News

ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ; ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଶୁକ୍ରବାର, ଶନିବାର ଓ ରବିବାର ତିନି ଦିନ ରାଜ୍ୟରେ ଶୀତ ଲହରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ୨୮ ତାରିଖରେ ୬ଟି ଜିଲ୍ଲାରେ ଅଧିକ ଶୀତ ଏବଂ ହାଲୁକା କୁହୁଡି (Fog) ହେବ ବୋଲି ଆକଳନ ହୋଇଛି ।

28 January, 2022 10:28 AM IST By: Sudesna Nayak

ଆସନ୍ତା ତିନି ଦିନ ଯାଏଁ ରାଜ୍ୟରେ ଶୀତ ଲହରି (Cold Wave) ବହିବ । । ଜାନୁଆରୀ ୩୦ ଯାଏଁ ରହିବ ପ୍ରଭାବ ।

ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୋନପୁର ଜିଲ୍ଲା, ବଲାଙ୍ଗୀର ଜିଲ୍ଲା ଓ ବରଗଡ଼ ଜିଲ୍ଲାରେ ଶୀତ ଲହରି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ (Yellow Warning for Cold Wave)ଜାରି କରିଛି ।

ଶୁକ୍ରବାର, ଶନିବାର ଓ ରବିବାର ତିନି ଦିନ ରାଜ୍ୟରେ ଶୀତ ଲହରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ୨୮ ତାରିଖରେ ୬ଟି ଜିଲ୍ଲାରେ ଅଧିକ ଶୀତ ଏବଂ ହାଲୁକା କୁହୁଡି (Fog) ହେବ ବୋଲି ଆକଳନ ହୋଇଛି ।

୨୯ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୋନପୁର ଜିଲ୍ଲା, ବଲାଙ୍ଗିର ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା,କଳାହାଣ୍ଡି ଜିଲ୍ଲା ଓ ବରଗଡ଼ ଜିଲ୍ଲାରେ ଶୀତ ଲହରି (Cold Wave) ବହିପାରେ ।

୩୦ ତାରିଖରେ ମଧ୍ୟ ଏହି ସମସ୍ତ ଜିଲ୍ଲାରେ ଶୀତ ଲହରି (Cold Wave) ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

୩୧ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏପରି ଶୀତ ଲହରୀ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି (Yellow Warning for Cold Wave) ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ପାହାଡିଆ ଅଞ୍ଚଳ ସହ ଅନେକ ଆଭ୍ୟନ୍ତରୀଣ ଜିଲ୍ଲାରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରେକର୍ଡ ହେବା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସୂଚନା ଅନୁଯାୟୀ, ହେଲେ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ.ସୁରେନ୍ଦ୍ରନାଥ ପଶୁପାଳକ ଭିନ୍ନ ଆକଳନ କରିଛନ୍ତି । ଆସନ୍ତା ସପ୍ତାହ ଯାଏଁ ରାଜ୍ୟରେ ଶୀତ ଲହରି ନାହିଁ । କୌଣସି ସ୍ଥାନରେ ଶୀତ ବଢ଼ିବ ନାହିଁ ବୋଲି ସେ କହିଛନ୍ତି । ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ଶୁକ୍ରବାର ରାତିରୁ ରାତି ତାପମାତ୍ରା ବଢିବ । ୨୮ ତାରିଖରୁ ରାତି ତାପମାତ୍ରା ବଢ଼ିବ । ଫେବୃଆରୀ ୩ ସୁଦ୍ଧା ୬ ରୁ ୭ ଡିଗ୍ରୀ ସେଲସିୟସ ବଢିବ । ଉତ୍ତର ଓଡ଼ିଶାର ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳରେ ୨୯ ତାରିଖରୁ ଫେବୃଆରୀ ୩ ସୁଦ୍ଧା ୬ ଡିଗ୍ରୀ ବଢ଼ିବ । ଉପକୂଳ ଓ ସଂଲଗ୍ନ ଜିଲ୍ଲା ସମେତ କେନ୍ଦ୍ରୀୟ ଓଡ଼ିଶାରେ ଫେବୃଆରୀ ୪ ବେଳକୁ ୬ ରୁ ୮ଡିଗ୍ରୀ ସେଲସିୟସ ବଢ଼ିପାରେ ।

ପ୍ରକାଶ ଥାଉ ଯେ, ଦିନର ସର୍ବାଧିକ ତାପମାତ୍ରା ହାରାହାରି ୨୯ ଡିଗ୍ରୀ ରହୁଥିବାବେଳେ ଏହା କ୍ରମଶଃ ବଢ଼ବ । ଫେବୃଆରୀ ୪ ସୁଦ୍ଧା ଅନେକ ସ୍ଥାନରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ବଢିବ । ୩ ତାରିଖରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୦ ରୁ ୩୧ ଡିଗ୍ରୀ ସେଲସିୟସ ରହିବ । ସେହିଭଳି ଉପକୂଳ ଓଡ଼ିଶାରେ ୩୦ ତାରିଖରୁ କୁହୁଡି (Fog) ବଢିବ । ଫେବୃଆରୀ ୧ ରୁ ୫ ତାରିଖ ଯାଏଁ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଆହୁରି ୫ ଦିନ ଯାଏଁ ଥରିବ ଓଡିଶା, ୟେଲୋ ଆଲର୍ଟ ଜାରି

ଶୀତରେ ପୁଣି ବର୍ଷା, ୮ ଜିଲ୍ଲାକୁ ୟେଲୋ ଆଲର୍ଟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)