
On the Occasion of Honourable Prime Minister's 72nd Birthday Pratap Sarangi participated in Clean Sea Safe Sea Campaign at Chandipur Beach
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଦିଙ୍କ 72ତମ ଜନ୍ମ ଦିନ ଅବସରରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ଅଭିଯାନରେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ(Pratap Sarangi) । ଚାନ୍ଦିପୁର ସମୁଦ୍ର ବେଳା ଭୂମିରେ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା, ଛାତ୍ର ଛାତ୍ରୀ, SSG ର ମହିଳାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

On the Occasion of Honourable Prime Minister's 72nd Birthday Pratap Sarangi participated in Clean Sea Safe Sea Campaign at Chandipur Beach
ଏହି ଅବସରରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଥିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ସାଂସଦ ନିଜେ ଅଳିଆ ଆବର୍ଜନା ଗୋଟାଇଥିବାର ଦେଖିବାକୁ ମିଳିଛି ।

On the Occasion of Honourable Prime Minister's 72nd Birthday Pratap Sarangi participated in Clean Sea Safe Sea Campaign at Chandipur Beach
କେବଳ ସେତିକି ନୁହେଁ, ବାଲେଶ୍ବରରେ ରକ୍ତ ଦାନ ଶିବିରର ମଧ୍ୟ ଉଦଘାଟନ କରିଥିଲେ ପ୍ରତାପ । ରାଜନୀତିରେ ପାଦ ଥାପିବା ପୂର୍ବରୁ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସିଛନ୍ତି ପ୍ରତାପ ଷଡଙ୍ଗୀ ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଥିଲା । 72 ବର୍ଷରେ ପାଦ ଥାପିଛନ୍ତି ମୋଦି । ସ୍ବଚ୍ଛତାକୁ ସବୁବେଳେ ମୋଦି ଗୁରୁତ୍ବ ଦେଇଆସିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ବେଳାଭୂମିରେ ଅଳିଆ ଆବର୍ଜନା ସଫା କରୁଥିବାର ଦେଖିବାକୁ ମିଳିଛି ।
Share your comments