News

ରାଜ୍ୟକୁ ମାଡ଼ି ଆସୁଛି କାଳବୈଶାଖୀ,ସତର୍କ ସୂଚନା ଜାରି କଲା ପାଣି ପାଗ ବିଭାଗ...

ଅସ୍ତବ୍ୟସ୍ତ କରିବ କାଳବୈଶାଖୀ । ଆଉ ଦିନକ ପରେ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ ବଢିବ। ଉପକୂଳ ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୫ରୁ ପୁଣି ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହେବ। ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଗତ ଦୁଇ ଦିନ ତଳେ ପଶ୍ଚିମା ଝଡ଼ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।

14 March, 2023 7:00 AM IST By: Priyambada Rana

ଅସ୍ତବ୍ୟସ୍ତ କରିବ କାଳବୈଶାଖୀ । ଆଉ ଦିନକ ପରେ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ ବଢିବ। ଉପକୂଳ ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୫ରୁ ପୁଣି ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହେବ। ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଗତ ଦୁଇ ଦିନ ତଳେ ପଶ୍ଚିମା ଝଡ଼ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।

 ପଶ୍ଚିମା ଝଡ଼ ଯୋଗୁଁ ଏହି ବର୍ଷା ହୋଇଥିବା ବେଳେ ଏହାଦ୍ୱାରା ଅନେକ ସ୍ଥାନରେ ତାପମାତ୍ରା ମଧ୍ୟ ହ୍ରାସ ହୋଇଛି। ଆସନ୍ତା ୧୫ ତାରିଖରେ ୧୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୧୫ ତାରିଖରେ ପଶ୍ଚିମା ଝଡ଼ ପ୍ରକୋପରେ ବର୍ଷା ଆରମ୍ଭ ହୋଇ ୧୬ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୬ ତାରିଖରେ ଘଡଘଡି ବିଜୁଳି ସହ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳକୁ ସତର୍କତା ଜାରି କରାଯାଇଛି ।୧୫ରେ ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଯାଜପୁର, କଟକ, ନୟାଗଡ଼, ଖୋଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦିରେ ବର୍ଷାର ପ୍ରକୋପ ରହିବ। ସେହିପରି ୧୬ରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରଭାବ ରହିବାକୁ ଥିବାରୁ ୧୦ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗତ ପଶ୍ଚିମା ଝଡ଼ ପ୍ରଭାରେ କନ୍ଧମାଳର ଖଜୁରିପଡ଼ାରେ ୨୭ ମିମି ବର୍ଷା ହୋଇଥିବା ବେଳେ ନବରଙ୍ଗପୁରର ପାପଡ଼ାହାଣ୍ଡିରେ ୨୦ ମିମି ବର୍ଷା ହୋଇଛି।

 ରାଜ୍ୟରେ ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । କାଳବୈଶାଖୀ ଯୋଗୁ ରବି ଫସଲ ବ୍ୟାପକ ଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ବିଶେଷ କରି ଡାଲି ଜାତୀୟ ଫସଲ ଅମଳ ସମୟ ହୋଇଥିବାରୁ ସେଗୁଡିକ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି କୃଷି ପାଣିପାଗ ବିଜ୍ଞାନୀ ।

ପନିପରିବା ଚାଷରେ ମଧ୍ୟ କୀଟନାଶକ ପ୍ରୟୋଗ ବନ୍ଦ କରିବାକୁ କୁହାଯାଇଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ପୁଣି ଉପରମୁହାଁ ହୋଇପାରେ ପାରଦ । କିଛି ସ୍ଥାନରେ ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଇତିହାସ ରଚିଲା ଭାରତ: ‘ନାଟୁ ନାଟୁ’ ଗୀତକୁ ମିଳିଲା ଓସ୍କାର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)