1. କୃଷି ଖବର

ଇତିହାସ ରଚିଲା ଭାରତ: ‘ନାଟୁ ନାଟୁ’ ଗୀତକୁ ମିଳିଲା ଓସ୍କାର

ଆମେରିକାର ଲସଏଞ୍ଜେଲସରେ ୯୫ତମ ଓସ୍କାର(Ocsar) ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆରମ୍ଭ ହୋଇଛି। ଭାରତ ୨୦୨୩ ଓସ୍କାର(Oscar 2023) ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି। ଏହି ପୁରସ୍କାର କାର୍ଯ୍ୟ ଚଳିତ ବର୍ଷ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଏହାର କାରଣ ହେଉଛି ଭାରତରୁ ଚାରୋଟି ନାମାଙ୍କନ ଏଥିରେ ସାମିଲ ହେଇଛି ।

Priyambada Rana
Priyambada Rana
‘Natu Natu’ Song Win Oscar

‘Natu Natu’ Song Win Oscar

ଆମେରିକାର ଲସଏଞ୍ଜେଲସରେ ୯୫ତମ ଓସ୍କାର(Ocsar) ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆରମ୍ଭ ହୋଇଛି। ଭାରତ ୨୦୨୩ ଓସ୍କାର(Oscar 2023) ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି। ଏହି ପୁରସ୍କାର କାର୍ଯ୍ୟ ଚଳିତ ବର୍ଷ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଏହାର କାରଣ ହେଉଛି ଭାରତରୁ ଚାରୋଟି ନାମାଙ୍କନ ଏଥିରେ ସାମିଲ ହେଇଛି ।

 ଦୀପିକା ପାଦୁକୋନ ମଧ୍ୟ ଚଳିତ ବର୍ଷ ଏକ ପୁରସ୍କାର ପ୍ରଦାନ କରୁଥିବା ଜୁରୀରେ ସାମିଲ ଅଛନ୍ତି। ଏହା ଭିତରେ ଭାରତ ପାଇଁ ଖୁସି ଖବର ମିଳିଛି।ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’ କୁ ସର୍ଟ ଫିଲ୍ମ ବର୍ଗରେ  ଓସ୍କାର ପୁରସ୍କାର ମିଳିଛି । ସେହିପରି ‘ଅରଆରଆର’(RRR)ର ନାଟୁ ନାଟୁ… କୁ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ମଧ୍ୟ ଓସ୍କାର ପୁରସ୍କାର ମିଳିଛି।

 

ପ୍ରଥମେ ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’କୁ ସର୍ଟ ଫିଲ୍ମ ବର୍ଗରେ ଓସ୍କାର ପୁରସ୍କାର ମିଳିଥିଲା । ଜଙ୍ଗଲରେ ଏକ ପରିତ୍ୟକ୍ତ ହାତୀ ଶାବକ ଓ ଏକ ଦମ୍ପତ୍ତିଙ୍କ ମଧ୍ୟରେ ଗଢ଼ି ଉଠିଥିବା ସଂପର୍କକୁ ନେଇ ତାମିଲ ଭାଷାରେ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି। ୩୯ ମିନିଟର ଏହି କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’ କୁ ସର୍ଟ ଫିଲ୍ମ ବର୍ଗରେ  ଓସ୍କାର ପୁରସ୍କାର ମିଳିଥିଲା। ଏଥିରେ ଭାରତୀୟ ଜଙ୍ଗଲର ସନୋରମ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୁନ୍ଦର ଭାବେ ଦର୍ଶଯାଇଛି । ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ବର୍ଗରେ ‘ଏଲିଫ୍ୟାଣ୍ଟ ହୁଇସପରର୍ସ’କୁ  କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ଏବେ ନାଟୁ ନାଟୁ ମଧ୍ୟ ଭାରତ ଦ୍ୱିତୀୟ ଓସ୍କାର ପୁରସ୍କାର ଆଣିଛି । ପ୍ରଥମେ ସର୍ଟ ଡକ୍ୟୁମେଣ୍ଟାରୀରେ ଭାରତ ବାଜି ମାରିଥିବା ବେଳେ ଏବେ ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ଓସ୍କାର ପୁରସ୍କାର ପାଇଛି । ଏହା ଉପରେ ସମଗ୍ର ଭାରତର ନଜର ଥିଲା ଆଉ ଏଥିରେ ମଧ୍ୟ ଭାରତ ଦ୍ୱିତୀୟ ଓସ୍କାର ପୁରସ୍କାର ପାଇଛି। ଭାରତୀୟ ଚଳଚ୍ଚିତ୍ର RRR ର ନାଟୁ-ନାଟୁ ଗୀତ ଓସ୍କାର ପୁରସ୍କାର ପାଇ ଥିବା ବେଳେ ଏହା ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ। RRR ର ଗୀତ ନାଟୁ ନାଟୁ ଶ୍ରେଷ୍ଠ ମୂଳ ଗୀତ ବର୍ଗ ବିଜୟ ହେଇଛି ।

ନାଚୁରାଲ ଫାର୍ମିଂ ପାଇଁ ନାବାର୍ଡ ଦେବ ସହାୟତା

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments