News

ONION PRICE HIGH: ପୁଣି କନ୍ଦାଇଲା ପିଆଜ ଦର

ଅନେକ ରାଜ୍ୟରେ ହୋଲସେଲ ବଜାର ମୂଲ୍ୟ ୩୦ ଟଙ୍କା ଅତିକ୍ରମ କରିଛି....

11 June, 2024 12:47 PM IST By: Tanushree Mahapatra

ପୁଣି କନ୍ଦାଇଲା ପିଆଜ ଦର l ଖାଉଟିଙ୍କ ମୁଣ୍ଡରେ ଚଡ଼କ l ଧୀରେ ଧୀରେ ବୃଦ୍ଧି ପାଉଛି ସମସ୍ତ ଖାଦ୍ୟ ସାମଗ୍ରୀର ଦର l ତେବେ ଗତକାଲି ସୋମବାର ଦିନ ନାସିକର ଲାସାଲଗାଓଁ ମଣ୍ଡିରେ ପିଆଜର କେଜି ପିଛା ୨୬ ଟଙ୍କା ରହିଥିବା ସୂଚନା ରହିଛି । ଅନ୍ୟପଟେ ଏହା ଗତମାସ କେଜି ପିଛା ମୂଲ୍ୟ ୧୭ ଟଙ୍କା ରହିଥିଲା।

ଦେଶରେ ଅନେକ ରାଜ୍ୟରେ ହୋଲସେଲ ବଜାର ମୂଲ୍ୟ ୩୦ ଟଙ୍କା ଅତିକ୍ରମ କରିଛି । ତେବେ ଏହି ଦର ବଢ଼ିବାର ମୁଖ୍ୟ କାରଣ ହେଉଛି ବଜାର ଚାହିଦା ଏବଂ ଯୋଗାଣ ମଧ୍ୟରେ ରହିଥିବା ପାର୍ଥକ୍ୟ l ଚଳିତ ମାସ ଜୁନ୍ ଠାରୁ ବଜାରକୁ ରପ୍ତାନି ହୋଇ ଆସୁଥିବା ପିଆଜ ଚାଷୀଙ୍କ ଠାରୁ ଏବଂ ବ୍ୟବସାୟୀଙ୍କ ଦ୍ୱାରା ରଖାଯାଇଥିବା ଷ୍ଟକ ପରିମାଣରୁ ଆସିଥାଏ । ୨୦୨୩-୨୪ ଆର୍ଥିକ ମସିହାର ରବି ଫସଲରେ ସମ୍ଭାବ୍ୟ ଚାଷ ହ୍ରାସ ପାଇଥିଲା ଯାହା ଯୋଗୁଁ ମୂଲ୍ୟ ବୃଦ୍ଧି ହେବାର ଆଶା ରହିଥିବାରୁ ଚାଷୀ ନିଜ ଅମଳ ପିଆଜ ଷ୍ଟକରେ ଜାଣିଶୁଣି ଲୁଚାଇ ରଖିଥିବା କୁହାଯାଉଛି l

ତେବେ ଏହି ଦର ବୃଦ୍ଧି ଯୋଗୁଁ ପୁଣି ଗ୍ରାହକଙ୍କୁ କନ୍ଦାଇଲାଣି ପିଆଜ ଦର । କାରଣ ଏବେ ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି  । ଗତ ଚାଳିଶ ଦିନରେ ମଧ୍ୟରେ ପିଆଜ ମୂଲ୍ୟ ପ୍ରାୟତଃ ୫୦ ପ୍ରତିଶତ ବୃଦ୍ଧି ପାଇଛି । ଏହାର ମୁଖ୍ୟ କାରଣ ବଜାରରେ ପିଆଜ କମ୍ ଯୋଗାଣ ବୋଲି କୁହାଯାଉଛି । ତେବେ ଅନ୍ୟପଟେ ବକରି ଇଦ୍ ପୂର୍ବରୁ ପିଆଜର ଚାହିଦା ବୃଦ୍ଧି ପାଇଥିବା କୁହାଯାଉଛି । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ପିଆଜ ବଜାରକୁ ଛାଡିବା ଲକ୍ଷ୍ୟ ରଖିଛନ୍ତି ଚାଷୀ । ଦିଲ୍ଲୀରେ ପିଆଜ ମୂଲ୍ୟ ୧୦ ଦିନ ମଧ୍ୟରେ କିଲୋଗ୍ରାମ ପିଛା ୧୨ ଟଙ୍କା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

40 ପ୍ରତିଶତ ରପ୍ତାନି ଶୁଳ୍କ ରହିଛି ଯେଉଁଥିପାଇଁ ରପ୍ତାନିରେ ଯଥେଷ୍ଟ ହ୍ରାସ ପାଉଛି । ଏ ନେଇ ବ୍ୟବସାୟୀମାନେ ମଧ୍ୟ ଦାବି କରିଛନ୍ତି ଯେ ଆଗକୁ ଜୁନ୍ ୧୭ ତାରିଖରେ ଇଦ୍ ଉଲ୍-ଜୁହା ପାଇଁ ପିଆଜ ଦର ଘରୋଇ କ୍ଷେତ୍ରରେ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ

Pradhan Mantri Awas Yojana: ୩ କୋଟି ଘରକୁ ମିଳିଲା ଅନୁମୋଦନ

HEAVY RAIN: ଏହି ସ୍ଥାନରେ ପ୍ରବଳ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)