1. କୃଷି ଖବର

୨୦ ସୁଦ୍ଧା ଓଜେଇଇ ଫଳ

୨୦ ସୁଦ୍ଧା ଓଜେଇଇ ଫଳ

KJ Staff
KJ Staff

ଚଳିତ ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ଓଜେଇଇ ଫଳାଫଳ |ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଉଭୟ ଅଫଲାଇନ ଓ ଅନଲାଇନ ଲାଗି ଏକ ବେଳେ ଫଳ ପ୍ରକାଶ ପାଇବ |ବୈଷୟିକ ପାଠ୍ୟକ୍ରମ ଲାଗି ନାମଲେଖା ନିମନ୍ତେ ଦୁଇଦିନ ଧରି ଚାଲିଥିବା ଓଜେଇଇ ଅନଲାଇନ ପରୀକ୍ଷା ଗତ କାଲି ଶେଷ ହୋଇଛି |

ଏହି ପରୀକ୍ଷା ୨ ଟି ସିଟିଙ୍ଗ ରେ ଅନୁଷ୍ଠିତ ହୋଇଥିଲା ବେଳେ ପ୍ରଥମ ସିଟିଙ୍ଗରେ ୩୪୨୧ ଛାତ୍ରଛାତ୍ରୀ ପରୀକ୍ଷା ଆବେଦନ ପତ୍ର ପୁରଣ କରିଥିଲା ବେଳେ ମୋଟ ୧୬୪୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି |ସେହିପରି ଦ୍ଵିତୀୟ ସିଟିଙ୍ଗରେ ୫୯୩୪ ବିଦ୍ୟାର୍ଥୀ ପରୀକ୍ଷା ଦେବାକୁ ଥିଲାବେଳେ ୪୭୦୯ ଛାତ୍ରଛାତ୍ରୀ ଦେଇଛନ୍ତି |୧୨୨୫ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଓଜେଇଇ ପକ୍ଷରୁ ସୂଚନା ମିଳିଛି |

ଓଜେଇଇ ଅଧକ୍ଷ ଏସ.କେ ଚାନ୍ଦ କହିଛନ୍ତି ,ଅଫଲାଇନ ପରୀକ୍ଷା ଖାତା ଦେଖା ସରିଛି|କମ୍ପୁଟର ରେ ଛାତ୍ରଛାତ୍ରୀଙ୍କ ମାର୍କ ଡାଟା ଲେଖାଯାଉଛି |ଅନଲାଇନ ପରୀକ୍ଷା ଖାତା ଖୁବ ଶୀଘ୍ର ଦେଖାଯାଇ ସଠିକ ସମୟରେ ଫଳ ପ୍ରକାଶ କରାଯିବ ବୋଲି ଶ୍ରୀ ଚାନ୍ଦ କହିଛନ୍ତି |
ସୂଚନାଯୋଗ୍ୟ ଯେ ଫଣି ପ୍ରଭାବ ଯୋଗୁଁ ଉଭୟ ପରୀକ୍ଷାକୁ ବାତିଲ କରାଯାଇଥିଲା |ପରବର୍ତୀ ସମୟରେ ଅଫଲାଇନ ପରୀକ୍ଷା ମେ ୧୮ ରେ ହୋଇଥିଲା ବେଳେ ଅନଲାଇନ ପରୀକ୍ଷା ଗତ ୮ ଓ ୯ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments