1. କୃଷି ଖବର

ପାଣିପାଗ ବିଭାଗର ସୂଚନା:ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା

ଆଜି ବି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

Sudesna Nayak
Sudesna Nayak
today rainfall likely in some districts of odisha

today rainfall likely in some districts of odisha

ଆଜି (SUNDAY)ବି ରାଜ୍ୟର କିଛି ସ୍ଥାନରେ ବର୍ଷା (RAIN)ହୋଇପାରେ । ବିଶେଷ କରି ଦକ୍ଷିଣ ଓଡ଼ିଶା (odisha)ର କିଛି ଜିଲ୍ଲାରେ ବର୍ଷା (RAIN) ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ନୂଆପଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା ଏବଂ ଗଜପତି ଜିଲ୍ଲାରେ ବର୍ଷା (RAIN) ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା (RAIN)ହୋଇପାରେ ।

ସୂଚନା ଅନୁୟାୟୀ, ସାମୁଦ୍ରିକ ଝଡ ମାଣ୍ଡୋସ୍‌ର ସ୍ଥଳଭାଗ ଛୁଇଁବା ପରେ ଧିରେ ଧିରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଂଚିପୁରମ ଜିଲ୍ଲାରେ ଭୀଷଣ ବର୍ଷା (Rain) ସହ ଜୋରରେ ପବନ ବୋହୁଛି । ପ୍ରଶାସନ ପକ୍ଷରୁ ବାତ୍ୟା ଦୁର୍ବଳ ନହେବା ଯାଏଁ ଲୋକଙ୍କୁ ଘରୁ ନାବାହାରିବା ପାଇଁ ହିଁ ଦିଆଯାଇଛି ପରାମର୍ଶ ।

ଓଡିଶା ରାଜ୍ୟରେ ଜାରି ରହିଛି ଶୀତ ଲହରୀ ( cold wave ) । ଥଣ୍ଡା ରେ ଘରୁ ବାହାରିବା କଷ୍ଟ ହୋଇ ପଡିଛି । ତେବେ ଉପାନ୍ତ ଅଂଚଳରେ ଲୋକେ ଶୀତ ବଢିବା ଯୋଗୁଁ ହଇରାଣ ହେଉଛନ୍ତି । ଜାଡରେ ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ ୭ ସହର ତାପମାତ୍ରା । ଜାଣିରଖନ୍ତୁ ଯେ,ଭୀଷଣ ବାତ୍ୟା (Cyclone)ମାଣ୍ଡୋସ୍‌ର ଯଦିଓ ସିଧାସଳଖ ପ୍ରଭାବ ଓଡ଼ିଶା (Odisha) ଉପରେ ରହିବ ନାହିଁ, କିନ୍ତୁ ଏହାଦ୍ବାରା ରାଜ୍ୟରେ ୩ ଦିନ ଶୀତ (Cold wave) କମିଯିବ । ମେଘୁଆ ପାଗ ଓ ବର୍ଷା (Rain) ଯୋଗୁଁ ରାଜ୍ୟରେ ରାତି ତାପମାତ୍ରା ବଢ଼ିବ ।

ପ୍ରକାଶ ଥାଉ ଯେ, ଗତକାଲି ଶନିବାର (Saturday) ଓଡ଼ିଶା (Odisha)ର କିଛି ସ୍ଥାନରେ ହାଲୁକା ବର୍ଷା (Rain) ସମ୍ଭାବନା ରହିଥିଲା ବୋଲି ପାଣିପାଗ ବିଭାଗ ଆକଳନ କରିଥିଲେ ।ଏଣିକି ଜାଡରୁ ଆଶ୍ୱସ୍ତି ମିଳିବ । ୨ ଦିନ ମଧ୍ୟରେ କମିବ ଶୀତ ।

ଓଡ଼ିଶାର ୭ ଜିଲ୍ଲାରେ ଆଜି ବର୍ଷା ସମ୍ଭାବନା

ରାଜ୍ୟରେ ଆଜି ରାତିରୁ ଥଣ୍ଡା ପଡ଼ିବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments