୩ ସପ୍ତାହ ପରେ ରାଜ୍ୟକୁ ତାତିରୁ ମିଳିଛି ତ୍ରାହି । ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ ପ୍ରଭାବରେ ରାଜ୍ଯରେ କିଛିଦିନ ହେବ ତାପମାତ୍ରା କମିବା ସହ କାଳବୈଶାଖୀ ବର୍ଷା ହେଉଥିବାର ଦେଖିବାକୁ ମିଳିଛି । ଗତକାଲି ଉପକୂଳ ଓଡ଼ିଶାର କିଛି କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ କୁଆପଥର ବର୍ଷା ହୋଇଥିଲା l ଆଜିଠାରୁ ସାରା ରାଜ୍ଯରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ l
ତେବେ ସୂଚନା ଅନୁଯାୟୀ ୯ ତାରିଖ ପର୍ଯ୍ୟନ୍ତ ଝଡତୋଫାନ ହେବା ଆଶଙ୍କା କରାଯାଉଛି । ତେବେ ଆଜି ପାଇଁ ରାଜ୍ୟର ଗଞ୍ଜାମ, ଗଜପତି, ନୟାଗଡ଼ ଜିଲ୍ଲା ସହିତ କେନ୍ଦୁଝର, ମୟୂରଭଞ୍ଜ, ଏବଂ ବାଲେଶ୍ୱରକୁ ଜିଲ୍ଲାକୁ ଅରେଞ୍ଜ ଆଲେର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।
ସେହିପରି କାଲି ଏବଂ ୯ ତାରିଖରେ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବହିବ । ଅନ୍ୟପଟେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟସ୍ଥ ତଥା ଉତ୍ତର-ଉପକୂଳ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ।
ତେବେ କାଳବୈଶାଖୀ ବର୍ଷା ପ୍ରଭାବରେ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରାରେ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ସମ୍ଭାବନା ରହିଛି । ଆଗକୁ ସାରା ଓଡ଼ିଶାକୁ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଆକଳନ କରାଯାଇଛି ।
ଅଧିକ ପଢ଼ନ୍ତୁ
Share your comments