1. କୃଷି ଖବର

କାଲି ଛେଚିବ ବର୍ଷା !

ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ପୁଣି ଥରେ ବର୍ଷା ହେବ । ଆସନ୍ତାକାଲି ପାଗ ଶୁଖିଲା ରହିବା ସହିତ ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲା ଭଳି କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ ।

Sudesna Nayak
Sudesna Nayak
Today weather news odisha

Today weather news odisha

ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ପୁଣି ଥରେ ବର୍ଷା (Rain) ହେବ । ଆସନ୍ତାକାଲି ପାଗ ଶୁଖିଲା ରହିବା ସହିତ ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲା ଭଳି କାଁ ଭାଁ କିଛି ସ୍ଥାନରେ ବର୍ଷା (Rain) ହେବ ।

ସୋମବାର (Monday) ଠୁ ରାଜ୍ୟରେ ପାଗ ଶୁଖିଲା ରହିବ । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ । ତେବେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ କନ୍ଧମାଳରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି (FOG) ହେବ ବୋଲି ଭୁବନେଶ୍ୱର (BHUBANESWAR) ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସୂଚନା ଅନୁୟାୟୀ, ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ଆସନ୍ତାକାଲି ପାଗ ଶୁଖିଲା ରହିବ । ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲା ଭଳି କାଁ ଭାଁ କିଛି ସ୍ଥାନରେ ବର୍ଷା (Rain) ହୋଇପାରେ । ବିଶେଷ ବର୍ଷା (Rain) ହେବାର ସମ୍ଭାବନା ନାହିଁ । ତାପମାତ୍ରା ଧୀରେ ଧୀରେ ବଢ଼ିବ ବୋଲି ଡ.ସାହୁ ପୂର୍ବାନୁମାନ କରିଛନ୍ତି । ତେବେ ରବିବାର ରାଜ୍ୟରେ ୧୦ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା ।

ସୋନପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲାରେ ୩୬ ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ଭବାନିପାଟଣାରେ ୩୫.୨ ଡିଗ୍ରୀ ସେଲସିୟସ୍‌, ଟିଟିଲାଗଡ଼ରେ ୩୫.୪ ଡିଗ୍ରୀ, ବଲାଙ୍ଗୀର ଜିଲ୍ଲାରେ ୩୫ ଡିଗ୍ରୀ, ଫୁଲବାଣୀରେ ୩୪.୮ ଡିଗ୍ରୀ, ଅନୁଗୁଳରେ ୩୪.୧ ଡିଗ୍ରୀ, ତାଳଚେର, ନୟାଗଡ଼ ଜିଲ୍ଲା ଓ ଭଦ୍ରକ ଜିଲ୍ଲାରେ ୩୪ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରହିଥିଲା ।

ପ୍ରକାଶ ଥାଉ ଯେ, ରବିବାର (SUNDAY) ଦିନ ୫ଟି ଜିଲ୍ଲାରେ କାଁ ଭାଁ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରି କହିଥିଲେ । ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା । ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରି କହିଛନ୍ତି ।

ଡରାଉଛି ପଶ୍ଚିମା ଝଡ଼,ଆଜି ବି ଛେଚିବ ବର୍ଷା

ଶୁକ୍ରବାର ଘଡଘଡି ସହ ପ୍ରବଳ ବର୍ଷା, ୟେଲୋ ଓ୍ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments