
On 3rd day of ITPGRFA, GB9 holds deliberations on three most significant issues of Plant Treaty
'ଖାଦ୍ୟ ଏବଂ କୃଷି ପାଇଁ ଉଦ୍ଭିଦ ଜେନେଟିକ୍ ସମ୍ବଳ ଉପରେ ଆନ୍ତର୍ଜାତୀୟ ସନ୍ଧି' (ITPGRFA) ପରିଚାଳନା ପରିଷଦର ନବମ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବିଚାର ବିମର୍ଶ ହୋଇଛି ।
ଭାରତ ଫସଲ ବିବିଧତା ସଂରକ୍ଷକ ଭାବରେ ସମୁଦାୟ, କୃଷକ ସଂରକ୍ଷକ ଓ ମହିଳାଙ୍କ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଦିଗରେ ବଳ ଦେଇଛି
ଅଧିବେଶନରେ ଫସଲ ବିବିଧତାର ସଂରକ୍ଷଣ ତଥା କ୍ରମାଗତ ଉପଲବ୍ଧତା ଉପରେ ସମୁଦାୟ, କୃଷକ-ସଂରକ୍ଷଣକାରୀ ଏବଂ ମହିଳାମାନଙ୍କର ଭୂମିକା ଦିଗରେ ଏକ ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି ।
MLS ଉପରେ ପରାମର୍ଶ ଦେବା ପାଇଁ ଭାରତ ନେତୃତ୍ୱ ଭୂମିକା ଗ୍ରହଣ କରିଛି
ଉଦ୍ଭିଦ ଚୁକ୍ତିନାମାର ବହୁପକ୍ଷୀୟ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ବଢାଇବା ପାଇଁ ପଦକ୍ଷେପ ଉପରେ ବୁଝାମଣାକୁ ପୁନଃ ଆରମ୍ଭ କରିବା ଦିଗରେ ବିଚାର ବିମର୍ଶ ହୋଇଛି । ଏଥିପାଇଁ ଏକ ଡ୍ରାଫ୍ଟ ପ୍ରକ୍ରିୟାକୁ ମାର୍ଗଦର୍ଶନ କରିବା ପାଇଁ ଏକ 'ଯୋଗାଯୋଗ ସମୁହ' ପ୍ରତିଷ୍ଠା କରାଯାଇଛି । ସର୍ବଦଳୀୟ ଆଲୋଚନା ସମୟରେ ଏଜେଣ୍ଡାକୁ ଆଗେଇ ନେବା ପାଇଁ ବୈଠକର ପ୍ରତିନିଧୀମାନେ ଯୋଗାଯୋଗ ସମୁହ ପ୍ରଥମ ଅନୌପଚାରିକ ବୈଠକ କରିଛନ୍ତି ।

On 3rd day of ITPGRFA, GB9 holds deliberations on three most significant issues of Plant Treaty

On 3rd day of ITPGRFA, GB9 holds deliberations on three most significant issues of Plant Treaty
ଅର୍ଦ୍ଧଶୁଷ୍କ ଉଷ୍ମକଟ୍ଟିବନ୍ଧୀୟ ପାଇଁ ଅନ୍ତରାଷ୍ଟ୍ରୀୟ ଫସଲ ଅନୁସନ୍ଧାନ ସଂସ୍ଥା(ICRISAT)ର ଆର୍ଥିକ ସ୍ଥିତି ଦିଗରେ ବୈଠକରେ ଧ୍ୟାନ ଆକର୍ଷିତ କରାଯାଇଛି
ଅର୍ଦ୍ଧ ଶୁଷ୍କ ଉଷ୍ମକଟ୍ଟିବନ୍ଧୀୟ ପାଇଁ ଅନ୍ତରାଷ୍ଟ୍ରୀୟ ଫସଲ ଅନୁସନ୍ଧାନ ସଂସ୍ଥା ଅନ୍ତରାଷ୍ଟ୍ରୀୟ କୃଷି ଅନୁସନ୍ଧାନ ପାଇଁ ପରାମର୍ଶଦାତା ସମୁହ (ସିଜିଆଇଆରଓ)ର ଅଂଶ ନୁହେଁ । ହେଲେ ସନ୍ଧିର ଅନୁଛେଦ 15 ଦ୍ବାରା ପରିଭାଷିତ ଅନ୍ତରାଷ୍ଟ୍ରୀୟ କୃଷି ଅନୁସନ୍ଧାନ ପାଇଁ ପରାମର୍ଶଦାତା ସମୁହ (ସିଜିଆଇଆରଓ) ଗଠନ ହୋଇଛି । ତେବେ ଅର୍ଦ୍ଧ ଶୁଷ୍କ ଉଷ୍ମକଟ୍ଟିବନ୍ଧୀୟ ପାଇଁ ଅନ୍ତରାଷ୍ଟ୍ରୀୟ ଫସଲ ଅନୁସନ୍ଧାନ ସଂସ୍ଥା ଜିନବ୍ୟାଙ୍କ ପାଇଁ କ୍ରମାଗତ ଅର୍ଥ ଘୋଷଣା ବିଷୟ ଉପରେ ବିଚାର ବିମର୍ଶ କରୁ ବୋଲି ଭାରତ ଦାବି କରିଛି ।
ଜୈବ ବିବିଧତା-ସିବିଡି ସମ୍ମିଳନୀରୁ ନିରପେକ୍ଷ ଭାବରେ ଉଦ୍ଭିଦ ସନ୍ଧିରେ ଡିଜିଟାଲ୍ କ୍ରମ ସୂଚନା ଉପରେ ଭାରତ ବିଚାର ବିମର୍ଶ କରିବାକୁ ଆହ୍ବାନ କରିଛି
ଡିଜିଟାଲ୍ ସିକ୍ୱେନ୍ସ୍ ସୂଚନା (DSI)ର ବିଚାର ପାଇଁ ଏଜେଣ୍ଡା 17 ଅଧୀନରେ, ଅଧଇକାର କ୍ଷେତ୍ର, କାର୍ଯ୍ୟକାରୀ ପ୍ରକୃତି ଏବଂ ଅର୍ଥ ପାଇଁ ITPGRFA ର ଉଦ୍ଦେଶ୍ୟ ପୁରଣ ଦିଗରେ ଲାଭ ସେୟାର କରିବା ପାଇଁ ଟେକ୍ନୋଲୋଜୀ ବିପାଚ ବିମର୍ଶ ଜାରି ରଖିବାକୁ ଆବଶ୍ୟକତାର ସମର୍ଥନ କରିଛି ଭାରତ ।
ସମସ୍ତ ଆନ୍ତର୍ଜାତୀୟ ଫୋରାରେ ସମାଧାନ କରିବା ପାଇଁ ଡିଜିଟାଲ୍ କ୍ରମ ସୂଚନା- (DSI) ଏକ କଷ୍ଟକର ପ୍ରସଙ୍ଗ । ଯେହେତୁ ITPGRFA ବିଚାର ବିମର୍ଶ ବିଷୟବସ୍ତୁ ଏବଂ ପ୍ରାକ୍ଟିକାଲ୍ କ୍ଷେତ୍ରରେ ଅପେକ୍ଷାକୃତ ଆଗୁଆ, ତେଣୁ ବହୁପକ୍ଷୀୟ ସିଷ୍ଟମ ବୃଦ୍ଧି ଉପରେ ଆଲୋଚନା ନେଇ ଆପୋଷ ବୁଝାମଣା ନକରି DSI ସମସ୍ୟାର ସମାଧାନ ହେବା ଉଚିତ୍ ବୋଲି ଭାରତ ଯୁକ୍ତି ବାଢିଛି ।
ଆସନ୍ତାକାଲି ଭାରତରେ ଆୟୋଜିତ ହେବ ITPGRFA ପରିଚାଳନା ପରିଷଦର ନବମ ଅଧିବେଶନ
Share your comments