News

ଛାଡିବନି ବର୍ଷା ; ଆହୁରି ୨୪ ଘଣ୍ଟା ବର୍ଷିବ, ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅଦିନିଆ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆଉ ୨୪ ଘଣ୍ଟା ବର୍ଷିବ (Rainfall), ଆସନ୍ତା କାଲି ଅର୍ଥାତ ଜାନୁଆରୀ ୧୫ ଠାରୁ ବର୍ଷା ପରିମାଣ କମିବ ବୋଲି ସୂଚନା ମିଳିଛି । ବର୍ଷା କମିବା ପରେ କୁହୁଡି (Fog) ଫେରିବାର ପୂର୍ବାନୁମାନ କରାଯାଇଛି ।

14 January, 2022 10:18 AM IST By: Sudesna Nayak

ଅଦିନିଆ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆଉ ୨୪ ଘଣ୍ଟା ବର୍ଷିବ (Rainfall), ଆସନ୍ତା କାଲି ଅର୍ଥାତ ଜାନୁଆରୀ ୧୫ ଠାରୁ ବର୍ଷା ପରିମାଣ କମିବ ବୋଲି ସୂଚନା ମିଳିଛି । ବର୍ଷା କମିବା ପରେ କୁହୁଡି (Fog) ଫେରିବାର ପୂର୍ବାନୁମାନ କରାଯାଇଛି ।

ପଶ୍ଚିମା ଝଡ଼ ଓ ସକ୍ରିୟ ଟ୍ରଫ୍ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain) ଲାଗି ରହିଥିବା ବେଳେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଲର୍ଟ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ବର୍ଷା ଜାରି ରହିବ । ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ସମେତ ୬ ଜିଲ୍ଲା କେଉଁଝର ଜିଲ୍ଲା , ମୟୂରଭଞ୍ଜ ଜିଲ୍ଲା , ଢେଙ୍କାନାଳ ଜିଲ୍ଲା , ରାୟଗଡ଼ା ଜିଲ୍ଲା , ମାଲକାନଗିରି ଜିଲ୍ଲା ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ଘଡଘଡି ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) ।

କହିବାକୁ ଗଲେ, ଏହାପରେ ଆସନ୍ତାକାଲି ଠାରୁ ପାଗ ଧିରେ ଧିରେ ପରିବର୍ତ୍ତନ ହେବା ସହ ବର୍ଷାର ପରିମାଣ କମିବ । ଏହାପରେ ତାପମାତ୍ରା ତଳମୁହାଁ ହୋଇ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) ଆକଳନ କରିଛି । ସେହିପରି କୁହୁଡି ଫେରିବାର ସମ୍ଭାବନା ମଧ୍ଯ ରହିଛି ।

ପ୍ରକାଶ ଥାଉ ଯେ, ସେପଟେ ଅଦିନିଆ ବର୍ଷା (Rain) ଯୋଗୁଁ ଚାଷୀମାନଙ୍କ (Framers) ମୁଣ୍ଡରେ ଚଡ଼କ ପଡିଛି । ବର୍ଷା ଓ କୁଆପଥର ମାଡ଼ରେ ଧାନ ଓ ପରିବା ଫସଲ ବ୍ୟାପକ ନଷ୍ଟ ହୋଇଛି । ଏହି ଅଦିନିଆ ବର୍ଷା ପୁଣି ଥରେ ଧାନ ଓ ପନିପରିବା ଚାଷ ଉପରେ ପାହାର ପକାଇଛି । ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଥିବା ହଜାର ହଜାର କ୍ବିଣ୍ଟାଲ ଧାନ ବସ୍ତା ଭିଜି ଯାଇଛି । ଦୁଇ ଦିନ ଧରି ଚାଲିଥିବା ବର୍ଷାରେ ସବୁ ଧାନ ଭିଜିଯାଇଛି । ଏହା ଗଜା ହେବାର ଆଶଙ୍କା ଥିବାରୁ ଏହାକୁ କେମିତି ବିକ୍ରି କରିବ ଚିନ୍ତାରେ ଚାଷୀମାନଙ୍କର ନିଦ ହଜିଯାଇଛି । କଟନିଛଟନିକୁ ନେଇ ଚିନ୍ତାରେ ଚାଷୀ ଏବେ ଭିଜା ଧାନକୁ ଧରି ବସିଛି ।

ତେବେ ଆଉ ଦୁଇ ଦିନ ବର୍ଷା ଜାରି ରହିବ । ଏପରି ପରିସ୍ଥିତିରେ ଚାଷୀ କଣ କରିବ ତାର ମୁଣ୍ଡରେ ବୁଦ୍ଧି ମଧ୍ଯ ପସୁନାହିଁ ।

ଆଜି ବି ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

୧୫ ଯାଏଁ ପ୍ରବଳ ବର୍ଷା ; ୧୬ ରୁ ଖସିବ ପାରଦ,ୟେଲୋ ୱାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)