1. କୃଷି ବିଶ୍ବକୋଷ

ଏହି ପ୍ରଣାଳୀରେ ପିଆଜ ଚାଷ କରନ୍ତୁ, ଆଶାନୁରୂପ ଲାଭ ପାଆନ୍ତୁ

ଓଡିଶାର ବାତା ବରଣ ପିଆଜ ଚାଷ ପାଇଁ ଅନୁକୂଳ ହୋଇଥାଏ ଏବଂ ଓଡିଶାରେ ମଧ୍ୟ ପିଆଜର ଚାହିଦା ବହୁତ ଅଧିକ | ସଠିକ ଭାବରେ ମୂର୍ତ୍ତିକ ଚୟନ କରି ପିଆଜ ଚାଷ କରିଲେ ଅଧିକ ଉତ୍ପାଦନ ସହ ଚାଷୀ ଲାଭବାନ ମଧ୍ୟ ହୋଇଥାଏ |

Rajashree
Rajashree
Know about  onion farming nd harvest

Know about onion farming nd harvest

ଦେଶ ହେଉ ଅବା ରାଜ୍ୟ ଚାରିଆଡେ ପିଆଜର ଆଦର ସହିତ ଚାହିଦା ରହିଛି | ଓଡିଶାର ବାତା ବରଣ ପିଆଜ ଚାଷ ପାଇଁ (Onion agriculture)ଅନୁକୂଳ ହୋଇଥାଏ ଏବଂ ଓଡିଶାରେ ମଧ୍ୟ ପିଆଜର ଚାହିଦା ବହୁତ ଅଧିକ | ସଠିକ ଭାବରେ ମୂର୍ତ୍ତିକ ଚୟନ କରି ପିଆଜ ଚାଷ କରିଲେ ଅଧିକ ଉତ୍ପାଦନ ସହ ଚାଷୀ ଲାଭବାନ ମଧ୍ୟ ହୋଇଥାଏ | ତେବେ ଆଜି ଆସନ୍ତୁ ଜାଣିବା ପିଆଜ ଚାଷ କରିବାର ସମ୍ପୂର୍ଣ ବିଧି |

ମୃତ୍ତିକା ଚୟନ :-

ସବୁ ପ୍ରକାର ମାଟି ପିଆଜ ଚାଷ (Onion agriculture)ପାଇଁ ଉପଯୁକ୍ତ ହୋଇଥିଲେ ମଧ୍ୟ ପଟୁମାଟିରେ ଏହି ଚାଷ ଭଲ(soil for onion cultivation)ହୁଏ । ଅମ୍ଳ ମାଟି ପିଆଜ (onion)ପାଇଁ ଉପଯୁକ୍ତ ନୁହେଁ | ଅକ୍ଟୋବର ମାସ ଆରମ୍ଭରେ ଓଲି ପିଆଜ ମଞ୍ଜି ତଳି ପକାଇ ନଭେମ୍ବର ଶେଷ ଭାଗରେ ଲଗାଇଲେ ଅଧିକ ଅମଳ ହୁଏ ।

ପିଆଜ ତଳି :-

ପିଆଜ (onion)ପାଇଁ ତଳି ପ୍ରସ୍ତୁତି କରିବାକୁ ହୋଇଥାଏ | ଏକ ଏକର ବିଲରେ ପିଆଜ ଲଗାଇବା ପାଇଁ ପ୍ରାୟ ୪ କିଲୋଗ୍ରାମ୍ ମଞ୍ଜି ଦରକାର ହୁଏ | ତଳି ପକାଇବା (Onion Sowing method)ଜାଗାକୁ ଭଲ ଭାବରେ ଚାଷ କରି ୧୦ ଫୁଟ ଲମ୍ବ ଓ ୩ ଫୁଟ ଚଉଡ଼ାର ପଟି ତିଆରି କରନ୍ତୁ | ଦୁଇଟି ପଟି ଭିତରେ ପ୍ରାୟ ଦେଢ଼ଫୁଟ ଓସାରର ଜାଗା ଛାଡ଼ନ୍ତୁ | ଏକ ଏକର ବିଲ ପାଇଁ ଏହି ଆକାରର ୧୦ଟି ପଟି ଦରକାର ହୋଇଥାଏ | ମଞ୍ଜି ବୁଣିବା (Onion Sowing method)ପୂର୍ବରୁ ପଟିରେ ଖତ ଓ କିଛି ୟୁରିଆ ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ ।

ପିଆଜ ମଞ୍ଜିକୁ ଧାଡ଼ି ଧାଡ଼ି କରି ଏହି ପଟିରେ ବୁଣି ଖତ ଓ ମାଟି ଘୋଡ଼ାଇ ଦିଅନ୍ତୁ | ଓଲି ପିଆଜକୁ ରୋଇବା ଦରକାର ହୋଇଥାଏ | ତଳି ପ୍ରାୟ ଦେଢ଼ ମାସରୁ ଦୁଇମାସର ହୋଇଗଲା ପରେ ରୋଇବା ପାଇଁ ଉପଯୁକ୍ତ ହୋଇଥାଏ | ପିଆଜ ରୋଇବା ପାଇଁ ବିଲକୁ ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରି ଦିଅନ୍ତୁ |ଏକର ପିଛା ୧୫-୨୦ ଗାଡ଼ି ଭଲ ଖତ ଦିଅନ୍ତୁ | ଏହା ସହିତ ପିଆଜ ପାଇଁ ଏକର ପିଛା ୨୪ କି.ଗ୍ରା. ଯବକ୍ଷାରଜାନ , ୨୫ କି.ଗ୍ରା. ଫସ୍‌ଫରସ୍ ଓ ୨୦ କି.ଗ୍ରା. ପଟାସକୁ ମୂଳସାର ହିସାବରେ ପ୍ରୟୋଗ କରନ୍ତୁ | ପିଆଜ ଲଗାଇବାର ତିନି ସପ୍ତାହ ଓ ୬ ସପ୍ତାହ ପରେ ଏକର ପ୍ରତି ୧୨ କି.ଗ୍ରା. ଲେଖାଏଁ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ |

ଜଳ ସେଚନ :

ପିଆଜ ପାଇଁ ପାଗ ଦେଖି ମାଟିରେ ପାଣି ଦେବାକୁ ପଡ଼ିଥାଏ | ଅଧିକ ପାଣି ଦେବା ପିଆଜ ଚାଷ (Onion Harvesting) ପାଇଁ ଯେତିକି କ୍ଷତିକାରକ ହୋଇଥାଏ ଜମିକୁ ଏକଦମ ଶୁଖିଲା ରଖିବା ମଧ୍ୟ ସେହିପରି ହୋଇଥାଏ ,ତେଣୁ ସଠିକ ସମୟ ଚୟନ କରି ଜମିରେ ପାଣି ଦେବା ଦରକାର ହୋଇଥାଏ |

ରୋଗ ଓ ପୋକ :

ପିଆଜ ନଷ୍ଟ କରୁଥିବା ଲାଙ୍ଗୁଡ଼ା ପୋକ ପିଆଜ (Pest and diseases) ପାଇଁ କ୍ଷତିକାରକ ହୋଇଥାଏ | ତଳି ପକାଇବା ପୂର୍ବରୁ ମଞ୍ଜିକୁ ବାରିଷ୍ଟିନ୍ ବା ଥୁରାମ ଗୁଣ୍ଡରେ ବିଶୋଧନ କରି ଲଗାଇଲେ ରୋଗରୁ ରକ୍ଷା ମିଳିଥାଏ | ପିଆଜରେ (Pest and diseases) ସାଧାରଣତଃ ପତ୍ର ଉଙ୍କୁଣୀ ଓ କାଣ୍ଡିବନ୍ଧା ମାଗଟ୍ ଦେଖାଯାଇଥାଏ | ଏଥିରୁ ରକ୍ଷା ପାଇବାକୁ ଏକର ପ୍ରତି ୨୦୦ ଲିଟର ପାଣିରେ ୪୦୦ ମିଲିଲିଟର ମାଲାଥିଅନ୍ ଗୋଳାଇ ସିଞ୍ଚନ କରିବା ଆବଶ୍ୟକ । କାଣ୍ଡବିନ୍ଧା ମାଗଟ୍ ଗୁଡ଼ିକ ପତ୍ର ଆଚ୍ଛାଦ ମଧ୍ୟରେ ପ୍ରବେଶ କରି ମାଟି ତଳକୁ ଯାଇ ବଢୁଥିବା ପିଆଜକୁ କଣା କରି ପଶେ । ଏହା ଫଳରେ ମାଟିରେ ଥିବା ବାସିଲସ୍ କାରୋଟୋଭୋରସ୍ ନାମକ ଜୀବାଣୁ ପିଆଜରେ ପଶି ପିଆଜକୁ ପଚେଇ ଦେଇଥାଏ । ଏଥିପାଇଁ କାର୍ବାରିଲ ୪ ଭାଗ ବା ଫୋରେଟ୍ ୧୦ ଭାଗ ଦାନାଦାର ବିଷ ଏକର ପ୍ରତି ଯଥାକ୍ରମେ ୮ କି.ଗ୍ରା. କିମ୍ବ ୪ କି.ଗ୍ରା. ହିସାବରେ ପିଆଜ ଲଗାଇବା ପୂର୍ବରୁ ମାଟିରେ ପକାଇବା ଆବଶ୍ୟକ | ଏହା ଛଡ଼ା ଏହି କାଣ୍ଡବିନ୍ଧା ପୋକର ପୂର୍ଣ୍ଣାଙ୍ଗ ଅବସ୍ଥାକୁ ମଧ୍ୟ ମାଲାଥିଅନ କିମ୍ବା ରୋଗର ଦ୍ଵାରା ସିଞ୍ଚନ କରି ଦମନ କରାଯାଇପାରେ |

ଅମଳ :

ଗଛର ଉପର ଅଂଶ ଶୁଖ ଭାଙ୍ଗି ପଡ଼ିଲେ ପିଆଜ ଅମଳ (Manuring and fertlization)ପାଇଁ ଉପଯୁକ୍ତ ସମୟ ହୋଇଥାଏ | ଏକ ଏକରରୁ ପ୍ରାୟ ୧୦୦ ରୁ ୧୨୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ପିଆଜ ଅମଳ ମିଳିଥାଏ ।|ପିଆଜ ଅମଳ ସରିବା ପରେ ତାହାକୁ ବିକ୍ରୟ ପାଇଁ ପ୍ରସ୍ତୁତ କରିବାକୁ ପଡ଼େ | ତେବେ ଅମଳ ପରେ ତିନି ଚାରି ସପ୍ତାହ ରଖୁଲେ ତାହା ବିକ୍ରୟ ଉପଯୋଗୀ ହୋଇଥାଏ ।

ପ୍ଲାଷ୍ଟିକ୍ ବୋତଲରେ ପିଆଜ ଚାଷ କରିବାର ସହଜ ଉପାୟ

ଏଥର ରାଜ୍ୟର ଚାଷୀଙ୍କ ମୁହଁରେ ହସ ଫୁଟାଇବ ପିଆଜ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments