News

କୃଷି ଉନ୍ନତି ସମ୍ମିଳନୀ 2022, ଚାଷୀଙ୍କ ବିକାଶ ହିଁ ଆମର ଉନ୍ନତି

କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ । ସଜେଇ ହେଉଛି ମହାମଞ୍ଚ । ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛି କୃଷି ଜାଗରଣ (Krishi Jagran) । ଚାଷୀଙ୍କ ବିକାଶ ହିଁ ଆମର ଉନ୍ନତି ।

17 October, 2022 2:15 PM IST By: Sudesna Nayak

କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ । ସଜେଇ ହେଉଛି ମହାମଞ୍ଚ । ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛି କୃଷି ଜାଗରଣ (Krishi Jagran) । ଚାଷୀମାନଙ୍କ ବିକାଶ ହିଁ ଆମର ଉନ୍ନତି ।

ଆଜି ସୋମବାର (MONDAY) ଅକ୍ଟୋବର 17 ଓ ଅକ୍ଟୋବର 18 ରେ ଅନୁଷ୍ଠିତ କୃଷି ଉନ୍ନତି ସମ୍ମଳନୀ 2022 (krishi unnati sammelan 2022)। ରାୟଗଡାର ସ୍କୁଲ ଅଫ ଫାର୍ମାସି, ସେଞ୍ଚୁରିଅନ ୟୁନିଭର୍ସିଟି ଅଫ ଟେକ୍ନୋଲୋଜୀ ଏଣ୍ଡ ମ୍ୟାନେଜମେଣ୍ଟ, ପିତାମହଲଠାରେ ଆୟୋଜିତ ଏହି ମେଳା ପାଇଁ ଜୋରଶୋରରେ ଆଗେଇ ଚାଲିଛି ପ୍ରସ୍ତୁତି । ଆହୁରି ମଧ୍ୟ ଏଠାରେ କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମ ସି ଡୋମିନିକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଅଛନ୍ତି । ଏଠାରେ କୃଷି ଜାଗରଣ (Krishi Jagran)ଟିମ ମଧ୍ଯ ଉପସ୍ଥିତ ଅଛନ୍ତି । କୃଷକ ଓ କୃଷି କ୍ଷେତ୍ର ସହିତ ଜଡିତ ଅନେକ ଏହି ମେଳାରେ ଯୋଗ ଦେଇ ନୂଆ ଜ୍ଞାନ ଓ କୌଶଳ ଖୋଜିପାଇବେ ।

ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟ ଓ କୃଷି ଜାଗରଣ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ,ପଛୁଆବର୍ଗ ଓ ସଂଖ୍ୟାଲଘୁ ଉନ୍ନୟନ ଏବଂ ଆଇନମନ୍ତ୍ରୀ ଜଗନ୍ନାଥ ସରକା (Minister of  ST & SC development minorities and backward classes welfare govt of odisha)ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଶ୍ବ ବିଦ୍ୟାଳୟ ନିଦ୍ଦେଶକ ରାଜେଶ ପାଢୀ director CUTM,rayagada,ରାୟଗଡା ବିଧାୟକ (MLA rayagada) ମକରନ୍ଦ ମୁଦୁଲି, କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମ ସି ଡୋମିନିକ ଓ ବିଶ୍ବ ବିଦ୍ୟାଳୟର କୃଷି ବିଭାଗ ମୁଖ୍ଯ ଏସପି ନନ୍ଦ (Dean admin msssoa) କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ।

ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟରେ କୃଷି ଉନ୍ନତି ସମ୍ମିଳନୀ । ରାୟଗଡା ସହର ଉପଖଣ୍ତ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟ ପରିସରରେ କୃଷି ଉନ୍ନତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚାଷୀଙ୍କୁ ଆଧୁନିକ ବୈଜ୍ଞାନିକ ପଦ୍ଧତି ଏବଂ ବିଭିନ୍ନ ଯାନ୍ତ୍ରୀକ ଉପକରଣ ଚାଷକାର୍ଯ୍ୟ ଉପଯୋଗ କରି ଉତ୍ପାଦନ କ୍ଷମତା ବୃଦ୍ଧି ଉଦ୍ଦେଶରେ ଚାଷୀଙ୍କୁ ପ୍ରେରିତ ସକାଶେ ଏହି 2 ଦିନିଆ ସମ୍ମିଳନୀ ଆୟୋଜିତ ହୋଇଛି ।

କୃଷି ଜାଗରଣ (Krishi Jagran) ପକ୍ଷରୁ ଆୟୋଜିତ ହେବାକୁ ଯାଉଛି କୃଷି ଉନ୍ନତି ସମ୍ମିଳନୀ 2022 (krishi unnati sammelan 2022) । ଏନେଇ ଆରମ୍ଭ ହୋଇଯାଇଛି ଜୋରସୋରରେ ପ୍ରସ୍ତୁତି । ରାୟଗଡାରେ ବିଭିନ୍ନ ସଂଗଠନ, ଏନଜିଓ ଓ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି କୃଷି ଜାଗରଣ ଏବଂ ରାୟଗଡା ସେଞ୍ଚୁରିଅନ ୟୁନିଭର୍ସିଟି ଟିମ । କୃଷି ବିଶ୍ବ ବିଦ୍ୟାଳୟ ଓ ସ୍କୁଲ ଅଫ ଫାର୍ମାସିର ମିଳିତ ଆନୁକୂଲ୍ୟରେ ଏହି ମେଳା ଆୟୋଜିତ ହେଉଛି । କୃଷକଙ୍କଠୁ ନେଇ କୃଷି ଉଦ୍ୟୋଗୀ, ଉତ୍ପାଦକ, ଡିଲର, ବିତରକ, ବୈଜ୍ଞାନିକ, ସରକାରଙ୍କ ବିଭିନ୍ନ ସଂସ୍ଥା, ସହଯୋଗୀ ଏବଂ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସଂଗଠନଗୁଡିକ କୃଷି ଉନ୍ନତି ସମ୍ମିଳନୀ ଗୋଟିଏ ମଞ୍ଚରେ ଏକାଠି କରିବ । କୃଷି ଉନ୍ନତି ସମ୍ମିଳନୀ (krishi unnati sammelan 2022) ର ସ୍ବତନ୍ତ୍ର ଆକର୍ଷଣ ରହିବ ଆଦିବାସୀ ସମୁଦାୟ ଡଙ୍ଗରିଆ ଜନଜାତିଙ୍କ ଖାଦ୍ୟ, କୃଷି ପ୍ରଣାଳୀ, ଚାଲିଚଳଣି ।

ଏହି ପ୍ରଦର୍ଶନୀ ଓଡିଶାର କୃଷି ଏବଂ ସହଯୋଗୀ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ସେଞ୍ଚୁରିଅନ ୟୁନିଭର୍ସିଟି ଓ କୃଷି ଜାଗରଣର ମିଳିତ ଆନୁକୂଲ୍ୟରେ ଏହି ମେଳା ଅନୁଷ୍ଠିତ ହେଉଛି । Explore the Unexplored ଅର୍ଥାତ 'ଦେଖିନଥିବା ସ୍ଥାନ ଦେଖନ୍ତୁ' ଏହି ସମ୍ମିଳନୀର ଥିମ ରହିଛି ।

ପ୍ରକାଶ ଥାଉ ଯେ, କୃଷି ଜାଗରଣ (Krishi Jagran) ଏହି ମେଳା ଜରିଆରେ ଡଙ୍ଗରିଆ (dangaria) ଜନଜାତି ବୁଣାକାରଙ୍କ ହସ୍ତତନ୍ତକୁ ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଚାର ପ୍ରସାର କରୁଛି । ଡଙ୍ଗରିଆ କନ୍ଧ (dangaria kandhas)ନିୟମଗିରି ପର୍ବତରେ ରହୁଥିବା ଆଦିମ ଜନଜାତି । ମୁଖ୍ୟତଃ ପୋଡୁଚାଷଦ୍ୱାରା ଏମାନେ ଜୀବିକା ନିର୍ବାହ କରିଥାନ୍ତି । ଡଙ୍ଗରିଆ କନ୍ଧମାନେ ରାୟଗଡ଼ାର ପୂର୍ବଘାଟ ଅଞ୍ଚଳରେ ବସବାସ କରିଥାନ୍ତି ।

ଡଙ୍ଗରିଆ କନ୍ଧ (dangaria kandhas)ମାନେ ଉଦ୍ୟାନକୃଷିରେ ବେଶ ଦକ୍ଷ ଅଟନ୍ତି । ହଳଦୀ, ସପୁରୀ ଓ କଦଳୀ ଚାଷ କରି ଏହି ଜନଜାତି ପ୍ରସିଦ୍ଧି ଲାଭ କରିଛନ୍ତି । ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଓ ପାହାଡ଼ରେ ଚାଷ କରିବା ଏହି ଜନଜାତିର ଜୀବନ ଜୀବିକା ।

ରାୟଗଡାରେ ହେବ କୃଷି ଉନ୍ନତି ସମ୍ମିଳନୀ, ଚାଲିଛି ଜୋରଶୋରରେ ପ୍ରସ୍ତୁତି

ରାୟଗଡାରେ ହେବ ମେଗା କୃଷି ସମ୍ମିଳନୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)