1. କୃଷି ଖବର

ଆକାଶଛୁଆଁ ପିଆଜ ଦର !!

ସାଧାରଣ ଓଡ଼ିଆ ପରିବାରର ପଖାଳ କଂସାର ସାଥି ପିଆଜ l ଖଟିଖିଆ ଶ୍ରମିକଟିଏ ଲୁଣ ପିଆଜରେ ମଧ୍ୟ ବେଲାଏ ପଖାଳ ଖାଇଦିଏ l ମସଲା ତରକାରୀ ହେଉ ବା ଡାଲିର ଛୁଙ୍କ ହେଉ ଆଗ ଖୋଜା ପଡ଼େ ପିଆଜ l ହେଲେ ବର୍ଷର ଆରମ୍ଭରୁ ପିଆଜର ଦରବୃଦ୍ଧି ଏମିତି ହୋଇଛି ତାହା ଆଜି ଖାଉଟିଙ୍କର ହୋସ ଉଡ଼ାଇଦେଇଛି l ପିଆଜ କିଣିବା ପୂର୍ବରୁ ଗ୍ରାହକ ଆଗ ପଛ ବିଚାର କରୁଛି l ଗୋଟିଏ ସପ୍ତାହ ମଧ୍ୟରେ ପିଆଜ କିଲୋ ଦ୍ଵିଗୁଣ ବୃଦ୍ଧି ପାଇଛି l ଗତ ସପ୍ତାହରେ ଖୁଚୁରା ବଜାରରେ କିଲୋ ପ୍ରତି ୨୫ ଟଙ୍କାରେ ବିକ୍ରି ହେଉଥିବା ପିଆଜ ବର୍ତ୍ତମାନ କିଲୋ ପ୍ରତି ୪୫ ଟଙ୍କାରୁ ୫୦ ଟଙ୍କାରେ ବିକ୍ରି ହେଉଛି l ଗ୍ରାହକମାନଙ୍କୁ ବର୍ଷ ଆରମ୍ଭରୁ ପିଆଜ କନ୍ଦାଉଛି l

Sugyan Kumar Nayak
Sugyan Kumar Nayak
Onion Price rise in Odisha

ପିଆଜର ହଠାତ ଏପରି ଦ୍ୱାରା ବୃଦ୍ଧିକୁ ନେଇ ଖାଉଟିମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଦୁଇ କିଲୋ ନେବା ଜାଗାରେ ଏକ କିଲୋ ପିଆଜ କିଣୁଛନ୍ତି l ଏହି ପରିପ୍ରେକ୍ଷୀରେ ଖୁଚୁରା ବ୍ୟବସାୟୀମାନେ କହୁଛନ୍ତି ଯେ, ହୋଲସେଲ ବଜାରରେ ଦର ବୃଦ୍ଧି ଘଟିବା ଯୋଗୁଁ ଏହି ପରି ପରିସ୍ଥିତି ସୃଷ୍ଟି ହୋଇଛି l ଭୁବନେଶ୍ୱର ୟୁନିଟ-୧ ବଜାରର ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ଗତ ସପ୍ତାହରେ ପିଆଜ କ୍ୱିଣ୍ଟାଲ ପ୍ରତି ଦର ୨୪୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ୩୪୦୦ ଟଙ୍କାରୁ ୩୫୦୦ ଟଙ୍କା ମଧ୍ୟରେ ରହିଛି l

ଓଡ଼ିଶା ବ୍ୟବସାୟୀ ସଂଘ ସୂତ୍ରରୁ ପ୍ରକାଶ ଯେ, ପିଆଜ ଦର ବୃଦ୍ଧି ଘଟିବା ପାଇଁ ବହୁତଗୁଡ଼ିଏ କାରଣ ରହିଛି l କିନ୍ତୁ ଏହି ଦ୍ୱାରା ବୃଦ୍ଧି ସ୍ୱଳ୍ପ ପରିମାଣର ପିଆଜ ଯୋଗାଣ ଯୋଗୁଁ ହୋଇଛି ବୋଲି ବ୍ୟବସାୟୀ ସଂଘ ଖଣ୍ଡନ କରିଛି l  ସାଧାରଣତଃ ଓଡ଼ିଶା ପ୍ରଚୁର ପରିମାଣରେ ପିଆଜ ଆନ୍ଧ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଏବଂ ଉତ୍ତର ପ୍ରଦେଶରୁ ଆମଦାନୀ କରୁଛି l ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ନିମନ୍ତେ ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି l ଯାହା ଦ୍ୱାରା ପିଆଜର ଦର ସ୍ଥିର ରହିବ ଏବଂ ଜଣେ ସାଧାରଣ ଖାଉଟି ଏହି ଦରବୃଦ୍ଧିର ଯନ୍ତ୍ରଣାରୁ ମୁକ୍ତି ପାଇପାରିବ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments