News

ଆଜି ଠୁ ପ୍ରବଳ ଛେଚିବ,କୋରାପୁଟ ଜିଲ୍ଲାକୁ ୱାର୍ଣ୍ଣିଂ

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଶୁକ୍ରବାର ସକାଳ ସୁଦ୍ଧା କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ରାୟଗଡ଼ା ଜିଲ୍ଲା,ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

30 August, 2024 10:48 AM IST By: Sudesna Nayak

ଲଘୁଚାପ ପ୍ରଭାବରେ ଆଜିଠୁ ପ୍ରବଳ ଛେଚିବ ବର୍ଷା (Rain)। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଶୁକ୍ରବାର ସକାଳ ସୁଦ୍ଧା କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ରାୟଗଡ଼ା ଜିଲ୍ଲା,ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଯାହାକୁ ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ (orange alert)ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଏଥିସହିତ ଏହି ସମୟ ମଧ୍ୟରେ ଆଉ କିଛି ଜିଲ୍ଲା ଯଥା ବରଗଡ଼ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ପୁରୀ ଜିଲ୍ଲା ,ଖୋର୍ଦ୍ଧା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ସୁବର୍ଣ୍ଣପୁର ଜିଲ୍ଲା, କନ୍ଧମାଳ ଜିଲ୍ଲା ,ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଚଳିତ ମାସ 31 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (Heavy Rains)ହେବ ।

ବର୍ତ୍ତମାନ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହା ଦୁଇ ଦିନରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟରେ 1 ତାରିଖ ଯାଏଁ ପ୍ରବଳ ବର୍ଷା (Heavy Rains)ହେବାର ସମ୍ଭାବନା ରହିଛି ।

ପ୍ରକାଶ ଥାଉ ଯେ, ପାଣିପାଗ ବିଭାଗର ଆକଳନ ମୁତାବକ ଅଗଷ୍ଟ 31 ତାରିଖରୁ ସେପ୍ଟେମ୍ବର 1 ତାରିଖ ମଧ୍ୟରେ କୋରାପୁଟ ଜିଲ୍ଲା,ନବରଙ୍ଗପୁର ଜିଲ୍ଲା ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା (Heavy Rains) ହୋଇପାରେ ।

ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

କୃତ୍ରିମ ବୁଦ୍ଧିମତାର ବ୍ୟବହାର ତ‌ଥା ପ୍ରଯୁକ୍ତିବିଦ୍ୟା ସମ୍ୱନ୍ଧରେ ସଚେତନତା କର୍ମଶାଳା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)