1. କୃଷି ଖବର

କୋରାପୁଟ ରେ ରାଜ୍ୟ ର ପ୍ରଥମ କଫି ପ୍ରକ୍ରିୟାକରଣ ୟୁନିଟ ଉଦ୍ଘାଟିତ

କୋରାପୁଟ ରେ ରାଜ୍ୟ ର ପ୍ରଥମ କଫି ପ୍ରକ୍ରିୟାକରଣ ୟୁନିଟ ଉଦ୍ଘାଟିତ

KJ Staff
KJ Staff

ପ୍ରଥମ କଫି ପ୍ରକ୍ରିୟାକରଣ ମେସିନ କୋରାପୁଟ ରେ ଉଦ୍ଘାଟିତ ହୋଇସାରିଛି |ଉଦ୍ଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲା ଯୋଜନା ବୋର୍ଡ ଅଧକ୍ଷ ତଥା କୋରାପୁଟ ର ବିଧାୟକ ରଘୁରାମ ପଡାଲ ଯୋଗଦେଇଥିଲେ |ସାରା ଦୁନିୟା ବର୍ତମାନ କୋରାପୁଟ ର କଫି ର ସ୍ୱାଦ ଚାଖିବ ବୋଲି କହିଥିଲେ ସମ୍ମାନୀୟ ଅତିଥି ମହୋଦୟ |କୋରାପୁଟ ରେ ଉତ୍ପାଦିତ କଫି କୁ ସଂଗ୍ରହ କରି ଆନ୍ଧ୍ର ରେ ଆରକୁ କଫି ନାମ ରେ ବିକ୍ରି ହେଉଥିବା କୋରାପୁଟିଆ କଫି ବିଶ୍ୱ ଦରବାର ରେ ସମସ୍ତଙ୍କ ମନ କିଣିବ|

ଚନ୍ଦନ ପୋଖରୀ ନିକଟସ୍ଥ  ଡିଟିସିସି ଷ୍ଟଲରେ ଏହି ପ୍ରକ୍ରିୟାକରଣ ମେସିନ କୁ ଉପସ୍ଥପିତ କରାଯାଇଛି |
ଏହି ୟୁନିଟ କୁ  ଡିଟିକୋଲ ଓ ଜିଲା ପ୍ରଶାସନ ମିଳିତ ଭାବେ କଫି ଚାଷୀଙ୍କ ନିମନ୍ତେ ସ୍ଥାପନ କରାଯାଇଥିଲା ବେଳେ ଏହାର କଞ୍ଚା ମାଲ ପ୍ରକ୍ରିୟାକରଣ ନିମନ୍ତେ ସୁନାବେଡା ପୁଲିସ କ୍ୟାମ୍ପ ରେ  ଡିଟିସିସି ରେ ଏକ ୟୁନିଟ ସ୍ଥାପନା କରାଯାଇ ସେଠାରୁ କୋରାପୁଟ ସ୍ତିତ ଡିଟିସିସି ଷ୍ଟଲରେ ବର୍ତମାନ ପ୍ରକ୍ରିୟାକରଣ ୟୁନିଟ ତଥା ରୋଷ୍ଟିଙ୍ଗ ,ଗ୍ରାଇଣ୍ଡିଙ୍ଗ ଓ ପ୍ୟାକେଜିଙ୍ଗ ଆଦି କରାଯାଇ ଆଦିସା ବ୍ରାଣ୍ଡ ର କଫି ନାମରେ ବିକ୍ରି କରାଯିବ ବୋଲି ଜଣାପଡିଛି |

କୋରାପୁଟ ର କଫି ଚାଷୀ ମାନେ ଆନ୍ଧ୍ର ର ଦଲାଲ ଙ୍କ ଦ୍ୱାରା ବେଶ କ୍ଷେତିଗ୍ରସ୍ତ ହେଉଥିଲେ ଏବଂ ଠକାମୀ ରେ ପଡୁଥିଲେ |ବର୍ତମାନ ଏହି ୟୁନିଟ ମାଧ୍ୟମରେ ଚାଷୀ ଲାଭବାନ ହୋଇପାରିବେ ଏବଂ ଦଲାଲ ଙ୍କ କବଳରୁ ବଞ୍ଚିପାରିବେ|ବ୍ୟାପକ କଫି ଚାଷ ଦ୍ୱାରା ପରିବେଶ ସନ୍ତୁଳିତ ମଧ୍ୟ ହେଉଛି ଏବଂ ଜିଲା ରେ ୯୮% କଫି ଉପଯୋଗୀ ଜମି ରହିଛି ବୋଲି କହିଥିଲେ ଅଧ୍ୟକ୍ଷ ମଧୁସୂଦନମିଶ୍ର |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments