1. କୃଷି ଖବର

ଡରାଉଛି ପଶ୍ଚିମା ଝଡ଼,ଆଜି ବି ଛେଚିବ ବର୍ଷା

ଆସୁଛି ପଶ୍ଚିମା ଝଡ଼ । ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ପୁଣି ଥରେ ବର୍ଷା ହେବ । ଆଜି ତଥା ଶନିବାର ରାଜ୍ୟର 6 ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ।

Sudesna Nayak
Sudesna Nayak
today rain in odisha

today rain in odisha

ଆସୁଛି ପଶ୍ଚିମା ଝଡ଼ । ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ ପୁଣି ଥରେ ବର୍ଷା (Rain) ହେବ । ଆଜି ତଥା ଶନିବାର (Saturday)ରାଜ୍ୟର 6 ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା (Rain) ହେବ ।

ସୂଚନା ଅନୁସାରେ, ରାଜ୍ୟର ପାଣିପାଗରେ ଏକ ବଡ ପରିବର୍ତ୍ତନା ଆସିବାକୁ ଯାଉଛି । ଆସନ୍ତା ୨୮ ତାରିଖରେ ପୁଣି ଏକ ନୂଆ ପଶ୍ଚିମା ଝଡ ପଶ୍ଚିମ ହିମାଳୟ ଅଞ୍ଚଳକୁ ପ୍ରଭାବିତ କରିବା ସମ୍ଭାବନା ଅଛି । ପରବର୍ତ୍ତୀ ୨ ଦିନ ପରେ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଶନିବାର (Saturday) ଉପକୂଳରେ ଓଡ଼ିଶାର 6 ଜିଲ୍ଲାରେ ହାଲୁକା ବର୍ଷା (Rain) ହୋଇପାରେ । ରବିବାର (Sunday)ଠାରୁ ପାଗ ମୁଖ୍ୟତ ଶୁଖିଲା ରହିବ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଶନିବାର (Saturday) ଉପକୂଳରେ ଓଡ଼ିଶାରେ 6 ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା (Rain) ହେବ । ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ସନ୍ଦରଗଡ ଜିଲ୍ଲା, କନ୍ଧମାଳ ଜିଲ୍ଲା ଓ ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ବର୍ଷା (Rain) ସମ୍ଭାବନା ଅଛି । ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ ।

ଗତକାଲି ଶୁକ୍ରବାର (Friday)ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା (Rain) ହୋଇଥିଲା । ଆଭ୍ୟନ୍ତରୀଣ ଓଡ଼ିଶା ଯଥା, ଝାରସୁଗୁଡ଼ା ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା ଓ କନ୍ଧମାଳ ଆ‌ଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା (Rain) ରେକର୍ଡ ହୋଇଥିବା ବେଳେ ବାକି ଅଞ୍ଚଳରେ ପାଗ ଶୁଖିଲା ରହିଥିଲା ।

ପ୍ରକାଶ ଥାଉ ଯେ, ଆସନ୍ତା ୨୮ ତାରିଖରେ ପୁଣି ଏକ ନୂଆ ପଶ୍ଚିମା ଝଡ ପଶ୍ଚିମ ହିମାଳୟ ଅଞ୍ଚଳକୁ ପ୍ରଭାବିତ କରିବା ସମ୍ଭାବନା ଅଛି । ପରବର୍ତ୍ତୀ ୨ ଦିନ ପରେ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଶୁକ୍ରବାର ଘଡଘଡି ସହ ପ୍ରବଳ ବର୍ଷା, ୟେଲୋ ଓ୍ୱାର୍ଣ୍ଣିଂ ଜାରି

୨୫ ରୁ ଛେଚିବ ବର୍ଷା, ୟେଲୋ ଓ୍ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments