News

କୁହୁଡିକୁ ସାବଧାନ : ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୨୩ ରୁ ବର୍ଷା

ଏବେ ବର୍ଷା ପରେ ରାଜ୍ୟକୁ ଫେରିଲା ଶୀତ । ରାଜ୍ୟରେ ତିନି ଦିନ ଘନ କୁହୁଡି (Fog) ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

18 January, 2022 10:33 AM IST By: Sudesna Nayak

ଏବେ ବର୍ଷା ପରେ ରାଜ୍ୟକୁ ଫେରିଲା ଶୀତ । ରାଜ୍ୟରେ ତିନି ଦିନ ଘନ କୁହୁଡି (Fog) ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଆସନ୍ତା ୨୦ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ କୁହୁଡି (Fog) ଜନିତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ସକାଳ ୮ ଟା ୩୦ ସମୟ ମଧ୍ୟରେ ୯ ଜିଲ୍ଲା ସୁନ୍ଦରଗଡ ଜିଲ୍ଲା, କେଉଁଝର ଜିଲ୍ଲା, ଅନୁଗୋଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା, ବଲାଙ୍ଗିର ଜିଲ୍ଲା, କନ୍ଧମାଳ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ନବରଙ୍ଗପୁର ଜିଲ୍ଲାକୁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ (yellow warning)ଜାରି ହୋଇଛି ।

ସେହିପରି ଆସନ୍ତାକାଲି ୯ ଟି ଜିଲ୍ଲା ଓ ୧୯ ତାରିଖରେ ୧୩ ଟି ଜିଲ୍ଲାକୁ ୟେଲୋ ଆଲର୍ଟ (Yellow Alert) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବିଶେଷ କରି ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସତର୍କ ରହିବା ସହ ଯାତାୟତରେ ସମସ୍ୟା ଦେଖାଦେଇପାରେ । ଏହାସହ ଆସନ୍ତା ୨ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ସହ ଶୀତ (cold) ବଢିବାର ସମ୍ଭାବନା ମଧ୍ୟ ରହିଛି ।

ଘନ କୁହୁଡି ସହ ପ୍ରଚୁର ଜଳୀୟବାଷ୍ପର ଉପସ୍ଥିତି, ବାୟୁମଣ୍ଡଳର ସ୍ଥିରତା ଏବଂ ନିର୍ମଳ ଆକାଶ ଯୋଗୁ ଘନ କୁହୁଡି (Severe Fog) ସହ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ ରହିବା ସମ୍ଭାବନା ଥିବାରୁ ମଧ୍ୟରାତିରୁ ସକାଳ ଯାଏଁ ଯାତାୟାତର ସମସ୍ୟା ଉପୁଜିବାର ବହୁ ସମ୍ଭାବନା ରହିଛି ।

ଆସନ୍ତା ୨୦ ତାରିଖରୁ ରାତି ତାପମାତ୍ରା ୬ ଡିଗ୍ରୀ ବଢ଼ିଯିବ । ଆଭ୍ୟନ୍ତର ଓଡ଼ିଶାରେ ୩ ରୁ ୪ଡିଗ୍ରୀ ବଢ଼ିବ । ପୁଣି ୨୩ ତାରିଖରୁ ରାଜ୍ୟରେ ବର୍ଷା (Rain) ଆଶଙ୍କା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପ୍ରକାଶ ଥାଉ ଯେ, ୨୩ ତାରିଖ ସୁଦ୍ଧା ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍‌ ବଢିବ । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୪ ଡିଗ୍ରୀ ବଢ଼ିବ । ୨୩ ରୁ ପାଗ ମେଘୁଆ ରହିବ । ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ୨୩ ଓ ୨୪ ତାରିଖରେ ସ୍ୱଳ୍ପ ବର୍ଷା (Rain) ଆଶଙ୍କା ରହିଛି । ୨୪ ଓ ୨୫ରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେପଟେ ଅଦିନିଆ ବର୍ଷା (Rain) ଯୋଗୁଁ ଚାଷୀମାନଙ୍କ (Framers) ମୁଣ୍ଡରେ ଚଡ଼କ ପଡିଛି । ବର୍ଷା ଓ କୁଆପଥର ମାଡ଼ରେ ଧାନ ଓ ପରିବା ଫସଲ ବ୍ୟାପକ ନଷ୍ଟ ହୋଇଛି ।

୨୩ ରୁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବ ଓ କୁହୁଡ଼ି ବଢ଼ିବ । ୨୪ ତାରିଖ ଓ ୨୫ ତାରିଖରେ ଉପକୂଳରେ ସାମାନ୍ୟ ମେଘୁଆ ପାଗ ରହିପାରେ । ସେହିଭଳି ଏହି ଦୁଇ ଦିନ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ୍‌ କମିବ । ୨୫ ତାରିଖରୁ ସାରା ରାଜ୍ୟରେ ରାତି ତାପମାତ୍ରା କମିବ ଓ ଶୀତ (cold) ଅନୁଭୂତ ହେବ ବୋଲି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ଆଜି ବି ବର୍ଷିବ ; ୧୭ ରେ ଘନ କୁହୁଡ଼ି, ୟେଲୋ ୱାର୍ଣ୍ଣିଂ ଜାରି

ଛାଡିବନି ବର୍ଷା ; ଆହୁରି ୨୪ ଘଣ୍ଟା ବର୍ଷିବ, ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)