1. କୃଷି ଖବର

ଆଜି ବି ବର୍ଷିବ ; ୧୭ ରେ ଘନ କୁହୁଡ଼ି, ୟେଲୋ ୱାର୍ଣ୍ଣିଂ ଜାରି

ଅଦିନିଆ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆଜି (ଶନିବାର) ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା (Rain) ହୋଇପାରେ ।

Sudesna Nayak
Sudesna Nayak
Weather update in odisha

Weather update in odisha

ଅଦିନିଆ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆଜି (ଶନିବାର) ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା (Rain) ହୋଇପାରେ ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାରେ ହାଲୁକା ବର୍ଷା (Rain) ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ଗୁରୁବାର ରାତିରେ ଭୁବନରେ ୬୪ ମିଲିମିଟର, ଗଜପତି ନୂଆଗଡ଼ରେ ୫୭.୮, ଆର୍‌ ଉଦୟଗିରିରେ ୫୩, ମାଥିଲିରେ ୪୩, ଲମତାପୁଟରେ ୩୬.୪, ଜୟପୁରରେ ୨୯.୪, ଖୋର୍ଦ୍ଧା ବାଣପୁରରେ ୨୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ସେହିପରି ଶୁକ୍ରବାର ଚାନ୍ଦବାଲିରେ ୪.୧ ମିଲିମିଟର, ସୋନପୁରରେ ୩, ବାରିପଦାରେ ୨, ଝାରସୁଗୁଡ଼ାରେ ୧.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୬ ତାରିଖରେ ଅଳ୍ପ କିଛି ସ୍ଥାନରେ କୁହୁଡି ଦେଖା ଦେଇପାରେ । ଏହାପରେ ୧୭ ତାରିଖରେ ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ଘନ କୁହୁଡି ହେବା ନେଇ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

କହିବାକୁ ଗଲେ, ଆସନ୍ତାକାଲି ଠାରୁ ପାଗ ଧିରେ ଧିରେ ପରିବର୍ତ୍ତନ ହେବା ସହ ବର୍ଷାର ପରିମାଣ କମିବ । ଏହାପରେ ତାପମାତ୍ରା ତଳମୁହାଁ ହୋଇ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) ଆକଳନ କରିଛି । ସେହିପରି କୁହୁଡି ଫେରିବାର ସମ୍ଭାବନା ମଧ୍ଯ ରହିଛି ।

ପ୍ରକାଶ ଥାଉ ଯେ, ସେପଟେ ଅଦିନିଆ ବର୍ଷା (Rain) ଯୋଗୁଁ ଚାଷୀମାନଙ୍କ (Framers) ମୁଣ୍ଡରେ ଚଡ଼କ ପଡିଛି । ବର୍ଷା ଓ କୁଆପଥର ମାଡ଼ରେ ଧାନ ଓ ପରିବା ଫସଲ ବ୍ୟାପକ ନଷ୍ଟ ହୋଇଛି । ଏହି ଅଦିନିଆ ବର୍ଷା ପୁଣି ଥରେ ଧାନ ଓ ପନିପରିବା ଚାଷ ଉପରେ ପାହାର ପକାଇଛି । ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଥିବା ହଜାର ହଜାର କ୍ବିଣ୍ଟାଲ ଧାନ ବସ୍ତା ଭିଜି ଯାଇଛି । ଦୁଇ ଦିନ ଧରି ଚାଲିଥିବା ବର୍ଷାରେ ସବୁ ଧାନ ଭିଜିଯାଇଛି । ଏହା ଗଜା ହେବାର ଆଶଙ୍କା ଥିବାରୁ ଏହାକୁ କେମିତି ବିକ୍ରି କରିବ ଚିନ୍ତାରେ ଚାଷୀମାନଙ୍କର ନିଦ ହଜିଯାଇଛି । କଟନିଛଟନିକୁ ନେଇ ଚିନ୍ତାରେ ଚାଷୀ ଏବେ ଭିଜା ଧାନକୁ ଧରି ବସିଛି ।

ତେବେ ଆଉ ଦୁଇ ଦିନ ବର୍ଷା ଜାରି ରହିବ । ଏପରି ପରିସ୍ଥିତିରେ ଚାଷୀ କଣ କରିବ ତାର ମୁଣ୍ଡରେ ବୁଦ୍ଧି ମଧ୍ଯ ପସୁନାହିଁ ।

ଛାଡିବନି ବର୍ଷା ; ଆହୁରି ୨୪ ଘଣ୍ଟା ବର୍ଷିବ, ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆଜି ବି ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments