News

କାଇ ଚଟଣିକୁ ମିଳିବ GI Tag ମାନ୍ୟତା !

କାଇ ଚଟଣିକୁ ଜିଆଇ ଟ୍ୟାଗ ମାନ୍ୟତା ଦବା ପାଇଁ ପ୍ରୟାସ ଜୋରଶୋରରେ ଚାଲିଛି । କୃଷି ବିଜ୍ଞାନକେନ୍ଦ୍ରର ବୈଜ୍ଞାନିକମାନେ ଏଥିପାଇୱ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ କରୁଛନ୍ତି ।

06 July, 2022 4:37 PM IST By: Shuvanshu Kar

ମୟୂରଭଞ୍ଜର କାଇ ଚଟଣି(red ant chutney)କୁ ମିଳିପାରେ ଭୌଗଳିକ ପରିଚୟର ମାନ୍ୟତା ଅର୍ଥାତ ଜିଆଇ ଟ୍ୟାଗ(gi tag) । ଏନେଇ ଓୟୁଏଟିକୁ(ouat) ଡେମୋନଷ୍ଟ୍ରେସନ ରିପୋର୍ଟ ମାଗିଛି କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ । ଯଦି ଗବେଷଣାରେ ସବୁକିଛି ଠିକ ରୁହେ, ତେବେ ଓଡିଶାର ଏହି ସ୍ବତନ୍ତ୍ର କାଇ ପିମ୍ପୁଡି ଚଟଣି ପାଇଁ ଜିଆଇ ଟ୍ୟାଗ ମାନ୍ୟତା(gi tag) ଦାବି ନେଇ ରାସ୍ତା ପ୍ରସସ୍ତ ହେବ ।

କାଇ ଚଟଣିକୁ ଜିଆଇ ଟ୍ୟାଗ ମାନ୍ୟତା ଦବା ପାଇଁ ପ୍ରୟାସ ଜୋରଶୋରରେ ଚାଲିଛି । କୃଷି ବିଜ୍ଞାନକେନ୍ଦ୍ରର ବୈଜ୍ଞାନିକମାନେ ଏଥିପାଇୱ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ କରୁଛନ୍ତି । ତେବେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ କାଇ ଚଟଣିକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ ଦାବି କରାଯିବ ।

କାଇ ଚଟଣି ନାଁ ଶୁଣିଲେ ହୁଏତ ଅନେକ ଜଣ ଆଶ୍ଚର୍ଯ୍ୟ ହୋଇଥାନ୍ତି, ହେଲେ ଏହା ମୟୁରଭଞ୍ଜ ଆଦିବାସୀ ଅଞ୍ଚଳର ଏକ ସ୍ବତନ୍ତ୍ର ଓ ସ୍ବାଦିଷ୍ଟ ଖାଦ୍ୟ ବୋଲି ବିବେଚନା କରାଯାଏ । ଶରୀର ପାଇଁ କାଇ ଚଟଣି ସ୍ବାସ୍ଥ୍ୟପ୍ରଦ ବୋଲି କୁହାଯାଏ । ଏଥିରେ ପ୍ରୋଟିନ, କ୍ୟାଲସିୟମ, ଜିଙ୍କ୍, ଭିଟାମିନ-୧୨, ପୋଟାସିୟମ, ସୋଡିୟମ ଭଳି ଅନେକ ଭିଟାମିନ ରହିଛି ।

କାଇ ପିମ୍ପୁଡିକୁ କେହି କେହି ନାଲି ପିମ୍ପୁଡି କିମ୍ବା କୁରକୁଟି କହିଥାନ୍ତି । ଏହା ଉପରେ ଅନେକ ଗବେଷଣା ଜାରି ରହିଛି । କାଇ ପିମ୍ପୁଡିକୁ ଏକାଠି କରି ସ୍ୱାଦ ଅନୁସାରେ ଲୁଣ, ରସୁଣ, ଅଦା ଓ ଲଙ୍କା ଦେଇ ଚଟଣି ପ୍ରସ୍ତୁତ କରାଯାଏ ।

ଏହା ପୂର୍ବରୁ ମହାମାରୀ କୋରୋନା ସମୟରେ ଉଠିଥିଲା କାଇ ପିମ୍ପୁଡି ଚଟଣି ମାନ୍ୟତା । କୋରୋନା ମୁକାବିଲା ପାଇଁ ଔଷଧ ଭାବେ କାଇ ପିମ୍ପୁଡି ଚଟଣିକୁ ମାନ୍ୟତା ଦେବା ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟଙ୍କୁ ନିର୍ଦ୍ଦେଶ ଦେଇଥିଲେ କଟକ ହାଇକୋର୍ଟ ।

ଜଙ୍ଗଲରୁ ସଂଗ୍ରହ କରାଯାଉଥିବା କାଇ ପିମ୍ପୁଡିର ଚଟଣି ଓ ସୁପ୍ କୋରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଔଷଧ ଭାବେ ବ୍ୟବହାର କରାଯାଇପାରିବ। କାଇ ପିମ୍ପୁଡି ଚଟଣି ଓ ସୁପ୍‌କୁ କୋରୋନା ଭୂତାଣୁ ସଂକ୍ରମଣ ଜନିତ ରୋଗର ଚିକିତ୍ସା ଓ ନିବାରଣ ପାଇଁ ବ୍ୟବହାର କରାଯିବା‌ରେ କିଛି ବାଧା ନାହିଁ। କାଇ ପିମ୍ପୁଡି ଚଟଣୀ ଓ ସୁପକୁ କୋରୋନା ମୁକାବିଲା ପାଇଁ ଔଷଧ ଭାବେ ମାନ୍ୟତା ଦିଆଯିବା ଆବଶ୍ୟକ। ଏଭଳି ଦାବି ସମ୍ବଳିତ ପ୍ରସ୍ତାବ ଉପରେ ବିଚାର କରି ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଆପଣଙ୍କ ରାଜ୍ୟର ଫଳକୁ ମିଳିଛି କି GI TAG? ଜାଣନ୍ତୁ...

ରତୋଲ୍ ଆମ୍ବକୁ ମିଳିଲା GI ଟ୍ୟାଗ୍

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)