1. କୃଷି ଖବର

ଓଡ଼ିଶା ଠିକ୍ ସମୟରେ ଚାଉଳ ସବ୍‌ସିଡି ପାଉନାହିଁ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

କେନ୍ଦ୍ର ସରକାରଙ୍କର ଚାଉଳ ସବ୍‌ସିଡି ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାରେ ରାଜ୍ୟରେ ବିନିଯୋଗ ହୋଇଥିବା ଚାଉଳ ବାବଦରେ କେନ୍ଦ୍ର ସରକାର ସବ୍‌ସିଡି ଆକାରରେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି।

Sugyan Kumar Nayak
Sugyan Kumar Nayak
Rice

Rice

କେନ୍ଦ୍ର ସରକାରଙ୍କର ଚାଉଳ ସବ୍‌ସିଡି ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାରେ ରାଜ୍ୟରେ ବିନିଯୋଗ ହୋଇଥିବା ଚାଉଳ ବାବଦରେ କେନ୍ଦ୍ର ସରକାର ସବ୍‌ସିଡି ଆକାରରେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। କେନ୍ଦ୍ର ସରକାରଙ୍କ ସହିତ ହୋଇଥିବା ବୁଝାମଣା ଅନୁସାରେ ଅଗ୍ରିମ ରିହାତି ରାଶି ତ୍ରୈମାସିକ ଭିତ୍ତିରେ ରାଜ୍ୟ ପାଇବା କଥା। ହେଲେ ଏହା ବାସ୍ତବରେ କାର୍ଯ୍ୟକାରୀ ହେଉନି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଏହାକୁ ସେ କେନ୍ଦ୍ର ସରକାରଙ୍କ ଅବହେଳା ବୋଲି ଦର୍ଶାଇଛନ୍ତି l

ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ, ଚଳିତବର୍ଷ (କେଏମ୍‌ଏସ୍‌) ସବ୍‌ସିଡି ବାବଦକୁ କେନ୍ଦ୍ର ସରକାରଙ୍କ ଠାରୁ ୧୭୮୫.୦୫କୋଟି ଟଙ୍କା ମିଳିଛି। ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ଆବଣ୍ଟିତ କେଏମ୍‌ଏସ୍‌ ୨୦୨୦-୨୧ ଚାଉଳ ବାବଦରେ ୧୮୭୫.୪୨କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଠାରୁ ପାଇବାର ଅଛି। ଏହା ବ୍ୟତୀତ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ପାଇଁ ଅଗ୍ରିମ ସବ୍‌ସିଡି ବାବଦରେ ୨୬୪୪.୪୯କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଠାରୁ ପାଇବାର ଅଛି। ସେହିପରି ଅଗଷ୍ଟ ୩୧ ସୁଦ୍ଧା ଯୋଗାଣ ନିଗମ ୧୫.୧୬ ଲକ୍ଷ ମେଟ୍ରିକ ଟନ୍ ବଳକା ଚାଉଳ ଏଫ୍‌ସିଆଇକୁ ପ୍ରଦାନ କରିଛି। ଏଫ୍‌ସିଆଇକୁ ହସ୍ତାନ୍ତରିତ ଚାଉଳ ମୂଲ୍ୟ ବାବଦକୁ ୩୫୦୫.୫୨କୋଟି ମିଳିଥିବା ବେଳେ ୧୨୪୫.୫୧କୋଟି ପାଇବାକୁ ବାକି ଅଛି। ଅପର ପକ୍ଷରେ ୨୦୨୦-୨୧ରେ ରାଜ୍ୟରେ ମୋଟ୍‌ ୭୭ଲକ୍ଷ ୩୨ହଜାର ୭୧୫ ମେଟ୍ରିକ ଟନ୍ ଧାନ କିଣାଯାଇଛି। ଏଥିରୁ ଖରିଫ ଋତୁରେ ୧୧,୯୧,୧୨୦ ଜଣ ଚାଷୀଙ୍କ ଠାରୁ ମୋଟ୍‌ ୬୨,୮୯,୫୫୫ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଥିଲା। ରବି ଋତୁରେ ୨,୦୩,୫୨୭ ଜଣ ଚାଷୀଙ୍କ ଠାରୁ ୧୪,୪୩,୧୬୦ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ଧାନର ସହାୟକ ମୂଲ୍ୟ ବାବଦ କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କା ହିସାବରେ ମୋଟ ୧୪ ହଜାର ୪୪୪ କୋଟି ୭୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥ ପାଇଁ ଏଫ୍‌ସିଆଇରୁ ମିଳିଥିବା ୩୫୦୫.୫୨ କୋଟି, କେନ୍ଦ୍ର ସରକାରଙ୍କ ସବ୍‌ସିଡି ବାବଦକୁ ମିଳିଥିବା ୧୭୮୫.୦୫ କୋଟି, ରାଜ୍ୟ ସରକାରଙ୍କ ସବ୍‌ସିଡି ୪୩୯.୧୨ କୋଟି ଏବଂ ବ୍ୟାଙ୍କରୁ ଋଣ ଆସିଥିବା ୮୭୧୫.୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments