1. କୃଷି ଖବର

Weather update: ୫ ଦିନ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ନାହିଁ

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟ ପାଣିପାଗ କିମ୍ବା ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବା ନାହିଁ l ୭ ତାରିଖ କିଛି ଜିଲ୍ଲାରେ ଅଧିକ କୁହୁଡ଼ି ହେବା ନେଇ ସତର୍କତା ଜାରି କରାଯାଇଛି l

Tanushree Mahapatra
Tanushree Mahapatra
odisha winter weather update, image source - pexels.com

odisha winter weather update, image source - pexels.com

ରାତିରେ ଶୀତ ପ୍ରକୋପ ଅଧିକ ହେଉଥିବା ଦେଖିବାକୁ ମିଳୁଛି l  ଯାହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ସତର୍କତା ଜାରି କରୁଛନ୍ତି ବିଭାଗ l ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରାରେ  କୌଣସି ପରିବର୍ତ୍ତନ ନ ହେବା ନେଇ ସୂଚନା ଦେଇଛି ବିଭାଗ l

ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାର ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହୁଛି ପାରଦ। ଏ ସମସ୍ତ ଦିଗକୁ ନଜର ଦେଇ ୭ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ସ୍ବତନ୍ତ୍ର ରିଲିଫ୍‌ କମିସନଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ତେବେ ୬ ତାରିଖ ଏ ନେଇ ଭୋର ସମୟରେ ଜିଲ୍ଲା ଭିତରେ ରହିଥିଲା କୋରାପୁଟ,  ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, କଳାହାଣ୍ଡି ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ  ଏବଂ ଆଜି ତଥା ୭ ତାରିଖରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର , ମାଲକାନଗିରି, କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ।

ତେଣୁ ସମ୍ପୃକ୍ତ ଏ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ, ଏସ୍‌ପି ଏବଂ ପରିବହନ ବିଭାଗର ଅଧିକାରୀମାନଙ୍କୁ କଡ଼ା ନଜର ରଖିବାକୁ କୁହାଯାଇଛି । ସେହିପରି ଉପକୂଳ ଓଡ଼ିଶା ସମେତ ଅନ୍ୟ କିଛି ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ବିଭାଗ ସୂଚନା ଦେଇଛି । sଚଳିତ ବର୍ଷ କନ୍ଧମାଳ ଜିଲ୍ଲା ଏବଂ ଘୁମୁସର ଉଦୟଗିରିରେ ଶୀତର ପ୍ରକୋପ ଅଧିକ ଦେଖୁବାକୁ ମିଳିଛି । କିଛିଦିନର ବ୍ୟବଧାନ ପରେ ପୁଣି ଥରେ ଏହି ଜିଲ୍ଲା ଗୁଡିକରେ ତାପମାତ୍ରା ଧୀରେ ଧୀରେ ଖସିବାରେ ଲାଗିଛି । ଏହି ଜିଲ୍ଲାରେ ତାପମାତ୍ରା ୭ଡିଗ୍ରି ପର୍ଯ୍ୟନ୍ତ ରେକର୍ଡ କରାଯାଇଛି । ଏହାପରେ ଗ୍ରାମାଞ୍ଚଳରେ ଏହା ୬ଡିଗ୍ରିକୁ ପହଁଚିଥିବା ନଜିର ରହିଛି । ତେବେ ହଠାତ ତାପମାତ୍ରା ଖସିବା ଯୋଗୁଁ ଶୀତର ପ୍ରକୋପ ଏହି ଜିଲ୍ଲା ଗୁଡିକରେ ବଢ଼ିବାରେ ଲାଗିଛି ।

ଶୀତ ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା । ଓଡ଼ିଶାର ଦାର୍ଜିଲିଂ ଭାବେ ପରିଚିତ ଉଦୟଗିରି ମଧ୍ୟ ଏଥିରେ ସାମିଲ। ଚଳିତ ବର୍ଷ ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରିଛି ଏହି ଦୁଇଟି ସ୍ଥାନ । ଆଉ ଏଠାରେ ପ୍ରବଳ ଜାଡ଼ରେ ଥରୁଛି ସାରା ଅଞ୍ଚଳ। ଦିନକୁ ଦିନ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି ଯାହାକୁ ନେଇ ଏଠାରେ ବାସ କରୁଥିବା ଲୋକେ ଶୀତରେ ଥରହର ହୋଇପଡୁଛନ୍ତି ।

ଆଉ ଏହି ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉଛନ୍ତି ଗରିବ ଲୋକ। ସେହିପରି କିଛି ଲୋକ ଶୀତୁଆ ସକାଳର ମଜ୍ଜା ଉଠେଇବା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଭିଡ଼ ଜମାଉଛନ୍ତି l ସହରର ବିଭିନ୍ନ ଛକ ଥିବା ଚାହା ଦୋକାନରେ ଶୀତୁଆ ସକାଳର ଖଟି ଜମୁଛି ଯୁବ ପିଢିଙ୍କର। ଅନ୍ୟ କିଛି ନିଜ ଶରୀରକୁ ଫିଟ ରଖିବା ପାଇଁ ସକାଳ ଭ୍ରମଣ ସହ ଖେଳ ପଡିଆ ପାର୍କରେ ଭ୍ରମଣ କରୁଛନ୍ତି l ସେପଟେ ପିଲାଙ୍କର ଖେଳକୁଦ ବେଶ ଜମୁଛି ଶୀତୁଆ ପାଗରେ । ଥଣ୍ଡା ଯୋଗୁଁ ବିନା ଗରମ ପୋଷାକରେ ଘରୁ ବାହାରିବା ଏକ ପ୍ରକାର ସମ୍ଭବ ହେଉନି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ସତ୍ତ୍ୱେ ଶୀତର ଲୁଚକାଳି ଖେଳ ଚାଲିଛି କିଛିଦିନ ହେବ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments