1. କୃଷି ଖବର

ରାଜସ୍ଥାନରେ ଚାଲୁଛି ଦେଶର ପ୍ରଥମ ଅନଲାଇନ୍ ମଣ୍ଡି

କୃଷିଜାତ ସାମଗ୍ରୀଗୁଡ଼ିକର ସୁଲଭ ମୂଲ୍ୟରେ ବିକାକିଣା ନିମନ୍ତେ ପ୍ରଥମ ଅନଲାଇନ୍ ମଣ୍ଡି ରାଜସ୍ଥାନରେ ଆରମ୍ଭ କରାଯାଉଛି l ଏହା ଦ୍ୱାରା କୃଷକମାନେ ସହଜରେ ସିଧାସଳଖ ଉତ୍ପାଦକୁ ଗ୍ରାହକମାନଙ୍କୁ ବିକ୍ରି କରିପାରିବେ l ରାଜସ୍ଥାନର ଉଦ୍ୟୋଗୀମାନଙ୍କ ପ୍ରଚେଷ୍ଟାରେ ଶହ ଶହ ଲୋକ କର୍ମନିଯୁକ୍ତି ପାଉଛନ୍ତି l ଦେଶର ପ୍ରଥମ ଅନଲାଇନ୍ ବଜାର ଭାବରେ ପରିଚିତି ଲାଭ କରିଥିବା ‘ଅପନା ଗୋଦାମ ପ୍ଲାଟଫର୍ମ’ତାଲାବନ୍ଦୀ ସମୟରେ ମଧ୍ୟ ୧୦ କୋଟି ଟଙ୍କାର ଫସଲ ବିକ୍ରି କରିଥିଲା l

Sugyan Kumar Nayak
Sugyan Kumar Nayak
Online Mandi

Online Mandi

କୃଷିଜାତ ସାମଗ୍ରୀଗୁଡ଼ିକର ସୁଲଭ ମୂଲ୍ୟରେ ବିକାକିଣା ନିମନ୍ତେ ପ୍ରଥମ ଅନଲାଇନ୍ ମଣ୍ଡି ରାଜସ୍ଥାନରେ ଆରମ୍ଭ କରାଯାଉଛି l ଏହା ଦ୍ୱାରା କୃଷକମାନେ ସହଜରେ ସିଧାସଳଖ ଉତ୍ପାଦକୁ ଗ୍ରାହକମାନଙ୍କୁ ବିକ୍ରି କରିପାରିବେ l ରାଜସ୍ଥାନର ଉଦ୍ୟୋଗୀମାନଙ୍କ ପ୍ରଚେଷ୍ଟାରେ ଶହ ଶହ ଲୋକ କର୍ମନିଯୁକ୍ତି ପାଉଛନ୍ତି l ଦେଶର ପ୍ରଥମ ଅନଲାଇନ୍ ବଜାର ଭାବରେ ପରିଚିତି ଲାଭ କରିଥିବା ‘ଅପନା ଗୋଦାମ ପ୍ଲାଟଫର୍ମ’ତାଲାବନ୍ଦୀ ସମୟରେ ମଧ୍ୟ ୧୦ କୋଟି ଟଙ୍କାର ଫସଲ ବିକ୍ରି କରିଥିଲା l

ବର୍ତ୍ତମାନ ତୀବ୍ର କୃଷକ ଆନ୍ଦୋଳନ ଚାଲିଥିବା ସମୟରେ ରାଜସ୍ଥାନର ଏହି ଭଲ ଖବରଟି କୃଷକ ଏବଂ କୃଷିଉଦ୍ୟୋଗୀମାନଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି l

ପୂର୍ବରୁ କୃଷକମାନେ ସେମାନଙ୍କର କୃଷିଜାତ ସାମଗ୍ରୀକୁ ଶାଗ ମାଛ ଦରରେ ବ୍ୟବସାୟୀମାନଙ୍କ ହାତରେ ଟେକି ଦେଉଥିଲେ l ଏହି ପ୍ରକ୍ରିୟାରେ ବ୍ୟବସାୟୀମାନେ ମଧ୍ୟସ୍ଥର ଦାୟିତ୍ୱ ନିର୍ବାହ କରି ଲାଭବାନ ହେଉଥିଲେ l କିନ୍ତୁ କୃଷକ ତାର ଉତ୍ପାଦର ଉଚିତ ମୂଲ୍ୟ ପାଉନଥିଲା l ଏହିପରି ସମସ୍ୟା ସର୍ବଦା ଲାଗିରହୁଥିଲା l ଏହା ଥିଲା ସାରା ଦେଶର କୃଷକମାନଙ୍କର ସବୁଠାରୁ ବଡ଼ ସମସ୍ୟା l

ଅଧିକାଂଶ ସମୟରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନେ ସେମାନଙ୍କ କୃଷିଜାତ ଦ୍ରବ୍ୟକୁ ବଜାର ହାଟକୁ ନେବାରେ ଅସୁବିଧାର ସାମ୍ନା କରୁଥିଲେ, କାରଣ ସେମାନଙ୍କ ଫସଲର ପରିମାଣ ଅଳ୍ପ ଥିଲା l ରାଜସ୍ଥାନର ଯୁବ ଉଦ୍ୟୋଗୀମାନେ ନୂତନ ବ୍ୟବସାୟ ସୃଷ୍ଟି କରିଲେ ଏବଂ ହଜାର ହଜାର କୃଷକମାନଙ୍କ ନିମନ୍ତେ କର୍ମନିଯୁକ୍ତି ଆଣିଦେଲେ l

ଏହି କାର୍ଯ୍ୟଟିକୁ ଯୁବ ଉଦ୍ୟୋଗୀ ସଞ୍ଜୟ ଅଗ୍ରୱାଲ (ସେ ଅପନା ଭଣ୍ଡାରର ପ୍ରତିଷ୍ଠାତା ଅଟନ୍ତି) ଏବଂ ଅନିଲ ମୋଦି ଆରମ୍ଭ କରିଛନ୍ତି ଏବଂ ଏହା ଦ୍ୱାରା ବଜାରକୁ କୃଷକର ଜମି ପାଖକୁ ଆଣିପାରିଛନ୍ତି l ରାଜସ୍ଥାନର ଏହି ଦୁଇ ଯୁବ ଉଦ୍ୟୋଗୀଙ୍କ ପ୍ରଚେଷ୍ଟାରେ ଦେଶର ପ୍ରଥମ ଅନଲାଇନ ବିଜ୍ଞପିତ ବଜାର ସୃଷ୍ଟି ହୋଇପାରିଛି l ସରକାର ମଧ୍ୟ ଏମାନଙ୍କ ପ୍ରଚେଷ୍ଟାକୁ ପସନ୍ଦ କରୁଛନ୍ତି l ରାଜସ୍ଥାନ ସରକାର ଏବଂ କେନ୍ଦ୍ର ସରକାର ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି l

 ଅପନା ଭଣ୍ଡାରର ପ୍ରତିଷ୍ଠାତା ସଞ୍ଜୟ ଅଗ୍ରୱାଲ କୁହନ୍ତି ଯେ କୃଷକମାନଙ୍କ କୃଷିକାର୍ଯ୍ୟକୁ ଆମେ ବିଶ୍ୱସ୍ତରୀୟ କାରବାର ପ୍ରଦାନ କରିଛୁ ଏବଂ ବଜାରକୁ କୃଷକମାନଙ୍କ କୃଷିକ୍ଷେତ୍ରକୁ ଆଣିବା ନିମନ୍ତେ କାମ କରିଛୁ l 

ସଞ୍ଜୟ ଅଗ୍ରୱାଲ କୁହନ୍ତି ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାମ କରିବା ସମୟରେ ତାଙ୍କ ମନକୁ ଏହି ଭାବନା ଆସିଥିଲା ଏବଂ ତାହା ପର ଠାରୁ ସେ ଏହାର ଆରମ୍ଭ କରିଲେ l ରାଜସ୍ଥାନ ସରକାର ଏବଂ କେନ୍ଦ୍ର ସରକାର ତାଙ୍କୁ ସହାୟତା ପ୍ରଦାନ କରିଲେ, ଯାହା ଫଳରେ ତାଲା ବନ୍ଦ ସମୟରେ ବଜାର ହାଟ ବନ୍ଦଥିବା ସମୟରେ ଏହି ଷ୍ଟାର୍ଟଅପଟି ୧୦ କୋଟି ଟଙ୍କାରୁ ଅଧିକ ପରିମାଣର କୃଷିଜାତ ଦ୍ରବ୍ୟ ବିକ୍ରି କରିଲେ l  

ଅପନା ଗୋଦାମର ଶହ-ପ୍ରତିଷ୍ଠାତା କୁହନ୍ତି ଯେ, ବନ୍ଦ କାରଖାନା ଏବଂ ସିମେଣ୍ଟ ଗୋଦାମଗୁଡ଼ିକୁ ଶସ୍ୟ ଗୋଦାମରେ ପରିଣତ କରିବା ନିମନ୍ତେ ଆମେ ପ୍ରୟାସ କରିଛୁ l ଏହା ଦ୍ୱାରା କୃଷକମାନେ ଜମିର ନିକଟରେ ସେମାନଙ୍କ ଫସଲ ରଖିପାରନ୍ତି l ଯଦି କୌଣସି କାରଣରୁ ଏବଂ କୃଷକ ବିକ୍ରି କରିବାକୁ ଉଚିତ ଦର ପାଆନ୍ତି ନାହିଁ, କିମ୍ବା କୃଷକଜଣକ ଫସଲ ବିକ୍ରି କରିବାକୁ ଚାହୁଁ ନାହାଁନ୍ତି ତେବେ କୃଷକଙ୍କ ଉତ୍ପାଦ ସେହି ଠାରେ ହିଁ ରହିବ l

କୃଷକମାନଙ୍କ ମଙ୍ଗଳ ନିମନ୍ତେ ଏହି ଦୁଇ ଯୁବ ଉଦ୍ୟୋଗୀଙ୍କ ପ୍ରୟାସ ପ୍ରଶଂସାଯୋଗ୍ୟ ଅଟେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments