News

ଭୁବନେଶ୍ୱରରେ ଘନ କୁହୁଡ଼ି : ବଢିବ ଶୀତ,ଖସିବ ପାରଦ

ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତ ବଢିବ । ପ୍ରବଳ କୁହୁଡ଼ି ଯୋଗୁଁ ଯାତାୟତ ହେଉଛି ବାଧାପ୍ରାପ୍ତ । ରାଜ୍ୟର ଆହୁରି ଖସିବ ପାରଦ ।

13 December, 2022 11:14 AM IST By: Sudesna Nayak

ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତ (Cold Wave)ବଢିବ । ପ୍ରବଳ କୁହୁଡ଼ି ଯୋଗୁଁ ଯାତାୟତ ହେଉଛି ବାଧାପ୍ରାପ୍ତ । ରାଜ୍ୟର ଆହୁରି ଖସିବ ପାରଦ ।

ସୂଚନା ଅନୁଯାୟୀ, ଟ୍ୱିନି ସିଟି କଟକ-ଭୁବନେଶ୍ୱର (twin cities of cuttack and bhubaneswar)ରେ ଆଜି ମଙ୍ଗଳବାର (Tuesday)ସକାଳୁ ଘନ କୁହୁଡି (Fog)ପଡିଛି । ଚାରିଆଡେ ଘନ କୁହୁଡ଼ିର ଆସ୍ତରଣ । ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ି (Fog)। ଘନ କୁହୁଡି ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଜି ମଙ୍ଗଳବାର (Tuesday) ଭୁବନେଶ୍ବର (bhubaneswar)ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି ।

ରାଜ୍ୟରେ ଆହୁରି ଖସିବ ପାରଦ । ଆଗାମୀ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ପରବର୍ତ୍ତୀ ୪ ଦିନ ଭିତରେ ପାରଦ ୨ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତ ବଢିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ଏବେ ଧାନ ଅମଳ ବେଳକୁ ପୁଣି ଦାଉ ସାଧିଛି ପ୍ରକୃତି । ତାମିଲନାଡ଼ୁ ଓ ଆନ୍ଧ୍ର ଉପକୂଳରେ ବାତ୍ୟା ମାଣ୍ଡୋସ୍‌ (Mandous)ର ପ୍ରଭାବରେ ଦକ୍ଷିଣ ଓଡ଼ିଶା (ODISHA)ର ବିଭିନ୍ନ ସ୍ଥାନରେ ଶୁକ୍ରବାର ଠାରୁ ଝିପିଝିପି ବର୍ଷା (RAIN) ଚାଲିଛି । ବର୍ଷା (RAIN) ପରିମାଣ ଅଧିକ ନଥିଲେ ମଧ୍ୟ ହିଁ ଅମଳ ଏକ ପ୍ରକାର ଅଟକି ଯାଇଛି । ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଛି ।

ଚଳିତ ଖରିଫ୍‌ରେ ଗଞ୍ଜାମ (odisha district ganjam)ଜିଲ୍ଲାରେ ମୋଟ ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍ ଜମିରେ ଚାଷ କରାଯାଇଛି । ସେଥିରୁ ୧ଲକ୍ଷ ୭୦ହଜାର ୩୨୮ ହେକ୍ଟର୍ ଜମିରେ ଧାନ ଚାଷ ହୋଇଥିବା ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ ।

ପ୍ରକାଶ ଥାଉ ଯେ, ଆଜି ମଙ୍ଗଳବାର (Tuesday) ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି (Fog) ଦେଖିବାକୁ ମିଳିଛି । ଦୃଶ୍ୟମାନ ଦୂରତା ୫ଶହ ମିଟରରୁ କମ୍ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡିରେ ଲାଇଟ୍ ଲଗାଇ ଲୋକେ ଯାତାୟତ କରୁଛନ୍ତି ।

ଖସିବ ପାରଦ,୧୪ରୁ ବଢିବ ଶୀତ

ପାଣିପାଗ ବିଭାଗର ସୂଚନା:ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)