1. କୃଷି ଖବର

ବୟନ ଶିଳ୍ପ ଓ ପୋଷାକ କ୍ଷେତ୍ର ପାଇଁ ଓଡ଼ିଶା ନିବେଶକ ସମ୍ମିଳନୀ

ଓଡିଶା ନିଜର କଳା ଓ ସଂସ୍କୃତି ପାଇଁ ଆଜି ସାରା ଦେଶ ତଥା ବିଶ୍ୱରେ ନିଜର ଅପରିଚୟ ସୃଷ୍ଟି କରି ପାରିଛି l ଓଡିଶାର ହସ୍ତ ତନ୍ତ ହେଉଛି ବୟନଶିଳ୍ପ କାରିଗରୀ ସବୁଠି ଆଜି ନିଜ ପରିଚୟ ପାଇଛି l ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ଏହି ବୟନ ଶିଳ୍ପ ।

Tanushree Mahapatra
Tanushree Mahapatra
Odisha investors summit in Bengaluru on may, image source - @HTH_Odisha

Odisha investors summit in Bengaluru on may, image source - @HTH_Odisha

ଓଡିଶା ନିଜର କଳା ଓ ସଂସ୍କୃତି ପାଇଁ ଆଜି ସାରା ଦେଶ ତଥା ବିଶ୍ୱରେ ନିଜର ଅପରିଚୟ ସୃଷ୍ଟି କରି ପାରିଛି l ଓଡିଶାର ହସ୍ତ ତନ୍ତ ହେଉଛି ବୟନଶିଳ୍ପ କାରିଗରୀ ସବୁଠି ଆଜି ନିଜ ପରିଚୟ ପାଇଛି l ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ଏହି ବୟନ ଶିଳ୍ପ । ଏହାର ବାନ୍ଧ କଳା ଏବେ ବିଶ୍ୱ ପ୍ରସିଦ୍ଧ ହୋଇଛି  । ସମ୍ବଲପୁରୀ ଶାଢ଼ୀ ଠାରୁ ଆରମ୍ଭ କରି ବରହମପୁରୀ ପାଟ , ସକତାପର ଶାଢ଼ୀ, ଖଣ୍ଡୁଆ ପାଟ, କୋଟପାଡ ବସ୍ତ୍ର ଆଦି କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଜନାଦୃତ ଲାଭ କରିଛି  ।

ଆମ ରାଜ୍ୟରେ ବୟନ ଶିଳ୍ପକୁ କେବଳ ବ୍ୟବସାୟିକ ଦୃଷ୍ଟିରେ ଦେଖାଯାଏ ନାହିଁ, ବରଂ ଏହା ଆମ ସଂସୃତିର ଏକ ପରିଭାଷା ବୋଲି ମଧ୍ୟ ବିଶ୍ୱାସ କରାଥାନ୍ତି ସମସ୍ତେ  । ପିଢି ପରେ ପିଢି ଓଡ଼ିଶାର ଅଧିକାଂଶ ଗ୍ରାମ ନିଜ ଅଞ୍ଚଳର ପ୍ରସିଦ୍ଧ ବୟନ କଳାକୁ ପରମ୍ପରା, ବୃତ୍ତି ତଥା ରୋଜଗାର ଭାବରେ କରି ଆସୁଛନ୍ତି । ଯାହା ତାଙ୍କୁ ରୋଜଗାର ଦେଇଛି l ଏଥିରେ ରାଜ୍ୟ ସରକାର ମଧ୍ୟ ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି l ତେବେ ଏହାକୁ ଆହୁରି ରୋଜଗାରକ୍ଷମ କରିବା ପାଇଁ ସରକାର ବିଭିନ୍ନ ରାଜ୍ୟରେ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ପ୍ରଚାର ପ୍ରସାର କରୁଛନ୍ତି l

ସେହିପରି ଓଡ଼ିଶା ଯେପରି ଘରୋଇ ଏବଂ ଆନ୍ତର୍ଜାତିକ ନିବେଶକଙ୍କ ପାଇଁ ନିବେଶର ଗନ୍ତବ୍ୟସ୍ଥଳ ପାଲଟିବ,ସେଥିନିମନ୍ତେ ରାଜ୍ୟ ସରକାର ବୟନ, ପୋଷାକ ଏବଂ ବୈଷୟିକ-ବୟନ ଶିଳ୍ପ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ । ନିବେଶକଙ୍କୁ ରାଜ୍ୟର ବୟାନ କାରିଗରି ଉପରେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ବେଙ୍ଗାଳୁରୁ ଠାରେ ଆଜିଠାରୁ ଦୁଇଦିନିଆ ‘ଓଡ଼ିଶା ନିବେଶକ ସମ୍ମିଳନୀ’ ଆରମ୍ଭ ହେବାକୁ ଯାଉଛି ।

ଏଥିନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଏକ ବରିଷ୍ଠ ପ୍ରତିନିଧି ଦଳ, ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏହି ବୈଠକରେ ଯୋଗଦେବେ ବୋଲି ଜଣାପଡିଛି । ତେବେ ସୂଚନାଯୋଗ୍ୟ ଯେ ଆଜି ବେଙ୍ଗାଲୁରୁର ହୋଟେଲ ‘ତାଜ ୱେଷ୍ଟ ଏଣ୍ଡ’ ରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ଆୟୋଜନ ହେବାକୁ ଯାଉଛି  । ଯାହା ରାଜ୍ୟ ପାଇଁ ଆଉ ଏକ ସଫଳତା ଆଣିଦେବ ବୋଲି ଆଶା କରାଯାଉଛି l

ନିକଟରେ ଓଡ଼ିଶା ସରକାର ‘ଓଡ଼ିଶା ଶିଳ୍ପ ନୀତି ସଂକଳ୍ପ ୨୦୨୨’ ଏବଂ ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପ ନୀତି ୨୦୨୨ ଆଣିଛନ୍ତି , ଯେଉଁଥିରେ ନିବେଶକଙ୍କୁ ବ୍ୟାପକ ପ୍ରୋତ୍ସାହନ ଓ ସର୍ବୋତ୍ତମ ସୁବିଧା ପ୍ରଦାନର ବ୍ୟବସ୍ଥା କରାଯାଇଛି । ବେଙ୍ଗାଳୁରୁ ମିଟ୍ ରେ ଓଡ଼ିଶା ପ୍ରତିନିଧି ଦଳ ରାଜ୍ୟରେ ଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଇବେ l ଏହା ସହିତ ଓଡ଼ିଶାକୁ ଟେକ୍ସଟାଇଲ୍ ଓ ଆପାରେଲ ହବ୍ ରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଗୁଡିକ ଉପସ୍ଥାପନ କରିବେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments