1. କୃଷି ଖବର

ଆରମ୍ଭ ହେଲା ନଦୀ ଭିତ୍ତିକ ବନ୍ଦର, ଏଥର ଜଳପଥ ହେବ ସୁଗମ

ପାରାଦ୍ବୀପରେ ଓଡିଶାର ବହୁ ପ୍ରତିକ୍ଷିତ ନଦୀ ଭିତ୍ତିକ ବନ୍ଦର (IFFCO Riverine Jetty) ଉଦଘାଟିତ ହୋଇଛି । ଏହା ରାଜ୍ୟର ପ୍ରଥମ ନଦୀ ଭିତ୍ତିକ ବନ୍ଦର (Riverine Jetty) | କେନ୍ଦ୍ର ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ(Sarbananda Sonowal) ଏହାର ଉଦ୍‌ଘାଟନ କରିଛନ୍ତି ।

Sudesna Nayak
Sudesna Nayak
Odisha inaugurates state's first riverine jetty

Odisha inaugurates state's first riverine jetty

ପାରାଦ୍ବୀପରେ ଓଡିଶାର ବହୁ ପ୍ରତିକ୍ଷିତ ନଦୀ ଭିତ୍ତିକ ବନ୍ଦର (IFFCO Riverine Jetty) ଉଦଘାଟିତ ହୋଇଛି । ଏହା ରାଜ୍ୟର ପ୍ରଥମ ନଦୀ ଭିତ୍ତିକ ବନ୍ଦର (Riverine Jetty) | କେନ୍ଦ୍ର ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ(Sarbananda Sonowal) ଏହାର ଉଦ୍‌ଘାଟନ କରିଛନ୍ତି ।

“ଓଡିଶା ସରକାର, ପାରାଦୀପ ପୋର୍ଟ ଟ୍ରଷ୍ଟ ଅଥରିଟି (PPA) ଏବଂ ସମସ୍ତ ହିତାଧିକାରୀଙ୍କ ସହାୟତାରେ ଭାରତୀୟ କୃଷକ ଫର୍ଟିଲାଇଜର୍ କୋଅପରେଟିଭ୍ ଲିମିଟେଡ୍ (IFFCO) ମହାନଦୀ ବ୍ୟାରେଜ୍ ଅପରେସନ୍ ସହିତ ଓଡିଶାରେ ପରିବହନ କ୍ଷେତ୍ରରେ ଏକ ବିପ୍ଳବ ଆରମ୍ଭ କରିଛି | ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ଏହି ବନ୍ଦର କାର୍ଯ୍ୟକାରୀ ହେଲେ ଜଳପଥରେ ପରିବହନ ଓ ପଣ୍ୟ କାରବାର ସୁଗମ ହେବ ।

ବାର୍ଷିକ ୧ ମିଲିୟନ ଟନ୍‌ ପଣ୍ୟ ଜଳପଥରେ ପରିବହନ କରାଯିବା ସହ କାରବାର ବୃଦ୍ଧି ଘଟିବ । ଏହି ମଲ୍ଟି ମୋଡାଲ୍ ସିଷ୍ଟମ ଓଡିଶା ପରିବହନ କ୍ଷେତ୍ରରେ ଏକ ଦିଗ ଉନ୍ମୋଚନ କରିବା | ସେହିପରି ଆଗାମୀ ଦିନରେ ଓଡିଶାର ଜିମସମ କାରବାରକୁ ସୁଗମ କରିବା ପାଇଁ ଯାଜପୁର କଳିଙ୍ଗ ନଗର, ଡୁବୁରୀ ଓ ପାରାଦ୍ବୀପ (Paradeep)କୁ ଯୋଡିବାକୁ ବ୍ରାହ୍ମଣୀ ନଦୀକୁ ମଧ୍ୟ ସଂଯୋଗ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ନଦୀ ଭିତ୍ତିକ ବନ୍ଦର କାର୍ଯ୍ୟକାରୀ ହେଲେ ଜଳପଥରେ ପରିବହନ ସୁଗମ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ସୋନୱାଲ (Sarbananda Sonowal) କହିଛନ୍ତି ।

ପ୍ରକାଶ ଥାଉ ଯେ କି, ଏହି ଅବସରରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସୂଚନା ଓ ଜଳ ସମ୍ପଦ ବିକାଶ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦ୍ବୀପ (Paradeep)ବିଧାୟକ ସମ୍ବିତ ରାଉତରାୟ, ପାରାଦ୍ବୀପ ପୋର୍ଟ ଅଧକ୍ଷ ପି ଏଲ ହରାନାଦ ଇଫକୋ (IFFCO) କାର୍ଯ୍ୟ ନିର୍ବାହୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

'ପ୍ରାକୃତିକ କୃଷିରେ ଓଡିଶାକୁ ସହଯୋଗ କରିବ କେନ୍ଦ୍ର'

ଆସିଲା କାଳିଆ ଟଙ୍କା, ଚାଷୀଙ୍କ ଆକାଉଣ୍ଟରେ ୮୦୦ କୋଟି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments