ଆଳୁ (potato)ପରେ ବର୍ତ୍ତମାନ ଚିନ୍ତା ବଢାଇଲାଣି ପିଆଜ ଦର (onion price)। ଦିନକୁ ଦିନ ବଢ଼ି ଚାଲିଛି ପିଆଜ ଦର । ଯାହାକୁ ନେଇ ଚିନ୍ତାରେ ଗ୍ରାହକ । ଏବେ ଭୁବନେଶ୍ୱରରେ ପିଆଜ ଦର କିଲୋ ପିଛା ୭୦ ଟଙ୍କା ପହଞ୍ଚିଲାଣି । ଏଥିସହିତ କଟକରେ ପିଆଜ ଦର (onion price) କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି।
ସୂଚନା ଥାଉ ଯେ, ରାଜ୍ୟର ବିଭିନ୍ନ ସହରରେ ପିଆଜ ଦର (onion price)ବଢ଼ି ବଢ଼ି ଚାଲିଛି । କିଛି ଦିନ ପୂର୍ବରୁ ଅଦା ରସୁଣ ଦର (ginger garlic price)ଲୋକଙ୍କ ଚିନ୍ତା ବଢାଇଥିଲା । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ବଢି ଚାଲିଥିଲା। ନିୟନ୍ତ୍ରଣକୁ ଆସୁନଥିଲା ଖାଦ୍ୟ ସାମଗ୍ରୀର ଦର ।
କିଛି ଦିନ ପୂର୍ବରୁ ରସୁଣ କିଲୋପିଛା (garlic price)400 ଛୁଇଁଥିଲା । ଅଦା (ginger price)କିଲୋ ୨୦୦ରୁ ଅଧିକ ଥିଲା । ବର୍ତ୍ତମାନ ପିଆଜ (onion)ରେ ହାତ ମାରି ହେଉନାହିଁ। ପିଆଜ ଦରବୃଦ୍ଧି ଖାଉଟିଙ୍କ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହେଉଛି । କୁହାଯାଉଛି ନାସିକ୍ରେ ଦର ବୃଦ୍ଧି ପାଇଁ ପିଆଜ ଦର ବଢ଼ି ଚାଲିଛି।
ପ୍ରକାଶ ଥାଉ ଯେ, ପିଆଜ ଦର (onion price) ହୁ ହୁ ହୋଇ ବଢ଼ି ଚାଲିଛି । ଏପରି ଆକାଶଛୁଆଁ ଦରକୁ ନେଇ ଲୋକେ ଚିନ୍ତାରେ ପଡିଯାଇଛନ୍ତି । ସାଧାରଣ ଗରିବ ଖାଉଟି ମହଙ୍ଗା ମାଡ଼ରେ କଲବଲ ।
ଅଧିକ ପଢ଼ନ୍ତୁ...
Garlic Price: ରସୁଣ ସପ୍ତାହକରେ ୨ଶହ ବଢ଼ିଲାଣି!
ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ଯୋଜନା ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ
Share your comments