1. କୃଷି ଖବର

ଇଟାଲୀର ରୋମସ୍ଥିତ ଫାଓ ମୁଖ୍ୟାଳୟ ଠାରେ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷର ଉଦଘାଟନୀ ସମାରୋହ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇଟାଲୀର ରୋମ୍‌ସ୍ଥିତ ଅନ୍ତର୍ଜାତୀୟ ଖାଦ୍ୟ ସଂଗଠନ (ଫାଓ) ର ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମିଲେଟ୍‌ (ମୋଟା ଶସ୍ୟ) ବର୍ଷର ଉଦଘାଟନୀ ସମାରୋହ ଅବସରରେ ବାର୍ତ୍ତା ଦେଇଛନ୍ତି ।

Tanushree Mahapatra
Tanushree Mahapatra
opening ceremony of International Year of Millets at FAO Headquarters in Rome

opening ceremony of International Year of Millets at FAO Headquarters in Rome

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇଟାଲୀର ରୋମ୍‌ସ୍ଥିତ ଅନ୍ତର୍ଜାତୀୟ ଖାଦ୍ୟ ସଂଗଠନ (FAO) ର ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷର ଉଦଘାଟନୀ ସମାରୋହ ଅବସରରେ ବାର୍ତ୍ତା ଦେଇଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ରୋମ ଠାରେ ଅନୁଷ୍ଠିତ ସମାରୋହରେ ଭାରତୀୟ ପ୍ରତିନିଧି ଭାବେ ଯୋଗ ଦେଇଛନ୍ତି । ସେ ସମାରୋହ ଅବସରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ।

ପ୍ରଧାନମନ୍ତ୍ରୀ ସଂକଳ୍ପ ଏବଂ ପ୍ରୟାସ କାରଣରୁ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରିବା ପ୍ରସ୍ତାବକୁ ମିଳିତ ଜାତିସଂଘ ସାଧାରଣ ପରିଷଦ ଗ୍ରହଣ କରିଥିଲା। ଏହାକୁ ସାରା ବିଶ୍ବର ୭୦ରୁ ଅଧିକ ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି । ଦୀର୍ଘସ୍ଥାୟୀ କୃଷି ଏବଂ ଏକ ସ୍ମାର୍ଟ ଓ ସୁପରଫୁଡ୍‌ ଭାବେ ମିଲେଟ୍‌ (ମୋଟା ଶସ୍ୟ)ର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ କାର୍ଯ୍ୟକ୍ରମ ସାରା ବିଶ୍ବରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିବ ।

ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ୨୦୨୩ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ଏବଂ ଖାଦ୍ୟ ଓ କୃଷି ସଂଗଠନକୁ ଅଭିନନ୍ଦନ ଜଣାଇଥିଲେ। ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ ପାଇଁ ସମର୍ଥନ ଯୋଗାଇ ଦେଇଥିବାରୁ ସେ ସଦସ୍ୟ ରାଷ୍ଟ୍ରମାନଙ୍କୁ ପ୍ରଶଂସା କରିଥିଲେ। ମିଲେଟ୍‌ ପାଇଁ ବିଶ୍ବସ୍ତରରେ ଆରମ୍ଭ ହୋଇଥିବା ଅଭିଯାନ ଖାଦ୍ୟ ସୁରକ୍ଷା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଶସ୍ୟ ବଢ଼ିବା ସହଜ, ଜଳବାୟୁ ସହନଶୀଳ ଏବଂ ମରୁଡ଼ି ନିରୋଧୀ ବୋଲି ସେ ସୂଚନା ଦେଇଥିଲେ। ସେ ଆହୁରି କହିଥିଲେ ଯେ, ମିଲେଟରେ ସନ୍ତୁଳିତ ମାତ୍ରାରେ ପୋଷକ ତତ୍ତ୍ବ ରହିଛି । ଏହାକୁ ପ୍ରାକୃତିକ ଉପାୟରେ ଅମଳ କରାଯାଇପାରିବ ଏବଂ ଏଥିରେ କମ୍‌ ପାଣି ଆବଶ୍ୟକ ହୋଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପଭୋକ୍ତା, ଚାଷୀ ଓ ଜଳବାୟୁ ପାଇଁ ମିଲେଟ୍‌ ଉପଯୋଗୀ।

