1. କୃଷି ଖବର

ଆହୁରି ୫ ଦିନ ଯାଏଁ ଥରିବ ଓଡିଶା, ୟେଲୋ ଆଲର୍ଟ ଜାରି

Sudesna Nayak
Sudesna Nayak
Odisha Weather Update heavy cold for next five days

Odisha Weather Update heavy cold for next five days

ରାଜ୍ୟକୁ (Odisha)ଫେରିବ ଶୀତର ଲହରୀ । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଥଣ୍ଡା (cold) ଅନୁଭୂତ ହେବ ।

ସୂଚନା ଅନୁୟାୟୀ, ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି । ଓଡିଶା ମଧ୍ୟକୁ ଉତ୍ତର ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ଏହି ଶୀତ ଲହରୀ ଅନୁଭୂତ ହେବ ।

ବିଶେଷକରି କେନ୍ଦୁଝର ଜିଲ୍ଲା, ବରଗଡ଼ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ସୋନପୁର ଜିଲ୍ଲାରେ ୨୮ ତାରିଖରେ ଶୀତ (cold) ଅନୁଭୂତ ହେବ ।

ସେହିପରି ଅନୁଗୋଳ ଜିଲ୍ଲା, ଦେବଗଡ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ସୋନପୁର ଜିଲ୍ଲା, ନୂଆପଡା ଜିଲ୍ଲାରେ ୨୯ ତାରିଖରେ ଆହୁରି ପ୍ରବଳ ଥଣ୍ଡା ହେବ ।

ରାଜ୍ୟର କେନ୍ଦୁଝର ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲାରେ ଘନ କୁହୁଡି (Severe Fog) ଅନୁଭୂତ ହେବ । ଭିଜିବିଲିଟି ବା ଦୃଶ୍ୟମାନ ୫୦ ମିଟର ତଳକୁ ଖସିବାର ସମ୍ଭାବନା ରହିଛି ।

କହିବାକୁ ଗଲେ, ବର୍ତ୍ତମାନ ଉପକୂଳ ଓଡିଶାର ଅନେକ ଅଞ୍ଚଳରେ ରାତ୍ରି ତାପମାତ୍ରା ସ୍ବାଭାବିକ ଠାରୁ ୦.୪ ରୁ ୨.୪ ଡିଗ୍ରୀ ଅଧିକ ରହିଥିବାବେଳେ ଆଭ୍ୟନ୍ତରୀଣ ଓଡିଶା (Odisha)ର ପ୍ରାୟ ଅଞ୍ଚଳରେ ତାପମାତ୍ରା ୨ ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିଛି ।

ଆସନ୍ତାକାଲି ପାଖରୁ କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ବରଗଡ ଜିଲ୍ଲା, ସୋନପୁର ଜିଲ୍ଲା ଓ ବଲାଙ୍ଗିର ଜିଲ୍ଲାରେ ଶୀତର (cold) ଲହର ଅନୁଭୂତ ହେବ ।

୩୦ ତାରିଖ ଯାଏଁ ଶୀତ ଲହର ଜାରି ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ସେହିପରି ୨୪ ଘଣ୍ଟା ମଧ୍ୟରେ ଓଡିଶା (Odisha)ରେ କେତେକ ଜିଲ୍ଲାରେ ଘନ କୁହୁଡି (Fog)ହେବାର ଆଶଙ୍କା କରାଯାଉଛି । ଏହି ସମୟରେ ଦୃଶ୍ୟମାନ ଦୂରତା ୨୦୦ ରୁ ୫୦ ମିଟର ରହିବ ବୋଲି ଆକଳନ ମଧ୍ଯ କରାଯାଉଛି ।

ପ୍ରକାଶ ଥାଉ ଯେ, ଜଗତସିଂହପୁର ଜିଲ୍ଲା, କଟକ ଜିଲ୍ଲା, ନୟାଗଡ ଜିଲ୍ଲା, କନ୍ଧମାଳ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲାରେ ଘନ କୁହୁଡି (Severe Fog) ହେବାର ସମ୍ଭାବନା ରହିଛି । ତେଣୁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ (Yellow Alert)ଜାରି କରାଯାଇଛି ।

ଶୀତରେ ପୁଣି ବର୍ଷା, ୮ ଜିଲ୍ଲାକୁ ୟେଲୋ ଆଲର୍ଟ

୨୬ ଯାଏଁ ଛେଚିବ ବର୍ଷା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments