1. କୃଷି ଖବର

ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ

ରାଜ୍ୟରେ ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ ସୁବିଧା କରିବା ପାଇଁ ଚେଷ୍ଟିତ l ସେ ଚାଷୀ ହେଉ କି ସାଧାରଣ ଲୋକ କିମ୍ବା ଆଦିବାସୀ ଜନଜାତି ହେଉ ସମସ୍ତଙ୍କ ପାଇଁ ଅନେକ କିଛି କରିବାରେ ଲାଗିପଡିଛନ୍ତି ସରକାର l

Tanushree Mahapatra
Tanushree Mahapatra
Odisha special development councils formed in blocks of districts , image source - @CMO_Odisha

Odisha special development councils formed in blocks of districts , image source - @CMO_Odisha

ରାଜ୍ୟରେ ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ ସୁବିଧା କରିବା ପାଇଁ ଚେଷ୍ଟିତ l ସେ ଚାଷୀ ହେଉ କି ସାଧାରଣ ଲୋକ କିମ୍ବା ଆଦିବାସୀ ଜନଜାତି ହେଉ ସମସ୍ତଙ୍କ ପାଇଁ ଅନେକ କିଛି କରିବାରେ ଲାଗିପଡିଛନ୍ତି ସରକାର l ଆଉ ଏବେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି l ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ରାଜ୍ୟ ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ l

ଛୋଟ ରୁ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ  ଏକ ବଳିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଯାଇଛି ବୋଲି ସେ ଘୋଷଣା କରିଛନ୍ତି । ଏହି ପରିଷଦ ଗଠିତ ହୋଇଥିବା ନୂତନ ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ସମ୍ବଲପୁର । ତେବେ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଜନଜାତି କଳା, ସଂସ୍କୃତି ଓ ସାହିତ୍ୟର ସଂରକ୍ଷଣ ପାଇଁ  ଗଠିତ ହୋଇଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ରୁ ୨୩କୁ ବୃଦ୍ଧି ପାଇଥିବା ଜଣା ପଡିଛି ।

ପୂର୍ବରୁ ଏହି ପରିଷଦ ଗୁଡିକ ୯ଟି ଜିଲ୍ଲାର ୧୧୭ଟି ବ୍ଲକରେ କାର୍ଯ୍ୟକାରୀ ହେଉଥିଲା। ଏଥିରେ ୬୪ ଲକ୍ଷ ଲୋକ ସାମିଲ ହୋଇଛନ୍ତି। ଏବେ ଏହା ୨୩ଟି ଜିଲ୍ଲାର ୧୭୨ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି । ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୨୩ କୋଟି ଟଙ୍କା ଖର୍ଚ୍ଚ  କରିବା ନେଇ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୮୦ ଲକ୍ଷ  ଅଧିକ ଜନଜାତି ସାମିଲ ହୋଇ ନିଜ କଳା ଓ ସଂସ୍କୃତିର ବିକାଶ ପାଇଁ କାମ କରିବେ । ଯାହା ତାଙ୍କ କଳା ଓ ସଂସ୍କୃତିର ପରିଚୟ ସୃଷ୍ଟି କରିବା ସମ୍ପୂର୍ଣ୍ଣ ରାଜ୍ୟରେ l

ବିକାଶର ପରିଭାଷାରେ କଳା ଓ ସଂସ୍କୃତିର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ତେଣୁ ସେମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ସାହିତ୍ୟ, ସଂସ୍କୃତି, ଭାଷା, ରାଜନୀତି ସବୁ କ୍ଷେତ୍ରରେ ଜନଜାତି ବର୍ଗର ଲୋକଙ୍କ ଅବଦାନ ରହିଛି ଆମ ରାଜ୍ୟରେ । ଓଡ଼ିଶାର ସଂସ୍କୃତିକୁ ସେମାନେ ଗୌରବମୟ କରିବାରେ ମଧ୍ୟ ସାହାଯ୍ୟ କରିଛନ୍ତି । ପ୍ରତିଟି ଓଡ଼ିଆ ସେମାନଙ୍କ ପାଇଁ ଗର୍ବିତ ।

ନୂତନ ପରିଷଦ ଗଠନ ପରେ ଛୋଟ ଛୋଟ ବର୍ଗର ଜନଜାତି ଗୋଷ୍ଠୀ ସେମାନଙ୍କ କଳା ଓ ଐତିହ୍ୟ ର ସୁରକ୍ଷା ପାଇଁ  ନିଜର ଗୁରୁତ୍ଵ ପୁର୍ଣ୍ଣ ଅବଦାନ ରଖି ପାରିବେ । ଜନଜାତି କଳା ଓ ସଂସ୍କୃତି ପ୍ରତି ଲୋକଙ୍କ ଆଗ୍ରହ ରହିଛି l ଭୁବନେଶ୍ଵରର ଜନଜାତି ସଂଗ୍ରହାଳୟ ଏବେ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଆକର୍ଷଣ ସ୍ଥାନ ପାଲଟିଛି ।

ସୂଚନା ଅନୁଯାୟୀ  ୨୦୧୭ରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ପଦକ୍ଷେପ ନେଇଥିଲା । ଏଥିରେ ଜନଜାତି ଲୋକଙ୍କ ପବିତ୍ର ବୃକ୍ଷର ସଂରକ୍ଷଣ, ସଂସ୍କୃତି କ୍ଲବ୍ , ସାଂସ୍କୃତିକ କାର୍ଯ୍ୟକ୍ରମ, ଆଦି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ଯାହା ତାଙ୍କୁ ପରିଚୟ ଦେଇଛି ରାଜ୍ୟରେ । ଏ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ୬୦ ହଜାରରୁ ଅଧିକ ପ୍ରକଳ୍ପର କର୍ଯ୍ୟାନ୍ୱୟନ ହୋଇଛି ।

ଦୁନିଆର ସବୁଠାରୁ ମହଙ୍ଗା ଆଳୁ, ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments