
Organically produced rice will be used in mahaprasad
ତେବେ ଗତକାଲି ଏହି ଶେଷ ଦିନରେ କୃଷି ସଚିବ ଅରବିନ୍ଦ ପାଢ଼ୀ ଜୈବିକ ପଦ୍ଧତିରେ ପ୍ରସ୍ତୁତ ଚାଉଳ ବିଷୟରେ ଅନେକ ଆଲୋଚନା କରିଥିଲେ l ସେ ଏହି ସମୟରେ କହିଥିଲେ ପୁରୀ ଶ୍ରୀ ମନ୍ଦିରରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ଚାଉଳ ହୁଏତ ରାସାୟନିକ ପ୍ରକ୍ରିୟାରେ ଚାଷ କରାଯାଉଛି l ଆଗାମୀ ଭବିଷ୍ୟତରେ କିପରି ତାହା ଜୈବିକ ପ୍ରକ୍ରିୟାରେ ହେବ ସେ ଉପରେ ଆମେ ଧ୍ୟାନ ଦେବୁ l
ସେ କହିଥିଲେ ଯେଉଁ ଚାଷୀ ପୃଥକ ସ୍ଥାନରେ ଜୈବିକ ପ୍ରଣାଳୀରେ ଧାନ ଚାଷ କରୁଛନ୍ତି ଆମେ ତାଙ୍କୁ ପ୍ରୋତ୍ସାହିତ କରିବୁ l ଆଗାମୀ ଦିନରେ ଏହି ଜୈବିକ ଧାନ ଆମେ ଶ୍ରୀମନ୍ଦିର ମହାପ୍ରସାଦରେ ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବୁ ଆମର ବିଶ୍ୱାସ ଏହାକୁ ସରକାର ମଧ୍ୟ ପ୍ରାଥମିକତା ଦେବେ l
କୃଷି ସଚିବ ଅରବିନ୍ଦ ପାଢ଼ୀ କହିଥିଲେ , " ଆଗାମୀ ଦିନରେ ଜୈବିକ ପଦ୍ଧତିରେ ପ୍ରସ୍ତୁତ ଚାଉଳ ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ଭାବେ ଲାଗି କରାଯିବ l ଆମେ ସମସ୍ତେ କାମନା କରୁଚୁ ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ଏହା ନିଶ୍ଚୟ ସଫଳ ହେବ " l
ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୧୦ ହଜାର କୃଷକ, କୃଷିଜୀବୀ ମହିଳା ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ, କୃଷି ଅଣସରକାରୀ ଗୋଷ୍ଠୀ, ପାଣି ପଞ୍ଚାୟତ ସଭ୍ୟ, କୃଷି ଉଦ୍ୟୋଗୀ, ରପ୍ତାନୀକାରୀ କମ୍ପାନୀ, ଛାତ୍ରଛାତ୍ରୀ ଏବଂ ଗବେଷକବୃନ୍ଦ ଏଥିରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିଲା । ଚାଷୀଙ୍କ ପାଇଁ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଏବଂ ସେମିନାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । କୃଷକ ସମୃଦ୍ଧି କେନ୍ଦ୍ର, କୃଷି ଅନୁଭୂତି ଶିକ୍ଷା କେନ୍ଦ୍ର, କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଥିଲା । କୃଷି ମେଳାରେ ୨୦୦ରୁ ଅଧିକ ଷ୍ଟଲରେ ବିଭିନ୍ନ କୃଷିଜାତ ଦ୍ରବ୍ୟ ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନ ହୋଇଥିଲା ।
READ MORE:
Share your comments