News

୨ ସପ୍ତାହ ମଧ୍ୟରେ ପିଆଜ ୧୫ ଟଙ୍କାରୁ ଅଧିକ ମହଙ୍ଗା

ପିଆଜ କାଟିଲେ ଆଖିରୁ ଲୁହ ବାହାରେ ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏବେ ପିଆଜ ଦାମ ( onion ) ଶୁଣିଲେ ଆପଣାଛାଏଁ ଆଖିରେ ଲୁହ ଝରି ଆସୁଛି । ପୁଣିଥରେ ଖାଉଟିଙ୍କ ଆଖିରେ ଲୁହ ଦେଇଛି ପିଆଜ । ବଜାରରୁ ପିଆଜ କିଣିବା ପୂର୍ବରୁ ହଜାରେ ଥର ଭାବୁଛନ୍ତି ଗ୍ରାହକ । ପିଆଜ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି ।

08 November, 2022 11:50 AM IST By: Tanushree Mahapatra

ପିଆଜ କାଟିଲେ ଆଖିରୁ ଲୁହ ବାହାରେ ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏବେ ପିଆଜ ଦାମ ( onion ) ଶୁଣିଲେ ଆପଣାଛାଏଁ ଆଖିରେ ଲୁହ ଝରି ଆସୁଛି । ପୁଣିଥରେ ଖାଉଟିଙ୍କ ଆଖିରେ ଲୁହ ଦେଇଛି ପିଆଜ । ବଜାରରୁ ପିଆଜ କିଣିବା ପୂର୍ବରୁ ହଜାରେ ଥର ଭାବୁଛନ୍ତି ଗ୍ରାହକ । ପିଆଜ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନ କୁ ଦିନ ଖାଇବା ଦରଦାମ ବୃଦ୍ଧି ପାଇବା ଯୋଗୁଁ  ଖାଉଟିଙ୍କ ଅଣ୍ଟା ମୋଡ଼ି ହୋଇ ଗଲାଣି  । ଲଗାତାର ୨ ସପ୍ତାହରୁ କମ୍‌ ସମୟ ମଧ୍ୟରେ ପିଆଜ ୧୫ ଟଙ୍କାରୁ ଅଧିକ ମହଙ୍ଗା ( rate high of onion ) ହୋଇଥିବା ନଜିର ରହିଛି  ।

କାର୍ତ୍ତିକ ମାସ ଶେଷ ହେବା ସହ ଖାଉଟିଉଙ୍କୁ ପୁଣି ବାଧିଲାଣି ପିଆଜ ଯନ୍ତ୍ରଣା ଯାହା କି ହାଣ୍ଡିଶାଳର ସବୁଠାରୁ ପ୍ରିୟ ଖାଦ୍ୟ  । ହାଣ୍ଡିଶାଳରେ ଏହି ପରିବାଟିର ଆବଶ୍ୟକତାକୁ ଏଡାଯାଇ ପାରି ନ ଥାଏ । ଏକାଥରେ ଏତେ ମାତ୍ରାରେ ପିଆଜ ଦର ବୃଦ୍ଧି ପାଇବା ଖାଉଟିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ରାଜଧାନୀର ( odisha ) ବିଭିନ୍ନ ସ୍ଥାନରେ ଏବେ କିଲୋ ପିଛା  ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି । ଉତ୍ପାଦନ ଏବଂ ଯୋଗାଣ କମିବା ଯୋଗୁ ଏଭଳି ସ୍ଥିତି ଉପୁଯିଥିବା ସୂଚନା ରହିଛି । ଏପଟେ ଖୁଚୁରା ବ୍ୟବସାୟୀମାନେ ମନମୁଖୀ ଭାବେ ଦର କଷୁଥିବା ମଧ୍ୟ ନଜରକୁ ଆସିଛି ।

ଚଳିତ ବର୍ଷ ରାଜ୍ୟରେ ବନ୍ୟା ( flood) ପରିସ୍ଥିତି ଯୋଗୁଁ  ପିଆଜ ସହ ବିଭିନ୍ନ ଫସଲ ନଷ୍ଟ ହୋଇଛି । ଉତ୍ପାଦନ ପ୍ରାୟ ୨୫ରୁ ୩୦% ବାଧାପ୍ରାପ୍ତ ହୋଇଛି । ସାଧାରଣତଃ  ପିଆଜ ବର୍ଷକୁ ୩ଥର ( 3 times farming in a year ) ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଅମଳ ହୋଇ ବାହାରିବାକୁ ଥିବା ଫସଲ ବଜାରକୁ ଆସିପାରିନାହିଁ । ଫସଲ ଉଜୁଡିଯାଇଥିବାରୁ ବଜାରରେ ଉପଲବ୍ଧତା ପ୍ରଭାବିତ ହୋଇଛି  । ଫଳରେ ଖୁଚୁରା ବଜାରରେ ଦର ହଠାତ ବଢ଼ିଯାଇଛି ଯାହା ଖାଉଟିଙ୍କୁ ଚିନ୍ତା ରେ ପକାଇଛି  ।

ଅପରପକ୍ଷରେ ଯେଉଁ ପୁରୁଣା ପିଆଜ ରହିଛି ତାହା ବିକ୍ରି ହେଉଛି । କମ ପରିମାଣର ନୂଆ ପିଆଜ ରାଜ୍ୟ ବାହାରୁ ଆସିଛି, ଯାହା ଚାହିଦା ତୁଳନାରେ କମ୍‌ ବିକ୍ରି ହୋଇଥାଏ  । ଏପଟେ ସ୍ଥିତିର ଫାଇଦା ନେଇ ନୂଆ ପିଆଜ ମଧ୍ୟ ଚଢ଼ା ଦରରେ କିଛି କିଛି ସ୍ଥାନରେ ବିକ୍ରି ହେଉଥିବା ଖାଉଟିମାନେ ଅଭିଯୋଗ କରୁଛନ୍ତି । ରାଜ୍ୟରେ ବାର୍ଷିକ ୫.୩୦ ଲକ୍ଷ ଟନ୍‌ ପିଆଜ ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟ  ମାତ୍ର ୭୦ରୁ ୮୦ ହଜାର ଟନ୍‌ ପିଆଜ ଉତ୍ପାଦନ କରିବାକୁ ସକ୍ଷମ । ଫଳରେ ଅଧିକାଂଶ ଆବଶ୍ୟକ ପିଆଜ ଲାଗି ରାଜ୍ୟ ବାହାର ବଜାର ଉପରେ ନିର୍ଭର କରୁଛି ।

ରାଜ୍ୟରେ ଦୈନିକ ୪୦ରୁ ୪୫ ଟନ୍‌ ପିଆଜର ଆବଶ୍ୟକତା ରହୁଛି । ରାଜ୍ୟ ପ୍ରତି ବର୍ଷ ପିଆଜ ପାଇଁ ନାସିକ ( nasik ) ଉପରେ ନିର୍ଭର କରୁଛି । ସେହିପରି ବାଙ୍ଗାଲୋର ଏବଂ ମଧ୍ୟପ୍ରଦେଶ ( Bangalore and madhyapradesh ) ଭଳି ସ୍ଥାନଗୁଡିକ ଉପରେ ମଧ୍ୟ ରାଜ୍ୟ ପିଆଜ ପାଇଁ ନିର୍ଭରଶୀଳ । ବିଶେଷଜ୍ଞଙ୍କ ଅନୁଯାୟୀ ଏଭଳି ସ୍ଥିତିରେ ଦର ନିକଟ ଭବିଷ୍ୟତରେ ନିୟନ୍ତ୍ରଣ ସ୍ଥିତିକୁ ଆସିବ ନାହିଁ । କାରଣ ନୂଆ ଫସଲ ଆସିବାକୁ ପ୍ରାୟ ମାସକରୁ ଅଧିକ ସମୟ ଲାଗିବ ନେଇ ସମ୍ଭାବନା ରହିଛି  । ଏହାକୁ ଅନୁମାନ କରାଯାଇ କୁହାଯାଇପାରେ ଯେ ଆଗାମୀ ଦିନଗୁଡିକରେ ଦର ବୃଦ୍ଧି ଚାପର ଶିକାର ହେବେ ଖାଉଟି ।

। ଏପଟେ ଭୁବନେଶ୍ୱରରେ ନୂଆ ପିଆଜ  ଦର ୧୬ରୁ ୨୦ ଟଙ୍କା ରହିଥିବା ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ମିଳିଛି । ଏହି ବର୍ଗର ପିଆଜକୁ ଖୁଚୁରା ବ୍ୟବସାୟୀମାନେ ପ୍ରାୟ ୨୪ରୁ ୨୫ ଟଙ୍କା ଯାଏ ବିକ୍ରି କରୁଛନ୍ତି । କିନ୍ତୁ ଖୁଚୁରା ବଜାରରେ ପୁରୁଣା ପିଆଜ ୩୫ ଟଙ୍କା ଯାଏଁ ଚଢା ମୂଲ୍ୟରେ ବିକ୍ରି ହେଉଥିବା ନଜରକୁ ଆସିଛି ।

ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ବର୍ତ୍ତମାନ ପିଆଜ ଦର ସ୍ୱାଭାବିକ ହେବାକୁ ଆଉ କିଛି ସପ୍ତାହ ଲାଗିବ । ରାଜ୍ୟର ଚାହିଦା ମୁତାବକ ଏ ବର୍ଷ ଉତ୍ପାଦନ କମ ରହିଛି । ବାହାର ରାଜ୍ୟଗୁଡିକରୁ ମାଲ୍‌ ଆସିବାରେ କିଛି ସମସ୍ୟା ରହିଲେ ଖୁଚୁରା ବଜାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳେ । ଏ ନେଇ ଭୁବନେଶ୍ୱର କଞ୍ଚା ପରିବା ବ୍ୟବସାୟୀ ସଂଘର ସଭାପତି କବିରାଜ ସ୍ୱାଇଁ କହିଛନ୍ତି ଯେ, କଞ୍ଚାପରିବା ଦର ପ୍ରାୟ ସ୍ୱାଭାବିକ ସ୍ଥିତିରେ ରହିଛି ।

ସାବଧାନ! ଅଧିକ କଞ୍ଚା ପିଆଜ ଖାଉଛନ୍ତି କି?

ଏହି ପ୍ରଣାଳୀରେ ପିଆଜ ଚାଷ କରନ୍ତୁ, ଆଶାନୁରୂପ ଲାଭ ପାଆନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)