1. କୃଷି ଖବର

ଦେଶରେ ଓଡ଼ିଶାକୁ ମିଳିବ ସର୍ବାଧିକ ଏକଲବ୍ୟ ମଡେଲ ସ୍କୁଲ

କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ଦେଶରେ ସର୍ବାଧିକ ୮୭ ଏକଲବ୍ୟ ସ୍କୁଲ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି ।

Shuvanshu Kar
Shuvanshu Kar
Odisha to have the highest  number of EMRS in India

Odisha to have the highest number of EMRS in India

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ରାଜ୍ୟ ଅତିଥିଭବନରେ ଓଡ଼ିଶାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟEkalavya Model Residential School (EMRS)ର କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ବିଭାଗ, ଜଙ୍ଗଲ ବିଭାଗ, କାର୍ଯ୍ୟନିର୍ବାହୀ ଏଜେନ୍ସି, ଏଚସିଏଲ, ଇପିଆଇଏଲର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦାସର୍ବଦା ଓଡ଼ିଆ ଓ ଜନଜାତିଙ୍କ ହିତଲାଗି ବିଭିନ୍ନ ଯୋଜନା କରିଥାନ୍ତି । ୨୦୨୪ସୁଦ୍ଧା ମୋଦୀ ସରକାର ବନବାସୀ ପିଲାଙ୍କ ଲାଗି ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଖୁବଶୀଘ୍ର ସଫଳ ହେବ ବୋଲି ଶ୍ରୀ ଟୁଡୁ(Bishweswar Tudu) କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ଦେଶରେ ସର୍ବାଧିକ ୮୭ ଏକଲବ୍ୟ ସ୍କୁଲ(EMRS) ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି । ଏଥି ସହିତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୯ଟି ଏକଲବ୍ୟ ସ୍କୁଲ(EMRS)ର ଭୂମି ପୂଜନ ସରିଛି ଯାହା ଦେଶରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହିସାବରେ ୧ନଂ ସ୍ଥାନରେ ଅଛି । ଏପର୍ଯ୍ୟନ୍ତ ଓଡ଼ିଶାରେ ୪୫ଟି ଏକଲବ୍ୟ ସ୍କୁଲର ଭୂମିପୂଜନ କାର୍ଯ୍ୟକ୍ରମ ସରିଛି ବୋଲି ଶ୍ରୀ ଟୁଡୁ ସୂଚନା ଦେଇଛନ୍ତି ।

କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର ପାହାଡିଆ ହୋଇଥିବାରୁ ମନ୍ତ୍ରୀ ଜଙ୍ଗଲ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହ କଥା ହୋଇଛନ୍ତି । ରାଜ୍ୟ ସରକାର ଯଥାଶୀଘ୍ର ଏକଲବ୍ୟ ସ୍କୁଲ ପାଇଁ ଜମି ଯୋଗାଇ ଦେବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଟୁଡୁ କହିଛନ୍ତି ।

ସ୍କୁଲ ପାଠ୍ୟ ପୁସ୍ତକରେ ସାମିଲ ହେବ କୃଷି ବିଷୟ

ଦୁମାଥା ଫରିଦ୍‌ପୁର ଠାରେ କୃଷି କ୍ଷେତ୍ର ବିଦ୍ୟାଳୟ ଉଦ୍‌ଘାଟିତ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରି କହିଥିଲେ ଯେ ସରକାର ଶିକ୍ଷା ଉପରେ ବି ଗୁରୁତ୍ବ ଦେଉଛନ୍ତି। ଦେଶରେ ଶହେଟି ନୂତନ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ । ରାଜ୍ୟ ସରକାର, ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଓ ସବସରକାରୀ ବିଦ୍ୟାଳୟଙ୍କ ସହଭାଗିତାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ । ଏହାଛଡ଼ା ୭୫୦ଟି ନୂଆ ଏକଲବ୍ୟ ମଡେଲ ସ୍କୁଲ୍ ପ୍ରତିଷ୍ଠା କରାଯିବାକୁ ବଜେଟରେ ଉଲ୍ଲେଖ ରହିଥିଲା । ଏଥିରେ ପ୍ରତି ସ୍କୁଲ ପିଛା ୨୦ରୁ ୩୮ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ପାହାଡ଼ିଆ ଅଞ୍ଚଳରେ ୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଲକ୍ଷ ରହିଛି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments