1. କୃଷି ଖବର

କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ରାଷ୍ଟ୍ରୀୟ ମିଲେଟ ଏକ୍ସ ପୋ ୨୦୨୩ ଆୟୋଜିତ

ମିଲେଟ ଯାହାକୁ ଗରିବ ଖାଦ୍ୟ ଭାବେ ପରିଚୟ ମିଳିଥିଲା ସେହି ଶସ୍ୟ ଘରେ ଘରେ ପରିଚିତ l ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଏହାର ପ୍ରୋତ୍ସାହନ ବଢାଇବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି l

Tanushree Mahapatra
Tanushree Mahapatra

ମିଲେଟ ଯାହାକୁ ଗରିବ ଖାଦ୍ୟ ଭାବେ ପରିଚୟ ମିଳିଥିଲା ସେହି ଶସ୍ୟ ଘରେ ଘରେ ପରିଚିତ l ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଏହାର ପ୍ରୋତ୍ସାହନ ବଢାଇବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି l  ସେହିପରି କଟକ ବିଦ୍ୟାଧରପୁର ଠାରେ ଅବସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ଠାରେ ରାଷ୍ଟ୍ରୀୟ ମିଲେଟ ଏକ୍ସ ପୋ ୨୦୨୩  ଅନୁଷ୍ଠିତ ହୋଇଯାଇଛି । 

ଯେଉଁଥିରେ ଯୋଗ ଦେଇଥିଲେ ଅନେକ ମିଲେଟ ଚାଷୀ l ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କୃଷି ବିଜ୍ଞାନୀ ମାଣ୍ଡିଆ ଚାଷ ଉପରେ ଆଲୋଚନା କରିଥିଲେ ଯାହା ଅନେକ ତଥ୍ୟ ପ୍ରଦାନ କରିଥିଲା । 

ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓୟୁଏଟି କୁଳପତି ପ୍ରଫେସର୍ ପ୍ରଭାତ କୁମାର ରାଉଳ ଯୋଗ ଦେଇଥିଲେ l ସେ ଏହି କାର୍ଯ୍ୟକ୍ରମରେ କହିଛନ୍ତି: ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଉପଯୋଗୀ କୃଷି, ଖାଦ୍ୟ, ପୃଷ୍ଟିକର ନିରାପତ୍ତାର ବିଶ୍ବସ୍ତରୀୟ ଆହ୍ଵାନର ମୁକାବିଲା କରିବାରେ ମାଣ୍ଡିଆର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ ।

ଆୟୋଜିତ ରାଷ୍ଟ୍ରୀୟ ମିଲେଟ ଏକ୍ସ ପୋ ୨୦୨୩ ସମ୍ମିଳନୀରେ ଯୋଗ ଦେଇ ନିଫ୍ ଟମ୍ ନିର୍ଦ୍ଦେଶକ ପ୍ରଫେସର୍ ଭି ପାଲାନିମୁଥୁ ମାଣ୍ଡିଆ ମୂଲ୍ୟ ବୃଦ୍ଧି ପାଇଁ ଆଲୋଚନା କରିଥିଲେ l ମିଲେଟ୍ ବା ମାଣ୍ଡିଆରେ ପ୍ରସ୍ତୁତ ଆଇସକ୍ରିମ, ମିଲେଟ୍ ରେ ପ୍ରସ୍ତୁତ ବିସ୍କୁଟ, ମିଲେଟ୍ ଇଡଲି ଆଦି ଅନେକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇ ପାରୁଛି ବୋଲି ସେ କହିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକ, ଡକ୍ଟର ଏମ ଶିବଶଙ୍କର, ଡକ୍ଟର ଜି.ଏ.କେ କୁମାର, ନିଫ ଟମ୍ ବୈଜ୍ଞାନିକ ଭି. ଚନ୍ଦ୍ରଶେଖର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 

ଏହି ସମ୍ମିଳନୀରେ ଯୋଗ ଦେଇଥିବା କୃଷି ବୈଜ୍ଞାନିକମାନେ କହିଥିଲେ ଯେ ମାଣ୍ଡିଆ ହେଉଛି ଏକ କ୍ଷୁଦ୍ରଦାନା ଯୁକ୍ତ ଶସ୍ୟ । ଯାହା ଘାସ ପରି ତୃଣରୁ ସୃଷ୍ଟି ହୋଇଥାଏ । ସାଧାରଣତଃ ଏହି ମାଣ୍ଡିଆ ଶସ୍ୟର ଚାଷ ପାହାଡିଆ ଏବଂ ଢାଲୁ ଅଞ୍ଚଳରେ ବର୍ଷା ଦିନେ କରାଯାଉଥିବା ଦେଖିବାକୁ ମିଳେ । ସାଧାରଣ ଅନେକ ଚାଷୀ ମାଣ୍ଡିଆ ଚାଷ କରୁଛନ୍ତି । ଏହି ଶସ୍ୟରେ ପୋଷକ ତତ୍ତ୍ୱ ଭରି ରହିଥାଏ । 

ମାଣ୍ଡିଆ ଭଳି ଶସ୍ୟ ସହଜରେ ହଜମ ହୋଇଥାଏ । ଅନ୍ୟପଟେ ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାରେ ମାଣ୍ଡିଆ ଏକ ପ୍ରଧାନ ଖାଦ୍ୟ । ତେବେ କେନ୍ଦ୍ର ପକ୍ଷରୁ ନିଆଯାଇଥିବା ଶ୍ରୀ ପଦ୍ଧତିରେ ଅଧିକରୁ ଅଧିକ ମାଣ୍ଡିଆ ଚାଷ କରାଯିବା ଉପରେ ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିବା ଦେଖିବାକୁ ମିଳିଥିଲା । 

ଏହି ରାଷ୍ଟ୍ରୀୟ ମିଲେଟ ଏକ୍ସ ପୋ ୨୦୨୩ ଅବସରରେ ମାଣ୍ଡିଆ ଚାଷ ସମ୍ପର୍କିତ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିବା ପୁସ୍ତକକୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ । ସବୁଠାରୁ ବଡ଼ କଥା ହେଲା, ନିଫ୍ ଟମ୍ ଏବଂ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ମଧ୍ୟରେ ମାଣ୍ଡିଆ ଚାଷ ସମ୍ପର୍କିତ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି । ମାଣ୍ଡିଆ ଚାଷ ଉପରେ ପ୍ରଶିକ୍ଷଣ ନେଇଥିବା କିଛି ଚାଷୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments