1. କୃଷି ଖବର

ଖରିଫ୍ ଧାନ ସଂଗ୍ରହ ପାଇଁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀପତ୍ର

ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ଅବଧି ଚଳିତ ଅଗଷ୍ଟ-୧୬ ପରିବର୍ତ୍ତେ ସେପ୍ଟେମ୍ବର-୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଭେଟିଛନ୍ତି।

Sugyan Kumar Nayak
Sugyan Kumar Nayak

ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ଅବଧି ଚଳିତ ଅଗଷ୍ଟ-୧୬ ପରିବର୍ତ୍ତେ ସେପ୍ଟେମ୍ବର-୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଭେଟିଛନ୍ତି। ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲା କିଷାନ କଂଗ୍ରେସ କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ସହିତ ରାଜ ଭବନଠାରେ ଏହି ସମ୍ପର୍କରେ ବିସ୍ତୃତ ଆଲୋଚନା କରି ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ କୁହନ୍ତି ଯେ, ଓଡ଼ିଶା ସରକାର ଚାଷୀଙ୍କଠାରୁ ଚଳିତବର୍ଷର ସମସ୍ତ ବଳକା ଖରିଫ୍ ଧାନ ସଂଗ୍ରହ କରିବା ପାଇଁ ଚାଷୀ ନାମ ପଞ୍ଜିକରଣ କରିବାକୁ ଗତ ଜୁଲାଇ-୧୫ରୁ ଅଗଷ୍ଟ-୧୬ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ପୂର୍ବକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଜି ସୁଦ୍ଧା ଅନେକ କୃଷି ସେବା ସମବାୟ ସମିତିରେ କର୍ମଚାରୀ ନ ଥିବା ଏବଂ ସମୟ ସୀମିତ ଦୃଷ୍ଟିରୁ ରାଜ୍ୟର ପାଖାପାଖି ଆଉ ୪୦ ପ୍ରତିଶତରୁ ଉର୍ଦ୍ଧ୍ୱ ଚାଷୀ ଏହି ସମୟସୀମା ମଧ୍ୟରେ ଧାନ ବିକିବା ପାଇଁ ସେମାନଙ୍କର ନାମ ପଞ୍ଜିକରଣ କରିପାରି ନାହାନ୍ତି । ଆସନ୍ତା ଶନିବାର ଓ ରବିବାର ଦୁଇଦିନ ସରକାରୀ ଛୁଟି । ଇତି ମଧ୍ୟରେ ବଳକା ଥିବା ଅନ୍ୟ ସମସ୍ତ ଚାଷୀ ସେମାନଙ୍କର ନାମ ପଞ୍ଜିକରଣ କରିବା ବୋଧହୁଏ ଆଉ ସମ୍ଭବପର ହେଉ ନାହିଁ । ତେଣୁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷର ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ସମୟସୀମା ଆଉ ଏକମାସ ଅର୍ଥାତ ଚଳିତ ଅଗଷ୍ଟ-୧୬ଠାରୁ ସେପ୍ଟେମ୍ବର-୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଓଡ଼ିଶାର ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଯଦି ରାଜ୍ୟ ସରକାର ଆସନ୍ତା ୧୬ ତାରିଖ ସୁଦ୍ଧା ଚାଷୀ ପଞ୍ଜିକରଣ ପାଇଁ ସମୟସୀମା ବୃଦ୍ଧି ନ କରନ୍ତି, ଆସନ୍ତା ୧୭ ତାରିଖ ଦିନ ପିସିସି କିଷାନ କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ଼ ଗାଇଡଲାଇନ୍ ଅନୁପାଳନ କରି ସରକାରଙ୍କ ବିରୁଦ୍ଧରେ ଏହାର ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି । 

ଗତ ବର୍ଷ ଖରିଫ୍ ଓ ରବି ଉତ୍ପାଦିତ ଧାନରେ ରାଜ୍ୟର ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ପଞ୍ଜିକୃତ ଚାଷୀ ଧାନ ବିକ୍ରୟ ପାଇଁ ସମସ୍ତ ସର୍ତ୍ତ ପୂରଣ କରିଥିବା ବେଳେ ରାଜ୍ୟ ସରକାର ସେମାନଙ୍କଠାରୁ ଧାନ କ୍ରୟ କଲେ ନାହିଁ । ଯାହା ଫଳରେ ସାରା ରାଜ୍ୟରେ ଅଦ୍ୟାବଧି ଚାଷୀ ଅସନ୍ତୋଷ ଲାଗି ରହିଛି । ଏଥିପାଇଁ ଚାଷୀ ଧାନର ଅଭାବୀ ବିକ୍ରିର ଶିକାର ହୋଇଛନ୍ତି ।  ମହାମାରୀ କରୋନା ସଂକ୍ରମଣ ସମୟରେ କୃଷି ଓ କୃଷକର ଅବଦାନ ଅତୁଳନୀୟ । ତଥାପି କରୋନା ପରିସ୍ଥିତିରେ ଥାଇ ରାଜ୍ୟର ଚାଷୀ କୃଷି ଉତ୍ପାଦନ କ୍ଷେତ୍ରରେ ଆଗେଇ ଚାଲିଛି । ଯଦି ଏଭଳି ସଙ୍କଟମୟ ପରିସ୍ଥିତିରେ ସରକାରଙ୍କ ପ୍ରତିଶୃତି ଅନୁଯାୟୀ ଚାଷୀଙ୍କଠାରୁ ଧାନ କିଣା ନ ଯିବ ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଗତ ରବି ଋତୁରେ ଯେପରି ଟୋକନ ସମସ୍ୟା ଫଳରେ ବହୁ ଚାଷୀ ଧାନ ବିକିବାରୁ ବଞ୍ଚିତ ହେଲେ ସେହିଭଳି ଚଳିତ ବର୍ଷର ଧାନ କ୍ରୟ ପାଇଁ ଚାଷୀ ନବୀକରଣ ସମସ୍ୟାରେ ଅହେତୁକ ସମସ୍ୟା ଉପୁଜୁଛି ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments