାବେ ମୁଖ୍ୟମନ୍ତ୍ରୀ ଗ୍ରିଡକୋକୁ ଅନୁମୋଦନ ଦେଇଛନ୍ତି । ଏ ନେଇ ଶକ୍ତି ବିଭାଗ ଅନ୍ୟ ସମସ୍ତ ବିଭାଗକୁ ଚିଠି ଲେଖିଛି ।

ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ କାର୍ଯ୍ୟକାରିତା ମାର୍ଗଦର୍ଶିକାକୁ ଗତକାଲି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏଣିକି ରାଜ୍ୟରେ ୫୦ ଓ୍ବାଟ୍ ରୁ ୨୦୦ ମେଗାଓ୍ବାଟ୍ ପର୍ଯ୍ୟନ୍ତ ସିଙ୍ଗଲ୍ ଓ୍ବିଣ୍ଡୋ କ୍ଲିୟରାନ୍ସ୍ ଓ ୨୦୦ ମେଗୋଓ୍ବାଟ୍ରୁ ଅଧିକ କ୍ଷମତା ସମ୍ପନ୍ନ ପ୍ରକଳ୍ପକୁ ଅନୁମୋଦନ କରାଯିବ । ତେବେ ଆଗାମୀ ୨୦୩୦ ସୁଦ୍ଧା ରାଜ୍ୟର ପ୍ରାୟତଃ ୭୦ ପ୍ରତିଶତ ବିଦ୍ୟୁତ ଚାହିଦା ଅକ୍ଷୟ ଶକ୍ତି ଉତ୍ସରୁ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଓଡିଶା ରାଜ୍ୟ ସରକାର ।

ପୂର୍ବରୁ ଜଳବିଦ୍ୟୁତକୁ ଏକ ଅକ୍ଷୟ ଶକ୍ତି ମଧ୍ୟରେ ନିଆ ଯାଉନଥିଲା । ଓଡ଼ିଶା ସରକାରଙ୍କ ବଳିଷ୍ଠ ଯୁକ୍ତି ଆଧାରରେ କେନ୍ଦ୍ର ସରକାର ଜଳ ବିଦ୍ୟୁତକୁ ଅକ୍ଷୟ ଶକ୍ତିରେ ଅନ୍ତର୍ଭୁକ୍ତ କରିଥିଲେ । ସେହିପରି ସୂଚନା ଅନୁଯାୟୀ  ୨୦୧୬ରେ ରାଜ୍ୟ ସରକାର ଅକ୍ଷୟ ଶକ୍ତି ନୀତି ଆଣିଥିଲେ । ଯେଉଁଥିରେ ଜେଡକଲ୍ ଏବଂ ଓରେଡା ଭଳି ଏଜେନ୍ସି ବିକାଶ ପାଇଁ ନିୟୋଜିତ ହୋଇଥିଲେ । ଆଉ ଏବେ ୨୦୨୨ ମସିହାରେ ରାଜ୍ୟ ସରକାର ଆଣିଥିବା ଅକ୍ଷୟ ଶକ୍ତି ନୀତିରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିପାରିଛି ଅନ୍ୟ ରାଜ୍ୟ ଅନ୍ୟ ଦେଶକୁ । ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରହୁଥିବାରୁ ବାହାର ଦେଶରୁ ପୁଞ୍ଜି ନିବେଶକାରୀ ଓଡ଼ିଶାରେ ପୁଞ୍ଜି ଲଗାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments