1. କୃଷି ଖବର

Panchayat Election 2022:କେତେ କଟିଲେ, କେତେ ରହିଲେ?

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରଜନୀତି । ପଞ୍ଚାୟତ ନିର୍ବାଚନରୁ ୨୦୨୪ ପବନର ଦିଗ ଓ ଗତି ମପା ଯିବ । ପ୍ରାର୍ଥିପତ୍ର ଯାଞ୍ଚ ସରିଥିବା ବେଳେ ମଙ୍ଗଳବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।

Sudesna Nayak
Sudesna Nayak
odisha panchayat election 2022 nomination

odisha panchayat election 2022 nomination

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରଜନୀତି । ପଞ୍ଚାୟତ ନିର୍ବାଚନରୁ ୨୦୨୪ ପବନର ଦିଗ ଓ ଗତି ମପା ଯିବ । ପ୍ରାର୍ଥିପତ୍ର ଯାଞ୍ଚ ସରିଥିବା ବେଳେ ମଙ୍ଗଳବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।

ଏଥର ଜାତିଗତ ପ୍ରମାଣ ପତ୍ରରେ ତ୍ରୁଟି ଅଧିକାଂଶ ପ୍ରାର୍ଥୀମାନଙ୍କୁ ଅଡୁଆରେ ପକାଇଛି । ଭୁଲ ପ୍ରମାଣ ପତ୍ର ପାଇଁ ସଂରକ୍ଷିତ ସିଟରେ ଅନେକଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି ।

ସୂଚନା ଅନୁଯାୟୀ, ରାଜ୍ୟର ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ସରିବା ପରେ ଯାଞ୍ଚ ପ୍ରକ୍ରିୟାରେ ଅନେକ ନାମାଙ୍କନ ପତ୍ର ନାକଚ ହୋଇଛି । ନାକଚ ହୋଇଥିବା ନାମାଙ୍କନକୁ ବାଦ ଦେଇ ତାଲିକା ପ୍ରକାଶ ପାଇଛି । ୮ ହଜାର ୬୪୮ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥିପତ୍ର କାଏମ ରହିଛି । ଯାଞ୍ଚ ପ୍ରକ୍ରିୟାରେ ବିଭିନ୍ନ କାରଣରୁ ୨୩୨ ଜିଲ୍ଲା ପରିଷଦ ସଭ୍ୟ, ୧ ହଜାର ୧୧୯ ସମିତିସଭ୍ୟ, ୧ ହଜାର ୭୫୩ ସରପଞ୍ଚ ଓ ପାଞ୍ଚ ହଜାର ୫୪୪ ୱାର୍ଡ ମେମ୍ବର ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି ।

ରାଜ୍ୟରେ ୨୧ ତାରିଖ ସୁଦ୍ଧା ଏକ ଲକ୍ଷ ୬୨ ହଜାର ୨୯୭ ୱାର୍ଡ ମେମ୍ବର, ୩୪ ହଜାର ୬୧୩ ସରପଞ୍ଚ, ୨୮ ହଜାର ୧୫୩ ଜଣ ସମିତିସଭ୍ୟ ଓ ତିନି ହଜାର ୯୯୯ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶନିବାର ସମସ୍ତ ପ୍ରାର୍ଥିପତ୍ର ଯାଞ୍ଚ ହେବା ପରେ ୨୩୨ ଜିଲ୍ଲା ପରିଷଦ ସଭ୍ୟ, ୧,୧୧୯ ସମିତି ସଭ୍ୟ, ୧,୭୫୩ ସରପଞ୍ଚ ଓ ୫,୫୪୪ ୱାର୍ଡ ମେମ୍ବର ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି । ଏହାବାଦ ୧ ଲକ୍ଷ ୫୬ ହଜାର ୭୫୩ ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ଜଣ ସମିତିସଭ୍ୟ ଏବଂ ୩ ହଜାର ୭୬୭ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀମାନଙ୍କ ପ୍ରାର୍ଥିପତ୍ର କାଏମ ରହିଛି ।

ପ୍ରକାଶ ଥାଉ ଯେ, ଆସନ୍ତା ୨୫ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ତେଣୁ ଏହି ସମୟ ସୀମା ମଧ୍ୟରେ ଆଉ କିଛି ପ୍ରାର୍ଥୀ ମଧ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ସମ୍ଭାବନା ରହିଛି । ମଙ୍ଗଳବାର ନାମାଙ୍କନ ପ୍ରତ୍ୟାହାର ସହ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୭ ତାରିଖ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ଓ ସ୍ୱାଧିନ ଜିଲାପରିଷଦ ପ୍ରାର୍ଥୀଙ୍କୁ ଚିହ୍ନ ଆବଣ୍ଟନ କରାଯିବ । ଚିହ୍ନ ପାଇବା ପରେ ଅସଲ ଲଢେଇ ଆରମ୍ଭ ହେବ ।

PM Awas Yojana 2022: ପିଏମ ଯୋଜନାରେ ମିଳିବ ଏସବୁ ସୁବିଧା; ଉଠାନ୍ତୁ ଲାଭ

budget 2022 : ଆସିଲା ଗୁଡ ନ୍ୟୁଜ, ଗରିବ ଓ ବେରୋଜଗାରୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments