News

ଓଡ଼ିଶାକୁ ବାତ୍ୟା ସମ୍ଭାବନା, ଆଜିଠୁ ଘଡ଼ଘଡ଼ି ସହ ବର୍ଷା

ଓଡ଼ିଶାବାସୀଙ୍କୁ ତାତିରୁ ଏବେ ତ୍ରାହି ମିଳିବ ।କାରଣ ରାଜ୍ୟର ବିଭିନ୍ନ କାଳବୈଶାଖି ବର୍ଷା ଜାରି ରହିଥିବାରୁ ଏପରି ଅନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ଆକଳନ କରାଯାଉଛି । ଆଜିଠୁ କାଳବୈଶାଖୀ ନେଇ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ ।

01 May, 2023 10:22 AM IST By: Priyambada Rana

ଓଡ଼ିଶାବାସୀଙ୍କୁ ତାତୀରୁ ଏବେ ତ୍ରାହି ମିଳିବ ।କାରଣ ରାଜ୍ୟର ବିଭିନ୍ନ କାଳବୈଶାଖି ବର୍ଷା ଜାରି ରହିଥିବାରୁ ଏପରି ଅନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ଆକଳନ କରାଯାଉଛି । ଆଜିଠୁ କାଳବୈଶାଖୀ ନେଇ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ ।

ଏହି ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେଉଛି । ଝଡ଼ ତୋଫାନ ସମୟରେ ଘରୁ ନବାହିରାବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଗଜପତି, ମାଲକାନଗିରି, କେରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଞ୍ଜ, ଝାରସୁଗୁଡା, ବେବଗଡ଼, ଅନୁଗୁଳ ଆଦି ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇପାରେ ।

ସେହିପରି ମେ ୨, ୩, ୪ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶରେ ବର୍ଷା ସମ୍ଭବନା ରହିଛି । ବର୍ଷା ଯୋଗୁଁ ୫ ତାରିଖ ଯାଏଁ ରାଜ୍ୟରେ ତାପମାତ୍ରା କମ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ୬ ତାରିଖରୁ ପୁଣି ଗରମ ବଢିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ରାଜଧାନୀରେ ଗତକାଲି ସର୍ବୋଚ ତାପାମାତ୍ରା ୩୯ ଦଶମିକ ୯ ଡିଗ୍ରୀ ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୩୮ ଡିଗ୍ରୀ ଦଶମିକ ୮ ଡିଗ୍ରୀ, ଅନୁଗୁଳରେ ୩୮ ଦଶମିକ ୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେପଟେ ରାଜ୍ୟରେ ମେ’ ମାସରେ ବାତ୍ୟା ହେବା ନେଇ ବିଶେଷଜ୍ଞମାନେ ସତର୍କ ସୂଚନା ଦେଇଛନ୍ତି । ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଥିବା ବେଳେ ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଏହି ବାତ୍ୟା ଅଧିକ ଭୟଙ୍କର ହେବା ନେଇ ଆଶଙ୍କା କରାଯାଇଛି ।

୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହା ଘନୀଭୂତ ହୋଇ ଅବପାତର ମଧ୍ୟ ରୂପ ନେଇପାରେ ବୋଲି କୁହାଯାଇଥିଲା । କିନ୍ତୁ କେବେ ଏହି ଲଘୁଚାପ ଘନୀଭୂତ ହେବ କିମ୍ବା ବାତ୍ୟାର ରୂପ ନେବ ସେ ନେଇ ଭାରତୀୟ ପାଣିପାଗ ସଠିକ ସୂଚନା ଦେଇନି । ତେବେ ଆନ୍ଧ୍ର-ଓଡିଶା ଉପକୂଳରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ସହ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ଆଗାମୀ ୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)