କୃଷି କ୍ଷେତ୍ରରେ ଏବଂ ଖାଦ୍ୟ ପ୍ରଣାଳୀରେ ବିବିଧତାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ମନୋକଲ୍ଚର ବା ଗୋଟିଏ ଫସଲ ଅମଳ ପ୍ରତି ଅତ୍ୟଧିକ ଗୁରୁତ୍ବ ଦିଆଗଲେ ଆମ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ। କୃଷି ଓ ଖାଦ୍ୟ ବିବିଧତାକୁ ବଢ଼ାଇବା ପାଇଁ ମିଲେଟ୍‌ ହେଉଛି ଏକ ଶ୍ରେଷ୍ଠ ମାର୍ଗ ବୋଲି ସେ ସୂଚାଇ ଦେଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାର ଶେଷରେ ‘ମିଲେଟ୍‌ ମାନସିକତା’ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂସ୍ଥା ଏ ଦିଗରେ କିଭଳି ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ତାହା ସେ କହିଥିଲେ। ସେ ଆହୁରି କହିଥିଲେ ଯେ ସଂସ୍ଥାଗତ ବ୍ୟବସ୍ଥା ମିଲେଟ୍‌ ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହୋଇପାରିବ ଏବଂ ନୀତିଗତ ପ୍ରୟାସ ମାଧ୍ୟମରେ ଏହାକୁ ଲାଭଜନକ କରିପାରିବ। ବ୍ୟକ୍ତିବିଶେଷମାନେ ସେମାନଙ୍କର ଖାଦ୍ୟ ପ୍ରଣାଳୀରେ ମିଲେଟକୁ ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷରେ ପରିଣତ କରିବା ଜରିଆରେ ସ୍ବାସ୍ଥ୍ୟ ସଚେତନ ଓ ପରିବେଶ ଅନୁକୂଳ ବିକଳ୍ପ ଚୟନ କରିପାରିବେ ।

ମିଳିତ ଜାତିସଂଘ ସାଧାରଣ ପରିଷଦ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ଘୋଷଣା କରିଛି । ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଓ ପ୍ରୟାସ କାରଣରୁ ଏହି ପ୍ରସ୍ତାବକୁ ମିଳିତ ଜାତିସଂଘ ସାଧାରଣ ପରିଷଦ ଗ୍ରହଣ କରିଥିଲା ଏବଂ ସାରା ବିଶ୍ବରେ ୭୦ରୁ ଅଧିକ ଦେଶ ଏହାକୁ ସମର୍ଥନ କରିଥିଲେ। ଦୀର୍ଘସ୍ଥାୟୀ କୃଷି ଏବଂ ଏକ ସ୍ମାର୍ଟ ଓ ସୁପରଫୁଡ୍‌ ଭାବେ ମିଲେଟ୍‌ ( millets ) ର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ କାର୍ଯ୍ୟକ୍ରମ ସାରା ବିଶ୍ବରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିବ । ଭାରତରେ ପ୍ରତିବର୍ଷ ୧୭୦ ଲକ୍ଷ ଟନ୍‌ ମିଲେଟ ବା ମୋଟା ଶସ୍ୟ ଉତ୍ପାଦିତ ହୋଇଥାଏ ଯାହାକି ଏସିଆରେ ଉତ୍ପାଦିତ ହେଉଥିବା ମୋଟା ଶସ୍ୟର ୮୦%ରୁ ଅଧିକ। ତେଣୁ ଏ ଦିଗରେ ଭାରତ ବିଶ୍ବର ପ୍ରମୁଖ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି । ସିନ୍ଧୁ ସଭ୍ୟତା ସମୟରେ ମିଲେଟ ଉତ୍ପାଦନ ହେଉଥିଲା ଏବଂ ଘରୋଇ ଖାଦ୍ୟ ଭାବେ ଗ୍ରହଣ କରାଯାଇଥିବା ଶସ୍ୟ ମଧ୍ୟରୁ ଏହା ଅନ୍ୟତମ ଥିଲା ବୋଲି ଐତିହାସିକ ପ୍ରମାଣ ମିଳିଛି । ଏହା ୧୩୧ଟି ଦେଶରେ ଅମଳ ହୋଇଥାଏ ଏବଂ ଏସିଆ ଓ ଆଫ୍ରିକାର ପ୍ରାୟ ୬୦ କୋଟି ଲୋକଙ୍କ ପାଇଁ ଏହା ଏକ ପ୍ରାଚୀନ ଖାଦ୍ୟ।

ଭାରତ ସରକାର ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ କରିବା ସହିତ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ନିମନ୍ତେ ଘୋଷଣା କରିଛନ୍ତି । ଫଳରେ ଭାରତୀୟ ମିଲେଟ, ଏଥିରୁ ଉତ୍ପାଦିତ ବ୍ୟଞ୍ଜନ, ମୂଲ୍ୟ ସମ୍ବର୍ଦ୍ଧନ ଉତ୍ପାଦ ବିଶ୍ବସ୍ତରରେ ଗ୍ରହଣୀୟ ହୋଇପାରିବ। ବିଶ୍ବସ୍ତରରେ ମିଲେଟର ଉତ୍ପାଦନ ବୃଦ୍ଧି, ଦକ୍ଷ ପ୍ରକ୍ରିୟାକରଣ ଓ ଉପଯୋଗ ସୁନିଶ୍ଚିତ କରିବା, ଫସଲ ବିବିଧତାର ଉନ୍ନତ ଉପଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟ ପ୍ରଣାଳୀରେ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ଭାବେ ମିଲେଟକୁ ସାମିଲ କରିବା ଲାଗି ସମ୍ପୂର୍ଣ୍ଣ ଖାଦ୍ୟ ପ୍ରଣାଳୀରେ ଉନ୍ନତ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଲାଗି ‘ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ’ ଏକ ଅଭିନବ ସୁଯୋଗ ଆଣିଛି ।

୭ ଟି ୱେବସାଇଟ୍ ତାଲିକା , ଯେଉଁଠି ଚାଷୀ ଉଚ୍ଚ ଅମଳକ୍ଷମ ବିହନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments