1. କୃଷି ଖବର

ମାର୍ଚ୍ଚ 1 : ଆଜି ପ୍ରବଳ ବର୍ଷା

ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିବା ବେଳେ ଉତ୍ତର ଉପକୂଳ ଓଡ଼ିଶା, ବିଶେଷକରି ଜଗତସିଂହପୁରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା ।

Sudesna Nayak
Sudesna Nayak
There is a possibility of light rain in 3 districts today

There is a possibility of light rain in 3 districts today

ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି (FOG) ପଡ଼ିଥିବା ବେଳେ ଉତ୍ତର ଉପକୂଳ ଓଡ଼ିଶା, ବିଶେଷକରି ଜଗତସିଂହପୁରରେ ଘନ କୁହୁଡ଼ି (FOG) ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନର ସର୍ବନିମ୍ନ ତାପମାତ୍ରା‌ରେ ହ୍ରାସ ଦେଖିବାକୁ ମିଳିଛି । ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧ ଓ ସୋନପୁରଠାରେ ୩୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୧୪ ଡିଗ୍ରି ରେକର୍ଡ ହୋଇଛି ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ । ସର୍ବନିମ୍ନ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାରୁ ଅଧିକ ଗରମ, ଗୁଳୁଗୁଳିର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ପୁଣି ଥରେ ବର୍ଷା (Rain) ହେବ । ଅପରପକ୍ଷେ ଆଜି କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା ଓ ବାଲେଶ୍ବର ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା (Rain)ହେବାର ସମ୍ଭାବନା ରହିଛି । ଏହାପରେ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ।

ପ୍ରକାଶ ଥାଉ ଯେ, ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର (BHUBANESWAR) ସମେତ ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବାର ସମ୍ଭାବନା ରହିଥିବ‌ା ବେଳେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

କାଲି ଛେଚିବ ବର୍ଷା !

ଡରାଉଛି ପଶ୍ଚିମା ଝଡ଼,ଆଜି ବି ଛେଚିବ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments