1. କୃଷି ଖବର

ଟମାଟୋ ପରେ ବଢ଼ିବ କି ପିଆଜ ଦର.......?

ଗତ କିଛି ସପ୍ତାହ ହେବ ଟମାଟୋ ଦର ଆକାଶ ଛୁଆଁ ଲୋକଙ୍କ ଥାଳିରେ ଆଉ ଟମାଟୋ ଦେଖିବାକୁ ମିଳୁନି । ଏହାର ଦର ସାରା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶର କେତେକ ସ୍ଥାନରେ ଟମାଟୋର ଦର ଏବେ ୨୫୦ ଟଙ୍କାରେ ଯାଇ ପହଞ୍ଚିଥିବାବେଳେ ଆଉ କେଉଁଠାରେ ଏହି ଦରରୁ ଅଧିକ ଦାମରେ ବିକ୍ରି ହେଉଛି ।

Tanushree Mahapatra
Tanushree Mahapatra
Onion will strike after tomatoes, image source - pexels.com

Onion will strike after tomatoes, image source - pexels.com

ଗତ କିଛି ସପ୍ତାହ ହେବ ଟମାଟୋ ଦର ଆକାଶ ଛୁଆଁ ଲୋକଙ୍କ ଥାଳିରେ ଆଉ ଟମାଟୋ ଦେଖିବାକୁ ମିଳୁନି । ଏହାର ଦର ସାରା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶର କେତେକ ସ୍ଥାନରେ ଟମାଟୋର ଦର ଏବେ ୨୫୦ ଟଙ୍କାରେ ଯାଇ ପହଞ୍ଚିଥିବାବେଳେ ଆଉ କେଉଁଠାରେ ଏହି ଦରରୁ ଅଧିକ ଦାମରେ ବିକ୍ରି ହେଉଛି । ତେବେ ସରକାରଙ୍କ ହସ୍ତକ୍ଷେପ ପରେ ଏବେ ଟମାଟୋର ମୂଲ୍ୟ ନରମ ହେବାରେ ଲାଗିଥିବା ଦେଖିବାକୁ ମିଳିଛି । 

ଟମାଟୋ ଦର ଦେଖି ସରକାର ଏବେ ପିଆଜ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । କାରଣ ଟମାଟୋ ପରେ ଏବେ ପିଆଜ ଦର ବଢିବାର ସମ୍ଭାବନା ରହିଛି ତେଣୁ ସର୍ଜକର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଲେଣି l

ଦେଶରେ ହୁ ହୁ ହୋଇ ବଢୁଛି ଟମାଟୋ ଦାମ ପରେ ଅନେକ କିଛି ଖାଦ୍ୟ ସାମଗ୍ରୀ ଦର । ଯେଉଁଥିପାଇଁ ଏବେ ହାଣ୍ଡିଶାଳରେ ହାହାକାର ପଡିଛି । ଟମାଟୋ ଦର ହ୍ରାସ କରିବାକୁ ସରକାର ବିଭିନ୍ନ ଉପାୟ ଆପଣାଉଥିଲେ ମଧ୍ୟ ଦର କମିବା ପରିବର୍ତ୍ତେ ବଢି ଚାଲିଛି । ଏବେ ଦେଶର କିଛି ସ୍ଥାନରେ ଟମାଟୋ ଦର ୨୫୦ ଟଙ୍କାରୁ ରହିଥିବାବେଳେ ସେପଟେ ଚଣ୍ଡିଗଡର କିଲୋଗ୍ରାମ ପିଛା ୩୫୦ ଟଙ୍କାରୁ ଅଧିକ ରହିଛି । ଏବେ ସରକାରଙ୍କ ତରଫରୁ ଟମାଟୋ ଉତ୍ପାଦିତ ହେଉଥିବା ରାଜ୍ୟରୁ କିଣି ଅନ୍ୟ ରାଜ୍ୟରେ ବିକ୍ରି କରିବାକୁ ପ୍ରୟାସ କରାଯାଉଛି ।

ସୂଚନା ଅନୁସାରେ, ସରକାର ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ବଫର ଷ୍ଟକ୍ ୨.୫୧ ଲକ୍ଷ ଟନ ପିଆଜ ସଞ୍ଚୟ ରଖିଥିଲେ । ଯେତେବେଳେ ସିଜନ ସାରିବା ପରେ ପରେ ବଜାରରେ ପିଆଜର ଯୋଗାଣ ହ୍ରାସ ହେବା ସହିତ ଦରଦାମରେ ମଧ୍ୟ ବୃଦ୍ଧି ଆସିଥାଏ । ଭବିଷ୍ୟତରେ ପିଆଜ ଦର ବଢିବା ସମ୍ଭାବନା ନେଇ ସରକାର ଆଗରୁ ପିଆଜକୁ ଷ୍ଟକ କରି ରଖିବା ଆରମ୍ଭ କରିଥାନ୍ତି ।

ପରିବା ଦାମ ବଢିବାର ମୁଖ୍ୟ କାରଣ ହେଉଛି ଉତ୍ପାଦନ ହ୍ରାସ ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ବିଳମ୍ବ ବର୍ଷା ଭଳି ବିଭିନ୍ନ କାରଣ ଯୋଗୁଁ ଟମାଟୋ ଉତ୍ପାଦନ ହ୍ରାସ ପାଇଛି । ଗତ ମାସରେ ଚାଷୀମାନେ ଟମାଟୋ କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବିକିଥିଲେ  ଏବଂ ଅନେକ କ୍ଷତି ମଧ୍ୟ ସହିଥିଲେ । ସେହିପରି ଟମାଟୋ ଚାଷରେ କ୍ଷତି ମଧ୍ୟ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥିତିର ଅନ୍ୟତମ କାରଣ ବୋଲି କୁହାଯାଉଛି । ବିଭିନ୍ନ ରାଜ୍ୟରେ ଏବେ ଟମାଟୋ ଯୋଗାଣ ହ୍ରାସ ପାଉଛି । ଅଧିକାଂଶ ଜମିରେ ଯେଉଁ ଟମାଟୋ ଗଛ ଥିଲା ତାହା ବର୍ଷାରେ ନଷ୍ଟ ହୋଇଯାଇଛି । ପ୍ରାକୃତିକ କାରଣରୁ ଅନେକ କ୍ଷତି ସହୁଛନ୍ତି ଚାଷୀ ଯାହା ଏବେ ପରିବା ଦାମ ବଢିବାର ମୁଖ୍ୟ କାରଣ ହୋଇଛି l କିଛି କିଛି ପରିବା ଦାମ ବଢିଥିବାବେଳେ ଏବେ ଅଟା , ଚାଉଳ ଓ ଡାଲି ଦର ମଧ୍ୟ ବଢ଼ିବାରେ ଲାଗିଛି l ବାର୍ଡଫ୍ହୁଥିବା ଦରଦାମକୁ ନେଇ ଏବେ ଚିନ୍ତାରେ ଖାଉଟି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