News

ଓଡିଶାରେ ଏ ବର୍ଷ ଖରାଦିନେ କମ୍ ଗରମ ଅଧିକ ବର୍ଷା, ରାଜ୍ୟ ଉପରେ ରହିବ ଲା-ନିନାର ପ୍ରଭାବ

ଗ୍ରୀଷ୍ମ ରୁତୁକୁ ନେଇ ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଆଶ୍ୱସ୍ତି ଆଣି ଦେଇଛି । ଓଡିଶାରେ ଏ ବର୍ଷ ଖରା ଦିନେ କମ୍‌ ଗରମ ଓ ଅଧିକ ବର୍ଷାର ସମ୍ଭାବନା ରହିଛି ।

03 March, 2022 10:21 AM IST By: Sudesna Nayak

ଗ୍ରୀଷ୍ମ ରୁତୁକୁ ନେଇ ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଆଶ୍ୱସ୍ତି ଆଣି ଦେଇଛି । ଓଡିଶାରେ ଏ ବର୍ଷ ଖରା ଦିନେ କମ୍‌ ଗରମ ଓ ଅଧିକ ବର୍ଷା (Rain) ର ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ମାର୍ଚ୍ଚ (MARCH) ରୁ ମେ ମାସ (MAY) ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଠାରୁ ତାପମାତ୍ରା କମ ରହିବ । ଅର୍ଥାତ୍ ବେଶି ଖରା ହେବ ନାହିଁ, ଏପରିକି ସ୍ଥାନେ ସ୍ଥାନେ ହାଲକା ବର୍ଷା (Rain) ହେବାର ପୂର୍ବାନୁମାନ କରାଯାଇଛି । ବିଶେଷ କରି ଉପକୂଳ ଓଡିଶା ସମେତ ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ନୟାଗଡ ଜିଲ୍ଲା, ବୌଦ୍ଧ ଆଦି ଜିଲ୍ଲାରେ ଗ୍ରୀଷ୍ମ ୩ ମାସ, ଦିନ ଓ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ ।

ପାଣିପାଗ ବିଭାଗର ସୂଚନା ଅନୁସାରେ ହିଁ, ଏବେ ପ୍ରଶାନ୍ତ ମହାସାଗରରୁ ଭାରତ ଭୂଖଣ୍ଡକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି । ଏହାସହ ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରର ତାପମାତ୍ରା କମ୍ ରହିଛି । ଏହାର ପ୍ରଭାବ ଭାରତ ଭୂଖଣ୍ଡ ଉପରେ ପଡୁଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଲା-ନିନାର ପ୍ରଭାବ ଯୋଗୁଁ, ଚଳିତ ବର୍ଷ ଓଡିଶାରେ ଗ୍ରୀଷ୍ମ ମାସରେ କମ ଗରମ ଅନୁଭୁତ ହେବ ।

ପ୍ରଶାନ୍ତ ମହାସାଗର ଆଡୁ ଅଧିକ ଜଳକଣା ଯୁକ୍ତ ଶୀତଳ ବାୟୁ ଭାରତ ଭୂଖଣ୍ଡକୁ ପ୍ରବାହିତ ହେଉଛି । ସ୍ଥଳଭାଗରେ ଥିବା ଶୁଷ୍କ ତଥା ଗରମ ବାୟୁମଣ୍ଡଳ ସେହି ଶୀତଳ ବାୟୁ ସଂସ୍ପର୍ଶରେ ଆସି ବାଷ୍ପୀକରଣ ହେଉଛି । ଏହା ହେଉଛି ଲା-ଲିନା ପ୍ରଭାବ । ଏହା ଯୋଗୁଁ ଗ୍ରୀଷ୍ମ ରୁତୁରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ କମ ରହୁଛି ।

ପ୍ରକାଶ ଥାଉ ଯେ, ଲା-ନିନାର ପ୍ରଭାବ ଏବେ ଓଡିଶାରେ ସକ୍ରିୟ ରହିଛି । ତେଣୁ ମାର୍ଚ୍ଚ (MARCH) ରୁ ମେ (MAY) ମଧ୍ୟରେ ରାଜ୍ୟରେ ସ୍ୱାଭାବିକରୁ ଅଧିକ ଖରା ଅନୁଭୂତ ହେବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପଟେ ଗତ ୨୪ ଘଣ୍ଟା ଭିତରେ ଓଡିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain)ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ୨୦ ମିଲିମିଟର ବର୍ଷା (Rain) ରେକର୍ଡ କରାଯାଇଛି । ଲା-ନିନା ପ୍ରଭାବରେ ଚଳିତ ବର୍ଷ ଓଡିଶାବାସୀମାନଙ୍କ ପାଇଁ ଗ୍ରୀଷ୍ମ ରୁତୁ ଆଶ୍ୱସ୍ତିକର ହେବ ବୋଲି ପ୍ରାରମ୍ଭିକ ଆକଳନରୁ ଜଣାପଡିଛି ।

ବଦଳିବ ରାଜ୍ୟର ପାଣିପାଗ ; ଏ ବର୍ଷ ଗ୍ରୀଷ୍ମରେ କମ୍‌ ଗରମ ଅଧିକ ବର୍ଷା, ଜୁନରେ ପ୍ରବଳ ଛେଚିବ

ମାର୍ଚ୍ଚ 1 : ଆଜି ପ୍ରବଳ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)