1. କୃଷି ଖବର

ଆଜି ବି ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପୌଷ ମାସର ଅଦିନିଆ ବର୍ଷା ଚାଷୀମାନଙ୍କୁ ପୁଣି କଷଣ ଦେଇଛି । ତୁହାକୁ ତୁହା ବର୍ଷା (Rain) ଓ କୁଆପଥର ମାଡ଼ ଯୋଗୁଁ ଧାନ ଏବଂ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।

Sudesna Nayak
Sudesna Nayak
weather update in odisha Yellow Alert

weather update in odisha Yellow Alert

ପୌଷ ମାସର ଅଦିନିଆ ବର୍ଷା ଚାଷୀମାନଙ୍କୁ ପୁଣି କଷଣ ଦେଇଛି । ତୁହାକୁ ତୁହା ବର୍ଷା (Rain) ଓ କୁଆପଥର ମାଡ଼ ଯୋଗୁଁ ଧାନ ଏବଂ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।

ଗୁରୁବାର ମଧ୍ୟ ରାଜ୍ୟରେ ଭୀଷଣ ବର୍ଷା (Heavy Rain) ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । କିଛିଦିନ ତଳେ ଅଦିନିଆ ବର୍ଷା ଚାଷୀମାନଙ୍କର ସୁନାର ଫସଲକୁ ନଷ୍ଟଭ୍ରଷ୍ଟ କରି ଦେଇଥିଲା । ଲକ୍ଷାଧିକ ହେକ୍ଟର ଜମିରେ ପାଣି ଜମି ଧାନ କେଣ୍ଡା ମାଟିରେ ପଡ଼ିଥିଲା ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ଅଦିନିଆ ବର୍ଷା ପୁଣି ଥରେ ଧାନ ଓ ପନିପରିବା ଚାଷ ଉପରେ ପାହାର ପକାଇଛି ।

ସୂଚନା ଥାଉ କି, ପୌଷ ମାସରେ ଧାନ ଅମଳ ସମୟ । ବିଲବାଡ଼ିରେ ପରିବା ଚାଷ ଭରପୂର ହୋଇଥାଏ । ପୌଷ ମାସରେ ଓଡ଼ିଶାରେ ସାଧାରଣତଃ ବର୍ଷା ଭୟ ନଥାଏ । ହେଲେ ଜଳବାୟୁ ପରିବର୍ତ୍ତନର କରାଳ ରୂପ ଦେଖିବାକୁ ମିଳିଛି ମଙ୍ଗଳବାର ରାତି ଓ ବୁଧବାର ସକାଳେ । ଏହି ସମୟରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ବ୍ଲକରେ ପ୍ରବଳ ବର୍ଷା (Heavy Rain) ହୋଇଛି । ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକରେ ୬୫ ମିଲିମିଟର ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ୭୨.୪ ମିଲିମିଟର ଓ ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ୬୫ ମିଲିମିଟର ବର୍ଷା ହୋଇଛି । ଝାରସଗୁଡା ବ୍ଲକ୍‌ରେ ୫୪ ମିଲିମିଟର ବର୍ଷା ହୋଇଛି । ନୂଆପଡ଼ା କୋମନାରେ ୫୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ବଲାଙ୍ଗୀର ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଜିଲ୍ଲା, ନୂଆପଡ଼ା ଜିଲ୍ଲା, ଅନୁଗୁଳ ଜିଲ୍ଲା, ବରଗଡ଼ ଜିଲ୍ଲା, କଟକ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, କୋରାପୁଟ ଜିଲ୍ଲା, ସମ୍ବଲପୁର ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ମଧ୍ୟମ ରୁ ଭାରି ବର୍ଷା ହୋଇଛି । ଏଥିସହିତ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆପଥର ମାଡ଼ ଯୋଗୁ ବ୍ୟାପକ ପରିବା ଚାଷ ମଧ୍ଯ ନଷ୍ଟ ହୋଇଛି । ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ୍‌ରେ ଦୁଇଦିନ ହେଲା ବର୍ଷା ଲାଗି ରହିଛି । ଏଥିଯୋଗୁ ଏକର ଏକର ଜମିରେ ହୋଇଥିବା ହରଡ଼, ମୁଗ ଓ ଚଣା ଫସଲ ନଷ୍ଟ ହୋଇଯାଇଛି ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁଟିଙ୍ଗା ପଞ୍ଚାୟତ କାର୍ଲି ଓ ମୀନାପାଇ ଗାଁରେ ପ୍ରବଳ ପବନ ସହ କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ମଧ୍ଯ ହୋଇଛି ।

ବୁଧବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାରେ ୪୫.୬ ମିଲିମିଟର,ବଲାଙ୍ଗୀର ଜିଲ୍ଲାରେ ୨୩, ସମ୍ବଲପୁର ଜିଲ୍ଲାରେ ୧୯.୭ ଓ ସୋନପୁର ଜିଲ୍ଲାରେ ୧୭ ମିଲିମିଟର ବର୍ଷା ହୋଇଛି । ସମ୍ବଲପୁର ଜିଲ୍ଲା, ବରଗଡ଼ ଜିଲ୍ଲା, ସୋନପୁର ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ବୌଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ ଜମା ହୋଇ ରହିଥିଲା । ଦୁଇ ଦିନ ଧରି ଚାଲିଥିବା ବର୍ଷାରେ ଧାନ ସବୁ ଭିଜିଯାଇଛି । ଏହା ଗଜା ହେବାର ଆଶଙ୍କା ଥିବାରୁ ଏହାକୁ କେମିତି ବିକ୍ରି କରିବ ଚିନ୍ତାରେ ଚାଷୀମାନଙ୍କର ନିଦ ହଜିଯାଇଛି ।

ପ୍ରକାଶ ଥାଉ ଯେ, ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ଭାରି ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି । ଦିନ ୧୨ ଟା ସମୟ ପରେ ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ।

ଖୋର୍ଦ୍ଧା ଜିଲ୍ଲା ସମେତ ନୟାଗଡ଼ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ଅନୁଗୁଳ ଜିଲ୍ଲା, ଦେବଗଡ ଜିଲ୍ଲା, କେନ୍ଦୁଝର ଜିଲ୍ଲାରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ । ୧୪ ତାରିଖରେ ଝାରସୁଗୁଡା ଜିଲ୍ଲା, ଦେବଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ବରଗଡ଼ ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି ।

ଗୁରୁବାର ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି । କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ (Yellow Alert)ମଧ୍ଯ ଜାରି କରାଯାଇଛି ।

୧୫ ଯାଏଁ ପ୍ରବଳ ବର୍ଷା ; ୧୬ ରୁ ଖସିବ ପାରଦ,ୟେଲୋ ୱାର୍ଣ୍ଣିଂ ଜାରି

ମଙ୍ଗଳବାର ଠୁ ୧୪ ଯାଏଁ ବର୍ଷା ; ୯ ଜିଲ୍ଲାରେ ପ୍ରବଳ ଛେଚିବ,ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments